Movie prime

ହଠାତ୍ B.D.0. ଅଫିସରେ ପଶି ଟେବୁଲ୍...କୁ ଗୋଇଠା ମାରିଲେ ଯୁବକ

 
Vv
ବିଡିଓ ଙ୍କ ଟେବୁଲ୍ କୁ କାହିଁକି ଏଭଳି ଭାବରେ ନାତ ମାରିଲେ ଯୁବକ ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ଚାରିଜଣ ବିଡିଓ ଙ୍କ ସାମ୍ନାରେ ବସି କଥା ହେଉଥିଲେ। ଆଉ ହଠାତ ଏକ ଯୁବକ ଉଠି ଯାଇ ବିଡିଓ କାମ କରୁଥିବା ଟେବୁଲ୍ କୁ ଗୋଇଠା ମାରିଥିଲେ। ଆଉ ତାପରେ ଚେୟାର ଟେକି ଫୋପାଡି ଦେଇଥିଲେ। ବିଡ଼ିଓ ଙ୍କ ଟେବୁଲ୍ କୁ ଗୋଇଠା ମାରିବାକୁ ନେଇ ଏବେ ଥାନାରେ ଏତଲା ଦେଇଛନ୍ତି ନିଜେ ବିଡ଼ିଓ।
Gg
ପଟ୍ଟାମୁଣ୍ଡାଇ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଏଭଳି ଭାବରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି। ପଟ୍ଟାମୁଣ୍ଡାଇ ର ବିଡ଼ିଓ ନିଜ କାର୍ଯ୍ୟ ସମ୍ପାଦନ କରୁଥିବା ସମୟରେ ତିନିଜଣ ଯୁବକ କୌଣସି କାର୍ଯ୍ୟ ବଶତଃ ତାଙ୍କର କାର୍ଯ୍ୟାଳୟ କୁ ଯାଇଥିଲେ। ଏହାପରେ ବିଡ଼ିଓ ଙ୍କ ନିକଟରେ ଅନେକ ସମୟ ଧରି ବସି କିଛି ଆଲୋଚନା ମଧ୍ୟ କରିଥିଲେ। ହେଲେ କାହିଁକି କେଜାଣି ଜ୍ୟୋତି ପ୍ରକାଶ ନାମକ ବ୍ୟକ୍ତି,
Vv
ହଠାତ୍ ଉକ୍ଷିପ୍ତ ହୋଇ ଯାଇଥିଲେ ଏହାପରେ ସେ ବସିଥିବା ଚେୟାର ରୁ ଉଠି ବିଡ଼ିଓ ଶୁଭ୍ରାଂଶୁ ସାହୁ ଙ୍କୁ ଅଶାଳୀନ ଭାଷାରେ ଗାଳି ଗୁଲଜ କରି ଟେବୁଲ୍ କୁ ଏକ ଶକ୍ତ ଭାବରେ ଗୋଇଠା ମାରିଥିଲେ। ଏହାପରେ ବିଡିଓ ଙ୍କୁ ବାଡେଇବା ପାଇଁ ମଧ୍ୟ ଚେୟାର ଉଠାଇ ଥିଲେ। ଏହି ଘଟଣା ପରେ ପଟ୍ଟାମୁଣ୍ଡାଇ ବିଡ଼ିଓ ଡରି ଯାଇ ପଟ୍ଟାମୁଣ୍ଡାଇ ଥାନାରେ ଏନେଇ ସେ ଅଭିଯୋଗ ମଧ୍ୟ କରିଛନ୍ତି।
ଏହି ସବୁ ଦୃଶ୍ୟ ମଧ୍ୟ ସେଠାରେ ଲାଗିଥିବା ସିସିଟିଭି ଫୁଟେଜ ରେ ସବୁ କଏଦ ହୋଇଛି। ଯାହାକି ଏବେ ସୋସିଆଲ ମିଡ଼ିଆ ରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଯୁବକ ଜଣଙ୍କ ଏଭଳି ବ୍ୟବହାରକୁ ଖୁବ ନିନ୍ଦା ମଧ୍ୟ କରାଯାଇଛି। ତେବେ ଏହାକୁ ନେଇ ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ୟ ଯେମିତି ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.