Movie prime

ହେ ଭଗବାନ ମ-ରିଯାଇଥିଲା ଝିଅ ହେଲେ... ୯ ବର୍ଷ ପରେ ଜିଅନ୍ତା ଫେରିଲା...

 
Bh

ସେଦିନ ସକାଳୁ ନିଜ ସାନ ଭାଇ ସହ ସ୍କୁଲ ଯିବାଟା କାହିଁକି କେଜାଣି ପୂଜାର ଜୀବନକୁ ସମ୍ପୂର୍ଣ୍ଣ ଭାବରେ ବଦଳାଇ ଦେଇଥିଲା। ଦୁନିଆ ବିଷୟରେ ଜାଣିବା ପୂର୍ବରୁ ଦୁନିଆ ତା ସହ ଏମିତି କିଛି ଖେଳିଦେବ ସେ କଥା କିଏ ବା ଜାଣିଥିଲା। ବାପାଙ୍କ ପାଖରେ ଗେଲ ବସରରେ ବଢ଼ିଥିବା ଏହି କଅଁଳ ଫୁଲଟିଏ ଏମିତି ଭାବରେ ବଗିଚାରୁ ଚୋରି ହେଇ ଯିବ ,ସେଦିନ ସ୍କୁଲକୁ ବାହାରିବା ପୂର୍ବରୁ ନିଜ ବାପାମାଆଙ୍କ ସହ କେତେ ଯେ ଖେଳି ନଥିଲା ସେ।

Vg

ହେଲେ ସେ କଣ ଜାଣିଥିଲା ସେଦିନ ସେ ଖେଳ ତା ଜୀବନର ଶେଷ ଖେଳ ହେବ ବୋଲି। ଆଉ ସେ ସ୍କୁଲରେ ପହଞ୍ଚିବା ପୂର୍ବରୁ ସେ ସେହି ନିରୀହ କଅଁଳ ଛୁଆ ଟିକୁ କିଏ ଲୁଚେଇ ନେବ ବୋଲି। ସେଦିନ ସ୍କୁଲ ଯିବା ବାଟରେ ହଠାତ୍ ଗୋଟେ ବଡ଼ ଗାଡ଼ି ଆସି କଅଁଳ ଛୁଆଟିର ହାତକୁ ଜୋର୍ ଜବରଦସ୍ତ ଭାବରେ ଟାଣି ଦେଇ ଚଳନ୍ତା ଗାଡ଼ି ଭିତରେ ପକେଇ ଦେଇଥିଲା। ଆଉ କେହି କିଛି ବୁଝିବା ପୂର୍ବରୁ ଗାଡ଼ି ପ୍ରଥମେ ସହର ଓ ପରେ ରାଜ୍ୟ ବାହାରକୁ ଚାଲି ଯାଇଥିଲା। ଆଉ ଝିଅର ଆଖି ଖୋଲିଲା ବେଳକୁ ତାକୁ ଦୁଇ ଲକ୍ଷ ଟଙ୍କାରେ ବିକ୍ରି କରା ସାରିଥିଲା।

କିଛିଦିନ ଗଲା ପରେ ପୂଜା ଜାଣିବାକୁ ପାଇଥିଲା ଯେ ସେ ଦମ୍ପତ୍ତିଙ୍କର କୌଣସି ସନ୍ତାନ ନଥିବାରୁ ସେ ତାକୁ ଝିଅ ଭାବରେ କିଣିଛନ୍ତି। କିନ୍ତୁ ସେ କଥା ବଦଳି ଯାଇଥିଲା ଯେତେବେଳେ ମହିଳା ଜଣଙ୍କ ନିଜେ ଗର୍ଭବତୀ ହୋଇଥିଲେ। ନିଜର ଏକ ସନ୍ତାନ ଜନ୍ମ ହେବା ପରେ ସେମାନେ ପୂଜାକୁ ଅଣଦେଖା କରିବା ସହ ଅତ୍ୟାଚାର ମଧ୍ୟ କରୁଥିଲେ। ଯାହାକୁ ନେଇ ବଡ଼ ଦୁଃଖ କଷ୍ଟରେ ଦିନ କାଟୁ ଥାଏ ପୂଜା। ଏପଟେ ପୂଜାର ପରିବାର ଲୋକେ ମଧ୍ୟ ଝିଅକୁ ଅନେକ ଖୋଜା ଖୋଜି କରି ନିରାଶ ହୋଇ ସାରିଥାନ୍ତି। ସେ ଭିତରେ ବିତି ଯାଇଥାଏ ଦୀର୍ଘ ନଅ ବର୍ଷର ସମୟ।

Hg

ପୂଜା ମଧ୍ୟ ମାଡ଼ ଗାଳି ଖାଇ ସେଠାରେ ପଡ଼ି ରହିଥାଏ। ହଠାତ୍ ଦିନେ ବଜାର ଭିତରେ ଜଣେ ମହିଳାଙ୍କ ସହ ପୂଜାର ଦେଖା ହୁଏ। ଆଉ ନିଜ ମନର କୋହକୁ ସମ୍ଭାଳି ନପାରି ଗୋଟି ଗୋଟି କରି ସବୁକିଛିକୁ କହି ଦେଇଥାଏ ତାଙ୍କ ଆଗରେ। ଆଉ ଯାହାକୁ ଶୁଣିବା ପରେ ମହିଳା ଜଣଙ୍କ ତାକୁ ସାହାଯ୍ୟ କରି ଘରକୁ ଫେରାଇ ଆଣିବାର ସବୁ ବ୍ୟବସ୍ଥା ମଧ୍ୟ କରି ଦିଅନ୍ତି। ଆଉ ଏବେ ପୂଜା ନିଜ ମନରେ ଥିବା ସବୁ ପୁରୁଣା କଥାକୁ ଭାବି ଭାବି ଆସି ନିଜ ଗାଁରେ ପହଞ୍ଚି ଯାଇଥାଏ। ଘରେ ପହଞ୍ଚିବା ବେଳକୁ ନିଜ ବାପାମାଆଙ୍କ ସହିତ କେତେ କଥା ହେବ ବୋଲି ଭାବୁଥାଏ। ହେଲେ ତାର ସେ ସବୁ ଆଶା ଯେମିତି ପାଣି ଫୋଟକା ପରି ଭାଙ୍ଗି ଯାଇଥିଲା।

ପୂଜା ନଅ ବର୍ଷ ପରେ ଘରକୁ ଫେରିଲା ସତ କିନ୍ତୁ ତାକୁ ଝିଅ ବୋଲି ଡାକି କୋଳେଇ ନେବା ପାଇଁ ତା ବାପା ଆଉ ଏ ଦୁନିଆଁରେ ନଥିଲେ। ତାହାକୁ ଦେଖିଲା ପରେ ଦୁଃଖରେ ଭାଙ୍ଗି ପଡ଼ିଥିଲା ପୂଜା। ଜୀବନରେ ଏତେ କଷ୍ଟ ସହିବା ପରେ ବି ତା ଭାଗ୍ୟରେ ଏମିତି କିଛି ଲେଖା ଥିଲା। ତେବେ ଆଜି ଜୀବନରେ ଅନେକ ପରିସ୍ଥିତି ସାମ୍ନା କରିବା ପରେ ପୂଜା ନିଜ ପରିବାର ପାଖରେ ପହଞ୍ଚି ଥିବା ବେଳେ ଏବେ ପୁରା ପରିବାର ଭିତରେ ଏକ ଖୁସିର ଝଲକ୍ ଦେଖିବାକୁ ମିଳିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.