ହାତଗଣ୍ଠି ପୂର୍ବରୁ ବେଦୀ ଉପରେ ବିଧବା ହେଉଥିଲା କନ୍ୟା ସବୁ ଦେଖିଦେଲେ ଗାଆଁ ଲୋକ ଆଉ ତାପରେ
Feb 28, 2025, 12:42 IST

ଗୋଟିଏ ଝିଅ ବାହାଘର ହେବା ପୂର୍ବରୁ ତାର ମନରେ ଅନେକ କଥା ଭାବୁଥାଏ । ଆଉ ଏବେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଘଟଣା ବିଷୟରେ ଆପଣମାନେ ଜାଣିପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ବାହାଘର ବେଦୀ ଉପରେ ବିଧବା ହୋଇ ଯାଇଥାନ୍ତା କନ୍ୟା ବୋଲି ଏବେ ଖବର ଆସୁଛି । ହଠାତ୍ ଏହି ବିବାହ ହେଉଥିବା ସ୍ଥାନକୁ ୧୦ ଜଣ ଗୁଣ୍ଡା ପଶି ଆସିଥିଲେ । ଏହି ୧୦ ଜଣ ଗୁଣ୍ଡା ବନ୍ଧୁକ ଧରି ପଶି ଆସିଥିଲେ । ସେମାନେ ହାତ ଗଣ୍ଠି ଧରିବା ପୂର୍ବରୁ ପଶି ଆସିଥିଲେ ।

ଆଉ ଏହି ଗୁଣ୍ଡାମାନେ ସମସ୍ତଙ୍କ ସାମ୍ନାରେ ବରକୁ ଗୁଳି କରି କନ୍ୟାକୁ ବିଧବା କରିବାକୁ ଯାଉଥିଲେ କିନ୍ତୁ ଏହି ବାହାଘର ବେଦିରେ କଣ ଘଟିଗଲା ତାହା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଦେଖିପାରିବେ । ଏହି ବର ଜଣଙ୍କୁ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଦେଖିପାରିବେ । ଏହି ବର ଜଣଙ୍କର ନାମ ହେଉଛି ରାଜକୁମାର । ରାଜକୁମାର ସଜବାଜ ହୋଇ ବର ବେଶ ନେଇ ବିବାହ ବନ୍ଧନରେ ବାନ୍ଧି ହେବାକୁ ଆସିଥିଲେ । କିନ୍ତୁ ବାହା ବେଦିରେ ଘଟିଥିଲା ଏଭଳି କିଛି ।

ଏହି ଭିଡିଓ ମାଧ୍ୟମରେ ଆପଣମାନେ ଗୁଣ୍ଡାଙ୍କୁ ମଧ୍ଯ ଦେଖିପାରିବେ । ବାହାଘରରେ ଏଭଳି ଘଟଣା ଘଟିବ ବୋଲି କେହି ଜାଣି ନଥିଲେ । ବାହାଘର ବରଯାତ୍ରୀ ଯାଉଥିବା ବେଳେ ବରକୁ ମାରିବାକୁ ୧୦ ଗୁଣ୍ଡା ପଶି ଯାଇଥିଲେ । ଆଉ ବରକୁ ମାରିବାକୁ ଯାଉଥିବା ଏହି ୧୦ ଜଣ ଗୁଣ୍ଡାଙ୍କୁ ଗାଁ ଲୋକମାନେ ଧରି ନେଇଛନ୍ତି । କେମିତି କେଜାଣି ଗାଁ ଲୋକମାନେ ଏହି ଗୁଣ୍ଡା ମାନଙ୍କୁ ଦେଖି ଧରି ନେଇଥିଲେ । ଏହି ଘଟଣା ବଲାଙ୍ଗୀର ଜିଲ୍ଳା ଦେଓଗାଁ ଥାନା ତାମିନଜୁରି ଗାଁରେ ଘଟିଛି । ଏହି ଗ୍ରାମକୁ ପାଖ ଗ୍ରାମର ଯୁବକ ବିବାହ କରିବାକୁ ଆସିଥିଲେ ।
ଆଉ ଏହି ସମୟରେ ବିଭିନ୍ନ ମାରଣାସ୍ତ୍ର ଧରି ଏହି ୧୦ ଜଣ ଯୁବକ ବରକୁ ମାରିଦେବେ ବୋଲି ଯୋଜନା କରୁଥିଲେ । ଏହି ସମୟରେ ତାଙ୍କୁ ଗାଁ ଲୋକମାନେ ଦେଖି ଦେଇ ଧରି ପକାଇଥିଲେ । ଏହି ୧୦ ଜଣ ମଧ୍ୟରୁ ୭ ଜଣ ଧରା ପଡ଼ିଥିବା ବେଳେ ଆଉ ୩ ଜଣ ଫେରାର ହୋଇ ଯାଇଛନ୍ତି । ଏହି ଯୁବକମାନଙ୍କୁ ଏବେ ପୋଲିସ ଗିରଫ କରିଛି । ଅଧିକ ତଦନ୍ତ ପାଇଁ ପୋଲିସ ପଚରାଉଚରା କରୁଛି । ଏହି ଯୁବକମାନେ ପାଖ ଗାଁର ବୋଲି ସୂଚନା ମିଳିଛି । ଏହି ଯୁବକମାନଙ୍କୁ ବରକୁ ମାରିବାକୁ କେହି ସୁପାରୀ ଦେଇଥିଲେ ବୋଲି ଖବର ଆସିଛି । ପୋଲିସ ଏବେ ଏହି ଘଟଣାର ତଦନ୍ତ କରୁଛି ।