Movie prime

ହଠାତ୍‌ କାହିଁକି ନବୀନଙ୍କ ପାଖକୁ ଚାଲିଆସିଲେ ଅପରାଜିତା ଆଉ ତାପରେ

 
Bh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇବା ସହ ରାଜନୀତିକୁ ନେଇ ଆସୁଥିବା ଖବର ସବୁ ପାଇ ପାରୁଛନ୍ତି । ଏବେ ରାଷ୍ଟ୍ରୀୟ ରାଜନୀତିରେ ଘଟିଛି କିଛି ଘଟଣା ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି । ଜାତୀୟ ରାଜନୀତିରେ ପ୍ରମୁଖତଃ ତିନୋଟି ଦଳ ଦେଖିବାକୁ ମିଳିଥାଏ । କଂଗ୍ରେସ, ବିଜେଡି ଆଉ ବିଜେପି । ଗୋଟିଏ ଦଳ ଅନ୍ୟ ଦଳର ବିରୋଧୀ ଦଳ ଅଟେ । ଏବେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଦେଖିପାରିବେ କି ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଖିବା ମାତ୍ରକେ ବିଜେପି ଦଳର ନାରୀନେତ୍ରୀ କରିଲେ ଏଭଳି କାମ ।
Hh
ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଖିବା ମାତ୍ରକେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଯିଏ ବିଜେପି ଦଳର ନାରୀନେତ୍ରୀ ସେ ତାଙ୍କ ପାଖକୁ ଆସିଲେ । ନବୀନଙ୍କ ପାଖକୁ ଆସି ଅପରାଜିତା ନମସ୍କାର କରିଲେ । ନବୀନ ମଧ୍ଯ ହସିଲେ ଆଉ ପ୍ରତି ନମସ୍କାର ଜଣାଇଲେ । ଓଡ଼ିଶାର ୨୭ ତମ ରାଜ୍ୟପାଳ ଭାବରେ ଶପଥ ନେଇଛନ୍ତି ହରିରାମ କମ୍ଭୁକ ପତି । ରାଜଭବନରେ ସ୍ଵତନ୍ତ୍ର ଶପଥ ଗ୍ରହଣ ଉତ୍ସବ ଆୟୋଜିତ ହୋଇଥିଲା । ଆଉ ହରିବାବୁଙ୍କୁ ଶପଥ ପାଠ କରାଇଥିଲେ ହାଇକୋର୍ଟର ମୁଖ୍ୟ ବିଚାରପତି ।
Hh
ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରାଧାରୀ ସରଣସିଂ । ଏବେ ଯିଏ ରାଜ୍ୟପାଳ ହେଲେ ସେ ପୂର୍ବରୁ ମିଜୋରାମ ରାଜ୍ୟର ରାଜ୍ୟପାଳ ଥିଲେ । ତାଙ୍କୁ ଶପଥ ଗ୍ରହଣ ପରେ ସବୁ ଦାୟିତ୍ଵ ଦିଆ ଯାଇଥିଲା । ସେ ନୂଆ ରାଜ୍ୟପାଳ ହେବେ ବୋଲି ଡିସେମ୍ବର ୨୪ ତାରିଖରେ ସୂଚନା ଦିଆ ଯାଇଥିଲା ।ଓଡ଼ିଶାର ପୂର୍ବତନ ରାଜ୍ୟପାଳ ରଘୁବର ଦାସଙ୍କ ଇସ୍ତଫା ପରେ ହରିବାବୁ ହେଉଛନ୍ତି ନୂଆ ରାଜ୍ୟପାଳ । ସେ ଭୁବନେଶ୍ଵରରେ ଶପଥ ଗ୍ରହଣ ପରେ ପୁରୀ ଶ୍ରୀମନ୍ଦିର, ମୁକ୍ତି ମଣ୍ଡପ, ବିମଳା ମନ୍ଦିର ଏବଂ ଅନେକ ମନ୍ଦିର ପରିଦର୍ଶନ କରିଥିଲେ ।
ଏହି ଉତ୍ସର୍ବରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ ଆଉ ସବୁ ନେତା ମନ୍ତ୍ରୀ ମଧ୍ୟ ଯୋଗ ଦେଇଥିଲେ । ଆଉ ଏହି ଭିତରେ ଦେଖିବାକୁ ମିଳିଥିଲା ଏଭଳି କିଛି ଚିତ୍ର । ନବୀନ ପଟ୍ଟନାୟକ ବସିଥିଲେ ଆଉ ତାଙ୍କ ପାଖକୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ବସିଥିବା ସ୍ଥାନରୁ ଉଠି ଆସିଥିଲେ । ଆଉ ସେ ନବୀନଙ୍କ ପାଖକୁ ଯାଇ ନମସ୍କାର କରିଥିଲେ । ଆଉ ନବୀନ ମଧ୍ୟ ତାଙ୍କୁ ପ୍ରତି ନମସ୍କାର ଜଣାଇଥିଲେ । ଏବେ ଏହି ଦୃଶ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି । ନବୀନ ପଟ୍ଟନାୟକଙ୍କ ପ୍ରତି ଅପରାଜିତାଙ୍କ ଏଭଳି ସମ୍ମାନ ଆଉ ବ୍ୟବହାର ପାଇଁ ସମସ୍ତେ ତାଙ୍କୁ ପ୍ରଶଂସା କରିଛନ୍ତି ।

Around The Web