ଗୋଡ଼ ତଳେ ପଡି ମୋ ଠୁ ଟଙ୍କା ନେଇଗଲା... ମାଗିବାରୁ କହୁଛି ତତେ ଦୁ-ଷ୍କ-ର୍ମ କରିଦେବି...
Nov 4, 2024, 15:50 IST
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଏଭଳି କିଛି ଖବର ଆସିଛି ଜଣେ କଲେଜ ଓନରଙ୍କୁ ବା କଲେଜର ମୁଖ୍ୟଙ୍କୁ ନେଇ । ଏବେ ଏହି ଘଟଣା ସମ୍ପର୍କରେ ଆପଣମାନେ ସଂପୂଣ୍ଣ ଭାବରେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । କଲେଜର ଓନର ହୋଇ ଯୁବତୀଙ୍କ ଗୋଡ ତଳେ ପଡି ପଇସା ମାଗୁଥିଲେ । ଆଉ ଯୁବତୀ ଜଣକ ଟଙ୍କା ଦେଇସାରିବା ପରେ ଓନର ଜଣକ ତାଙ୍କର ରଙ୍ଗ ଦେଖେଇବା ଆରମ୍ଭ କରି ଦେଇଥିଲେ । ଏଭଳି ଅନେକ କଥା କହି ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି କଲେଜ ଓନର ।
ଏବେ ଏହି ଦୁବୃର୍ତ୍ତ ଯିଏ କି କଲେଜର ମାଲିକ ନେଇଥିବା ଟଙ୍କାକୁ ମାଗିଲେ ଦୁ-ଷ୍କ-ର୍ମ କରିଦେବେ ବୋଲି ଧମକ ଦେଉଛନ୍ତି । ଯୁବତୀ ଜଣକ ଠାରୁ ପ୍ରଥମେ ୮ ହଜାର ଟଙ୍କା ଆଉ ଏହାପରେ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଥିଲେ ଏହି ଦୁବୃର୍ତ୍ତ । ଏଭଳି କରି ଦୁବୃର୍ତ୍ତ ଜଣକ ୪ ଲକ୍ଷ ୩୫ ହଜାର ଟଙ୍କା ଲୁଟି ନେଇଛନ୍ତି । ଯୁବତୀ ଜଣକ ପଇସା ମାଗିବାରୁ ଦୁବୃର୍ତ୍ତ ଜଣକ ତାଙ୍କୁ ଜୀବନରୁ ମାରିଦେବା ସହ ତାଙ୍କ ସାନ ଭଉଣୀକୁ ଦୁ-ଷ୍କ-ର୍ମ କରିଦେବେ ବୋଲି ଧମକ ଦେଉଛନ୍ତି । ଏବେ ଏହି ଯୁବତୀ ଜଣକ ଭରତପୁର ଥାନାର ଦ୍ୱାରସ୍ଥ ହୋଇଛନ୍ତି ।
ଭୁବନେଶ୍ୱର କଳିଙ୍ଗ ନଗରରେ ଥିବା ନେସନାଲ ଫେୟାର ସେଫ୍ଟି କଲେଜର ମାଲିକ ମନୋଜ କୁମାର ପ୍ରଧାନଙ୍କ ନାମରେ ଯୁବତୀ ଜଣକ ଅଭିଯୋଗ କରିଛନ୍ତି । କେଲେଜର ସିନିୟର୍ ଓପରେଟରଙ୍କ ବିଭିନ୍ନ ଉପାୟରେ ଏହି କଲେଜ ମାଲିକ ଟଙ୍କା ଲୁଟିଛନ୍ତି । ଆଉ ଏହାସହ ତାଙ୍କ ସାନ ଭଉଣୀଙ୍କ ଠାରୁ ୪ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟି ନେଇଛନ୍ତି । ଏବେ ସେ ଟଙ୍କା ନେଇ ଫେରାଉ ନଥିବ ଅଭିଯୋଗ ଆଣିଛନ୍ତି । ଯୁବତୀ ଜଣକ ଟଙ୍କା ମାଗିବାରୁ ଶାରିରୀକ ଆଉ ମାନସିକ ନିର୍ଯ୍ୟାତନା ଦେବା ସହ ଅସଭ୍ୟ ଭାଷାରେ ଗାଳି ଗୁଲଜ କରୁଛନ୍ତି ।
ଆଉ ଏହାସହ ଏହି କଲେଜ ମାଲିକ ମନୋଜ କୁମାର ମାରିଦେବେ ବୋଲି ଧମକ ଦେଉଛନ୍ତି । ଯୁବତୀ ଜଣକ କହିଛନ୍ତି ହଷ୍ଟେଲ ପିଲାଙ୍କ ସହିତ ମିଶି ଦୁବୃର୍ତ୍ତ ମନୋଜ କୁମାର ମଦ ପିଇ ଏହି ଯୁବତୀ ଜଣଙ୍କୁ ଯାହାଙ୍କ ନାମ ବବି ତାଙ୍କୁ ମାରିଦେବେ ତାଙ୍କ ସହ ଦୁ-ଷ୍କ-ର୍ମ କରିବେ ବୋଲି କହିଛନ୍ତି । ଏହାସହ ଏହି ଦୁବୃର୍ତ୍ତ ଜଣକ ତାଙ୍କ ଗାଁରୁ ୧୦ ରୁ ୧୨ ଲକ୍ଷ ଟଙ୍କା ଲୁଟି ନେଇ ଦେଇନଥିଲେ । ଏହି ଦୁବୃର୍ତ୍ତ ଜଣକ ଯାହାଠାରୁ ଟଙ୍କା ନିଅନ୍ତି ତାଙ୍କୁ ଫେରାନ୍ତି ନାହିଁ । ଏବେ ଭରତପୁର ଥାନାରେ ଏନେଇ ଅଭିଯୋଗ କରିଛନ୍ତି ଯୁବତୀ ବବି ପରିଡ଼ା । ଏବେ ଯୁବତୀ ଜଣକ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।