Movie prime

କଳା ଭାତର ଆଶ୍ଚର୍ୟ୍ଯ ଜନକ ଲାଭ ଜାଣିଲେ ଆଶ୍ଚର୍ୟ୍ଯ ହେଇଯିବେ ଏହା ମଧ୍ୟରେ ଅଛି ଏତେ ସବୁ ଔଷଧୀୟ ଗୁଣ ଦେଖନ୍ତୁ କେମିତି ଏହା ଆପଣଙ୍କ ପାଇଁ ଭଲ ସାବ୍ୟସ୍ତ ହୁଏ

 
Special report
ଆମ ଓଡ଼ିଶବାସୀଙ୍କର ସବୁଠାରୁ ପ୍ରିୟ ଖାଦ୍ୟ ହଉଛି ଭାତ। ଭାତ ବିନା ଜୀବନ ଅଧା ଅଟେ। ଭାତ ପିଲାଠୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସମସଙ୍କୁ ପସନ୍ଦ ହେଇଥାଏ। ବେଶ୍ କରି ପଖାଳ ଭାତରେ ସମସ୍ତଙ୍କର ଆଶା ରହିଥାଏ। ସେପରି ଆଜି ଏକ ନୂଆ ଚାଉଳ ଶୁଣିବାକୁ ମିଳିଛି ଏହି ଭିଡିଓରେ କଳା ଚାଉଳ ବିଷୟରେ , ଭାରତର ପ୍ରମୁଖ ଖାଦ୍ୟ ହେଉଛି ଭାତ। 
ପିଲା ଠାରୁ ଆରମ୍ଭ କରି ବୟସ୍କ ଲୋକ ପର୍ଯ୍ୟନ୍ତ ସମସ୍ତଙ୍କୁ ଖରାବେଳ ସମୟରେ ଭାତ ଖୁବ୍ ପସନ୍ଦ। ଚାଉଳରେ ତିଆରି ଏହି ଭାତ ଖୁବ୍ ଉପକାରୀ। ତେବେ ବିଭିନ୍ନ ପ୍ରକାର ଚାଉଳ ଥିବା ବେଳେ ସ୍ୱାସ୍ଥ୍ୟ ପାଇଁ ଭିନ୍ନ ଭିନ୍ନ ଉପକାରୀ ଗୁଣ ମଧ୍ୟ ରହିଛି। ତେବେ କଣ ଆପଣା କଳା ଚାଉଳର ଭାତ ଖାଇଛନ୍ତି କି ? ତେବେ ଜାଣି ନିଅନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ ଅଟେ। 
ଖୁବ୍ କମ୍ ଲୋକ କଳା ଚାଉଳ ଓ ଏହାର ଉପକାରୀ ଗୁଣ ବିଷୟରେ ଜାଣିଥିବେ। କଳା ଚାଉଳ ମୁଖ୍ୟତଃ ଉତ୍ତର ପୂର୍ବ ଅଞ୍ଚଳରେ ମିଳିଥାଏ। ମଣିପୁରରେ ଏହା ଅଧିକ ମାତ୍ରାରେ ଚାଷ କରାଯାଇଥାଏ। ଏହା ବିଶେଷକରି କର୍କଟ ରୋଗରୁ ଶରୀରରୁ ରକ୍ଷା କରିଥାଏ। ଏଥିରେ ଥିବା ପ୍ରୋଟିନ୍ ଆଇରନ୍ ଫାଇଭର୍ କର୍କଟ ରୋଗର ହେବାର ସମ୍ଭାବନାକୁ କମାଇଥାଏ। 
ଏଥିରେ ଆଣ୍ଟୀଅକ୍ସିଜେନ୍ ଭରପୂର ପରିମାଣରେ ରହିଛି। ବିଶେଷ କରି ୨୩ ପ୍ରକାର ଆଣ୍ଟୀଅକ୍ସିଜେନ୍ ଗୁଣ ରହିଛି ଏହି କଳା ଭାତରେ ଯାହା ଅନ୍ୟ ଚାଉଳ ତୁଳନାରେ ଅଧିକ। ଏହି ଚାଉଳରେ ଖାଇବା ଦ୍ଵାରା ଉତ୍ତମ ବୃଦ୍ଧି ହେବା ସହିତ ଖରାପ୍ କଲେଷ୍ଟ୍ରର୍ ବୃଦ୍ଧି ହୁଏ। ଫଳରେ ହୃଦୟ ମଧ୍ୟ ସୁସ୍ଥ ରହେ। ଏହା ସହ ପେଟର ଅନେକ ସମସ୍ୟା ଦୂର କରିବା ସହିତ ପାଚନକୁ ମଧ୍ୟ ସୁସ୍ଥ ରଖେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.