Movie prime

ହାତ ଯୋଡ଼ି ମିନତି କରୁଛି ମାଆ ମୋ ପୁଅ ଅନ୍ଧ ହେଇଯିବ ତାକୁ ବଞ୍ଚାଅ

 
Hb
ସବୁ ଆଡୁ ଭରଷା ତୁଟି ଯିବା ପରେ ମାଆ ଏବେ ପୂରା ଯେମିତି ଏକୁଟିଆ ହୋଇ ଯାଇଛି। ନିଜ ପୁଅକୁ ବଞ୍ଚେଇ ଦେବା ପାଇଁ ସମସ୍ତଙ୍କ ଘରକୁ ଯାଇ ନିଜ ଚିରା ପଣତ ଦେଖାଇ ଟଙ୍କେ ଲେଖା ଭିକ୍ଷା ମାଗୁଛି। ସତରେ ଯାହା ପାଖରେ ଟଙ୍କା ଥାଏ ସେ କାହାକୁ ଖାତିର କରେ ନାହିଁ ହେଲେ ଯାହା ପାଖରେ ଟଙ୍କା ନଥାଏ ସମୟ ତାକୁ ଏତେ ହିନ କରିଦିଏ ଯେ ଶେଷରେ ସେ ବାର ଦୁଆର ସୁନ୍ଧିପିଣ୍ଡା ହୋଇଥାଏ।
Gg
ହେଲେ ଏହି ମାଆ ଏବେ ତାର ପୁଅ ପାଇଁ ସମସ୍ତଙ୍କ ସହ ସଂଘର୍ଷ କରୁଛି। ଆଉ ସମସ୍ତଙ୍କ ପାଖରେ ମଧ୍ୟ କାନି ପତେଇ ଭିକ ମାଗୁଛି। ଯାହାର ଦୃଶ୍ୟ ଆପଣ ମାନେ ଦେଖିଲେ ନକାନ୍ଦି ରହି ପାରିବେ ନାହିଁ। ଆମ ପାଖରେ ଆଉ ସମ୍ବଳ ବୋଲି କିଛି ନାହିଁ। ସ୍ୱାମୀ ଯାହା ରୋଜଗାର କରି ଆଣିଥିଲେ ସେ ସବୁ ପୁଅର ଚିକିତ୍ସାରେ ସରିଗଲା। ଏହି ମାଆ କୋଳରେ ତାର ପୁଅ ଅଛି ହେଲେ ଏହି ପୁଅର ଆୟୁଷ ଯେ କେତେଦିନ ତାହା କେବଳ ଭଗବାନ ହିଁ ଜାଣିଛନ୍ତି।
Hh
ଏଭଳି କିଛି କହି କାନ୍ଦି କାନ୍ଦି ଘର ଘର ବୁଲି ଭିକ ମାଗୁଛି ମାଆ ଜଣକ। ଯାହାକୁ ଦେଖିଲେ ସାହି ପଡିଶା ସମସ୍ତେ ଆଜି କାନ୍ଦି ଉଠୁଛନ୍ତି। ଏଭଳି କିଛି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲାର ଜଳେଶ୍ବର ବ୍ଲକ ଅନ୍ତର୍ଗତ ସରୁକା ଗ୍ରାମରେ। ଏଠାରେ ବାସ କରୁଥିବା ସପନ ଦତ୍ତ ଙ୍କ ଏକମାତ୍ର ପୁଅ। ସେ ଅତ୍ୟନ୍ତ ଗରିବ ପରିବାରର ହୋଇଥିବା ବେଳେ କାମ କରି ସେ ପରିବାରର ପ୍ରତିପୋଷଣ କରନ୍ତି।
ପୁଅର ଆଖି ଫୁଲିବାକୁ ଲାଗୁଥିଲା ଯାହାକୁ ନେଇ ତାଙ୍କର ବାପା ମାଆ ମେଡ଼ିକାଲ ନେଇ ଯାଇଥିଲେ। ହେଲେ ଆଖି କମିବା ଜାଗାରେ ଅଧିକ ଫୁଲିବାକୁ ଲାଗିଥିଲା। ଯାହାକୁ ଦେଖି ଡାକ୍ତର ତାଙ୍କ ପୁଅ ଆଖିରେ କ୍ୟାନ୍ସର ହୋଇଛି ବୋଲି କହିଥିଲେ। ଚିକିତ୍ସା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି କହିଥିଲେ।ସେଥିପାଇଁ ଆଜି ପୁଅ କୁ ବଞ୍ଚାଇବାକୁ ମାଆ ଏମିତି ଘର ଘର ବୁଲି ଅର୍ଥ ମାଗୁଛନ୍ତି।ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.