Movie prime

ଗ୍ରାହକଙ୍କୁ ବଡ଼ ଝଟକା ଆଉ ଚାଲିବନି ହ୍ବାଟସଆପ୍...!

 
Gh
ହ୍ୱାଟସଆପ୍ ବ୍ୟବହାରକାରୀ ଙ୍କ ପାଇଁ ଆସି ଯାଇଛି ଏକ ବଡ଼ ଖବର। ଆପଣଙ୍କ ଫୋନ ରେ ଆଉ ଚାଲିବନି ଏହି ଆପ୍। ବନ୍ଦ୍ ହୋଇଯିବା ପଛରେ ମଧ୍ୟ ରହିଛି ବଡ଼ କାରଣ। ଆଗକୁ ନୁଆ ବର୍ଷ ଆରମ୍ଭ ହେବାକୁ ଥିବା ବେଳେ ୟୁଜର ଙ୍କୁ ମଧ୍ୟ ଏକ ବଡ଼ ଧରଣର ଝଟକା ଲାଗିବାକୁ ଯାଉଛି। ନୂଆବର୍ଷ ଆରମ୍ଭ ହେବା କ୍ଷଣି ମଧ୍ଯ ହ୍ୱାଟସଆପ୍ ଏହା ବନ୍ଦ୍ କରିଦେବ। ଯାହାକି ଏକ ବଡ଼ ଝଟକା ଲାଗିବ ଲକ୍ଷ ଲକ୍ଷ ଆଣ୍ଡ୍ରଏଡ ବ୍ଯବହାରକାରୀଙ୍କୁ।
Gg
ବାସ୍ତବରେ ମେଟା ମାଲିକାନା ରେ ଥିବା ଏହି ଆପ ପୁରୁଣା ଅପରେଟିଂ ପାଇଁ ନିଜର ସପୋର୍ଟ ବନ୍ଦ କରିବାକୁ ଯାଉଛି।ଦେଖିବାକୁ ଗଲେ ପ୍ରୟାତଃ ପ୍ରତିବର୍ଷ ଏଭଳି ହିଁ କିଛି ହୋଇଥାଏ।ହ୍ୱାଟସଆପ୍ ପୁରୁଣା ଅପରେଟିଂ ସିଷ୍ଟମ ପାଇଁ ନିଜର ସପୋର୍ଟ ବନ୍ଦ୍ କରି ଦେଇଥାଏ ଆଉ ନୁଆ ଫିଚର ପୁରୁଣା ଅପରେଟିଂ ସିଷ୍ଟମ ରେ କାମ କରିପାରେ ନାହିଁ। ଏକତରଫା ସୁରକ୍ଷା କାରଣରୁ ମଧ୍ୟ ଏଭଳି କରାଯାଏ ବୋଲି କୁହା ଯାଇଛି।
ଯଦି ଆପଣ ମାନେ ମଧ୍ଯ ଆଣ୍ଡ୍ରଏଡ ର କୀଟକାଟ ଭର୍ସନ ବ୍ଯବହାର କରୁଛନ୍ତି ତେବେ ଆପଣଙ୍କ ପାଇଁ ଏହା ଏବେ ମୁସ୍କିଲ ହେବାକୁ ଯାଉଛି। ଦଶ ବର୍ଷ ପୁର୍ବରୁ ଆସୁଥିବା ଏହି ଭର୍ସନ ରେ ହ୍ୱାଟସଆପ୍ ଏବେ ନିଜର ସପୋର୍ଟ ମଧ୍ଯ ବନ୍ଦ୍ କରିବାକୁ ଯାଉଛି। ଏହାର ଅର୍ଥ ହେଉଛି ଜାନୁଆରୀ ୧ ପରେ କୀଟକାଟ ଭର୍ସନ ବିଶିଷ୍ଟ ଫୋନ୍ ରେ ହ୍ୱାଟସଆପ୍ ଆଉ ଆଦୌ ହେଲେ ମଧ୍ୟ ଚାଲିବ ନାହିଁ। ଯଦି ଆପଣ ଏଥିରୁ ବଞ୍ଚିବାକୁ ଚାହାଁନ୍ତି,
ତେବେ ଆପଣ ଆପଣଙ୍କ ଅପରେଟିଂ ସିଷ୍ଟମ କୁ ଅପଡେଟ କରାନ୍ତୁ। ନହେଲେ ଏକ ନୁଆ ଫୋନ ମଧ୍ଯ ନିଅନ୍ତୁ ନଚେତ କେଉଁ ସମୟରେ ବି ଆପଣଙ୍କ ଫୋନ ରେ ଆଉ ହ୍ୱାଟସଆପ୍ ଚାଲିବ ନାହିଁ। ଏଥିପାଇଁ ଆପଣ ମାନେ ଆଗୁଆ ସାବଧାନ ହୋଇ ଯାଆନ୍ତୁ। କାରଣ ଏବେ ହ୍ୱାଟସଆପ୍ ଆମର ଜୀବନର ଏଭଳି ଏକ ସାଧାରଣ ଜୀବନ ଶୈଳୀ ପାଲଟି ଯାଇଛି କି ଯାହାକୁ ଏବେ ଲୋକମାନେ ଆଉ ଛାଡ଼ି ଆଦୌ ହେଲେ ରହି ପାରୁ ନାହାଁନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.