Movie prime

ମଦପିଇ ମାତାଲ୍ ହୋଇ ସ୍ୱାମୀ କରିଦେଲେ ଏମିତି ଦେଖନ୍ତୁ ଘଟିଗଲା କେତେବଡ ଘଟଣା

 
Gg
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ବଡସାଇମରା ପଞ୍ଚାୟତ ଟେଙ୍ଗରା ଗ୍ରାମରେ ଏକ ଛାତି ଥରା ତଥା ଚାଞ୍ଚଲ୍ୟକର ଘଟଣା ବହୁ ବିଳମ୍ବରେ ଜଣାପଡିଛି। ଜଣେ ସ୍ଵାମୀ ତାଙ୍କ ନିଜ ସ୍ତ୍ରୀଙ୍କୁ ଏକ ହାତ ତିଆରି ବନ୍ଧୁକରେ ଗୁଳି ମାରିଦେବାରୁ ସ୍ତ୍ରୀ ଜଣଙ୍କ ଜଂଘରେ ଗୁଳିଟି ରହିଯାଇଛି। ସେ ଅତ୍ୟନ୍ତ ଗୁରୁତର ଥିବା ବେଳେ କିନ୍ତୁ ଘଟଣାର ୯ ଦିନ ପରେ ଆସି ସ୍ଵାମୀ ବିରୁଦ୍ଧରେ ଥାନାରେ ଲିଖିତ ଏତଲା ଦେଇଥିବା ଭଳି ଘଟଣା ଜଣାପଡିଛି। 
Gh
ଟେଙ୍ଗରା ଗ୍ରାମର ସୁଧାକର ମଲ୍ଲିକ ବେଲପଡା ଥାନା ଡୁଙ୍ଗୁରୀପାଲି ଗ୍ରାମର ବେଦମତୀ ମଲ୍ଲିକଙ୍କୁ ବିବାହ କରିଥିଲେ। ଏବଂ ୧୩ ବର୍ଷର ପୁଅ ଓ ୬ ବର୍ଷୀୟା ଝିଅ ସହ ଗାଁରେ ରହୁଥିଲେ। ଗତ ୧୬ ତାରିଖ ଦିନ ସୁଧାକର ଅତ୍ୟନ୍ତ ନିଶା ସେବନ କରିଥିବା ବେଳେ ତାଙ୍କ ସ୍ତ୍ରୀ ବେଦମତୀଙ୍କ ସହ ତାଙ୍କ ପାରିବାରିକ କଳହ ହୋଇଥିଲା। ସେ ସ୍ତ୍ରୀଙ୍କୁ ଘରେ ପୂର୍ବରୁ ଆଣି ରଖାଯାଇଥିବା ଏକ ହାତ ତିଆରି ଘରୋଇ ବନ୍ଧୁକ ଆଣି ଡରାଉଥିଲେ। 
Gg
ଏହି ସମୟରେ ହଠାତ୍ ବନ୍ଧୁକଟି ଫୁଟି ଯାଇ ସେଥିରେ ଥିବା ଗୁଳିଟି ସ୍ତ୍ରୀ ବେଦମତୀଙ୍କ ଜଂଘରେ ଯାଇ ଲାଗିଥିଲା। ଏହପାରେ ସେ ବଲାଙ୍ଗିର ଯାଇ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ଜଂଘରେ ଗୁଳିଟି ରହିଯାଇଥିବାରୁ ଅବସ୍ଥା ଦିନକୁ ଦିନ ଆହୁରି ଗୁରୁତର ହେଉଥିବାର ଜଣାପଡିଛି। ଫଳରେ ଘଟଣାର ୯ ଦିନ ପରେ ଶନିବାର ସ୍ତ୍ରୀ ବେଦମତୀ ମୁରିବାହାଲ ଥାନା ପହଞ୍ଚି ସ୍ଵାମୀ ବିରୁଦ୍ଧରେ ଲିଖିତ ଏତଲା ଦେଇଥିଲେ। ବେଦମତୀଙ୍କ ଏତଲା ଆଧାରରେ ପୁଲିସ ମାମଲା ରୁଜୁ କରି ତନାଘନା ଆରମ୍ଭ କରିଥିଲା। 
ପୋଲିସ ଟେଙ୍ଗରା ଗ୍ରାମକୁ ପହଞ୍ଚି ଅଭିଯୁକ୍ତ ସ୍ଵାମୀ ସୁଧାକର ମଲ୍ଲିକଙ୍କୁ କାବୁ କରିବା ସହ ସେ ବ୍ୟବହାର କରିଥିବା ହାତ ତିଆରି ଘରୋଇ ବନ୍ଧୁକକୁ ମଧ୍ୟ ଜବତ କରିଥିଲା। ବେଦମତୀଙ୍କ ଏତଲା ଆଧାରରେ ତାଙ୍କ ସ୍ଵାମୀ ସୁଧାକରଙ୍କୁ ଥାନାରେ ଅଟକ ରଖାଯାଇ ଅଧିକ ତଦନ୍ତ ଜାରିରହିଛି। ବ୍ୟବହୃତ ବନ୍ଧୁକ ମଧ୍ୟ ଜବତ ହୋଇଛି ଓ ଗୁରୁତର ସ୍ତ୍ରୀଙ୍କୁ ଅଧିକ ଚିକିତ୍ସା ପାଇଁ ବଲାଙ୍ଗିର ମେଡ଼ିକାଲ୍‌ ପଠାଯାଇଛି ବୋଲି ଥାନା ଆଇଆଇସି ପ୍ରକାଶ କରିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.