ରାତି ପାହିଲେ ଗଣେଶ ପୂଜା, ସରକାର ବାହାର କଲେ ଗାଇଡ ଲାଇନ, ଅମାନ୍ୟ କଲେ ଜରିମାନା ସହ କାର୍ଯ୍ୟନୁଷ୍ଠାନ

ରାତି ପାହିଲେ ବିଘ୍ନ ବିନାଶକଙ୍କ ଆରାଧନା । ପୂଜାକୁ ନେଇ ସବୁଠି ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ହେଲେ ଟ୍ୱିନ ସିଟି ପାଇଁ ଲାଗୁ କରାଯାଇଛି ଗାଇଡଲାଇନ । ମୂର୍ତ୍ତିର ଉଚ୍ଚତା ୪ ଫୁଟ ରହିବ ।

ସେହିପରି ମଣ୍ଡପରେ ପୂଜକ ଓ କର୍ମକର୍ତ୍ତା ଆଦି ୨ ଜଣ ଉପସ୍ଥିତ ରହିବେ । ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ । ପୂଜାର ସ୍ଥାନକୁ ଚାରି ଦିଗକୁ ଆବଦ୍ଧ କରିବାକୁ ନିର୍ଦ୍ଦେଶ ରହିଛି । ଏହାସହିତ ପୂଜା ସମୟରେ ପ୍ରସାଦ ସେବନ ପାଇଁ ବାରଣ କରାଯାଇଛି । ସମ୍ପୂର୍ଣ୍ଣ କୋଭିଡ୍ କଟକଣାରେ ପୂଜା କରିବାକୁ ନିର୍ଦ୍ଦେଶ ରହିଛି ।

ଗଣେଶ ପୂଜା ଅବସରରେ କୌଣସି ପ୍ରକାର ଭିଡକୁ ବାରଣ କରାଯାଇଛି

– କୋଭିଡ ନିୟମ ମାନି ପୂଜା ମଣ୍ଡପ ଗୁଡିକ ଗଣେଶ ପୂଜା କରିପାରିବେ

– ବନ୍ଦ କୋଠରୀରେ ପୂଜା କଲାଭଳି ହେବ ଗଣେଶ ପୂଜା ଉତ୍ସବ

– ତିନିପଟୁ ସଂପୂର୍ଣ୍ଣ ଆବଦ୍ଧ ହେବ ଗଣେଶ ପୂଜା ପେଣ୍ଡାଲ

– ସାମ୍ନାପଟୁ ମଧ୍ୟ ସାଧାରଣ ଦର୍ଶନକୁ ବାରଣ କରାଯାଇଛି

– ଗଣେଶ ମୂର୍ତ୍ତିର ଉଚ୍ଚତା ୪ ଫୁଟରୁ ଅଧିକ ହେବ ନାହିଁ

– ପୂଜକ ଓ ଆୟୋଜକଙ୍କୁ ମିଶାଇ ସର୍ବାଧିକ ୭ ଜଣ ରହିବାକୁ ଅନୁମତି

– ଭସାଣ ଉତ୍ସବ କରିପାରିବେ ନାହିଁ କୌଣସି ପୂଜା କମିଟି

– ଶିକ୍ଷାନୁଷ୍ଠାନରେ ସର୍ବାଧିକ ୨୦ ଜଣଙ୍କୁ ନେଇ ହେବ ଗଣେଶ ପୂଜା

– ଗଣେଶ ପୂଜାରେ ହେବ ନାହିଁ ଭୋଜି ଭାତ

ସେପଟେ ଶିକ୍ଷାନୁଷ୍ଠାନରେ ସର୍ବାଧିକ ୨୦ ଜଣଙ୍କୁ ନେଇ ପୂଜା କରାଯିବ । ଏହାସହିତ ପୂଜା ପାଇଁ ପ୍ରଶାସନିକ ଅଧିକାରୀଙ୍କ ଅନୁମତି ଆଣିବା ବାଧ୍ୟତାମୂଳକ କରାଯାଇଛି । ଆଜି ସନ୍ଧ୍ୟାରୁ କାଲି ଯାଏଁ ଜନଗହଳି ଜାଗାରେ କମିଶନରେଟ ପୋଲିସ ପେଟ୍ରୋଲିଂ କରିବ । କୋଭିଡ ନିୟମ ଉଲଂଘନ କରୁଥିବା ନଜକୁ ଆସିଲେ ଫାଇନ ଆଦାୟ ସହ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Leave a Reply

Your email address will not be published. Required fields are marked *