Movie prime

ଘର ଆଗରେ ପଡିଚି ମଲା ବାପା ର ଶ-ବ..କାନ୍ଦି କାନ୍ଦି କୁନି ଝିଅ ହେଇଗଲା ବେହୋସ୍..

 
Bb
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟରେ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି। ଦେଖିବାକୁ ମିଳୁଛି ଯେ, ବନ୍ଧୁଗଣ ଜଣେ ଯୁବକଙ୍କ ଗାଡ଼ି ଧକ୍କାରେ ଜୀବନ ଚାଲି ଯାଇଛି। ଶେଷରେ ମଲା ବାପାକୁ କୁନି ଝିଅଟି ଝୁରିଛି। ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ରାଜପୁର ଗାଁର ଦୀପକ ମିଶ୍ର। ଦେଢ଼ ବର୍ଷ ତଳେ ବିବାହ କରିଥିଲେ। 
Hh
ଚାରି ମାସ ତଳେ କୋଳକୁ କନ୍ୟା ସନ୍ତାନଟିଏ ଆସିଥିଲା। ଗତ ଶନିବାର ଦୀପକ ବ୍ରହ୍ମପୁରରେ ଆର.ଆଇ ଚାକିରୀ ନିମନ୍ତେ ପରୀକ୍ଷା ଦେଇ ସ୍କୁଟି ନେଇ ଘରକୁ ଫେରୁଥିବା ବେଳେ ଅନନ୍ତପୁର ରାସ୍ତାରେ ଦିଗପହଣ୍ଡି ପଟୁ ଯାଉଥିବା କଳାରଙ୍ଗର ମହେନ୍ଦ୍ରଥା ଦ୍ରୁତଗତିରେ ଆସି ଧକ୍କା ହେଇଥିଲା। ଯାହାଫଳରେ ଗୁରୁତର ଅବସ୍ଥାରେ ଦୀପକ ରାସ୍ତା କଡ଼ରେ ଛିଟିକି ପଡ଼ିଥିଲେ। ସଙ୍ଗେ ସଙ୍ଗେ ଦିଗପହଣ୍ଡି ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା। 
Vv
କିନ୍ତୁ ଡାକ୍ତର ତାଙ୍କୁ ମୃ-ତ ବୋଲି ଘୋଷଣା କରିଥିଲେ। ପଷ୍ଟବୋଟମ ପରେ ଶବ ଗାଁରେ ପହଞ୍ଚିବା ପରେ ସୃଷ୍ଟି ହେଇଥିଲା ଶୋକାକୁଳ ପରିବେଶ। ଦୀପକ ଜଣେ ଭଲ ପିଲା ଥିଲେ। ଫାର୍ମାସୀ ପାଠ ପଢୁଥିବା ବେଳେ ଆରଆଇ ପାଇଁ ପରୀକ୍ଷା ଦେଇଥିଲେ। ତେବେ ଦୁ-ର୍ଘ-ଟ-ଣା ଘଟିଥିବା ସ୍ଥାନଟି ଗାଁଠୁ ମାତ୍ର ୩ କିଲୋମିଟର ଦୂରରେ ଅବସ୍ଥିତ। ଦେଢ଼ ବର୍ଷ ତଳେ ବାହା ହେଇଥିବା ପତ୍ନୀର ସବୁ ସ୍ବପ୍ନ ଭାଙ୍ଗିଗଲା। 
ବନ୍ଧୁଗଣ ଏବେବି କାନ୍ଥରୁ ଦୀପକଙ୍କ ନା ଲିଭିନି କିନ୍ତୁ ତାଙ୍କର ଏବେ ମୃ-ତ୍ୟୁ ଘଟି ଯାଇଛି। ଚାରିମାସର ନୀରିହ ଶିଶୁଟି ବାପ ଛେଉଣ୍ଡ ହେଇଗଲା। ତେବେ ପରିବାରକୁ କ୍ଷତିପୂରଣ ଯୋଗାଇଦେବା ସହ ଦୁ-ର୍ଘ-ଟ-ଣା ଘଟାଇଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢକାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଛନ୍ତି ତାଙ୍କ ପରିବାର ଏବଂ ଗ୍ରାମବାସୀ। ପୋଲିସ ସଂପୃକ୍ତ ଗାଡ଼ିକୁ ଜବତ କରିବା ସହ ଡ୍ରାଇଭରକୁ ଗିରଫ କରି ତଦନ୍ତ ଚଳାଇଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.