Movie prime

ହେ ପ୍ରଭୁ ୟେ କଳିଯୁଗ ର ସଇତାନ ବାପା..୪ ଝିଅ ଙ୍କୁ ମିଠା ରେ ବିଷ ଦେଇ ଦେଲା ବାପା

 
Hh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଦିଲ୍ଲୀର ବସନ୍ତକୁଞ୍ଜ ରଙ୍ଗପୁରୀ ଅଞ୍ଚଳରେ ଜଣେ ବାପା ଓ ତାଙ୍କ ୪ ଦିବ୍ୟାଙ୍ଗ ଝିଅ ବିଷାକ୍ତ ପଦାର୍ଥ ପିଇ ଆ-ତ୍ମ-ହ-ତ୍ୟା କରିଥିବା ଅଭିଯୋଗ ହୋଇଛି। ଘରୁ ପ୍ରବଳ ଦୁର୍ଗନ୍ଧ ବାହାରିବା ପରେ ଆଖପାଖରେ ରହୁଥିବା ଲୋକେ ପୋଲିସକୁ ଖବର ଦେଇଥିଲେ। ଗତ କିଛିଦିନ ହେବ ତାଙ୍କ ପରିବାର ଲୋକଙ୍କୁ ବାହାରେ ଦେଖିବାକୁ ମିଳିନଥିଲା ବୋଲି ଲୋକେ ପୋଲିସଙ୍କୁ କହିଛନ୍ତି। 
Hh
ଖବର ପାଇ ପୁଲିସର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ଘରର ଗେଟ୍ ଭିତରୁ ବନ୍ଦ ଥିବାରୁ ପୋଲିସ ଅଗ୍ନିଶମ ବାହିନୀକୁ ଡାକି ଘର ଭିତରର ତାଲା ଭାଙ୍ଗି ଦେଇଥିଲା। ପୋଲିସ ଘରୁ ବାପାଙ୍କ ସମେତ ୪ ଜଣ ଦିବ୍ୟାଙ୍ଗ ଝିଅଙ୍କ ମୃ-ତ-ଦେ-ହ ବାହାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତଦନ୍ତ ବେଳେ ପୋଲିସ ହାତରେ ଏକ ସିସିଟିଭି ଫୁଟେଜ ଲାଗିଛି। ସେଥିରେ ବାପା ହୀରାଲାଲଙ୍କୁ ଶେଷଥର ପାଇଁ ସେପ୍ଟେମ୍ବର ୨୪ ରେ ଦେଖିବାକୁ ମିଳୁଛି। 
Gg
ସିସିଟିଭି ରେକର୍ଡିଂରେ ବାପା ହୀରାଲାଲ ହାତରେ ମିଠା ବାକ୍ସ ଧରି ଘରକୁ ଯାଉଥିବା ଦେଖିବାକୁ ମିଳିଥିଲା। ଏହାପରେ ସେ ଘରୁ ବାହାରି ନଥିଲେ। ପ୍ରାଥମିକ ତଦନ୍ତରେ ଘର ଭିତରୁ ଏକ ଖାଲି ପ୍ୟାକେଟ୍ ସଲଫାସ ମିଳିଥିବାରୁ ଏହା ଆ-ତ୍ମ-ହ-ତ୍ୟା ବୋଲି ପୋଲିସ କହିଛି। କିନ୍ତୁ ଘରୁ କୌଣସି ସୁଇସାଇଡ୍ ନୋଟ୍ ମିଳିନଥିଲା। ସେହିପରି ମୃ-ତ ହୀରାଲାଲଙ୍କ ନାକରୁ ମଧ୍ୟ ରକ୍ତ ବାହାରୁଥିଲା। ଏଠାରେ କ'ଣ ଘଟିଥିଲା ତାହା ପୋଲିସ ଜାଣିବାକୁ ଚେଷ୍ଟା କରୁଛି। 
ସେମାନେ ସମସ୍ତେ ମିଳିମିଶି ଏଭଳି ପଦକ୍ଷେପ ନେବାର କାରଣ କ'ଣ? ଝିଅଙ୍କୁ ବିଷ ଦେଇ ବାପା ଆ-ତ୍ମ-ହ-ତ୍ୟା କରିଛନ୍ତି କି? ଏଭଳି ଅନେକ ପ୍ରଶ୍ନକୁ ନେଇ ପୋଲିସ ସବୁ ଦିଗରୁ ତଦନ୍ତ କରୁଛି। ନିକଟରେ ଲାଗିଥିବା ସିସିଟିଭି କ୍ୟାମେରାକୁ ଯାଞ୍ଚ କରାଯାଉଛି। ତେବେ ହୀରାଲାଲଙ୍କ ପତ୍ନୀ ପୂର୍ବରୁ ହିଁ କର୍କଟ ରୋଗରେ ପଡ଼ି ମୃ-ତ୍ୟୁ-ବ-ର-ଣ କରିସାରିଥିଲେ। ଏହା ପରେ ହୀରାଲାଲ ନିଜର ୪ ଦିବ୍ୟାଙ୍ଗ ଝିଅଙ୍କୁ ନେଇ ଅତି କଷ୍ଟରେ ଜୀବନଯାପନ କରୁଥିଲେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.