Movie prime

ମାଣ୍ଡିଆ ଚା ସୁପ ଥରେ ପିଇଲେ ଭୁଲି ଯିବେ ଥଣ୍ଡା କୁ ଦେଖନ୍ତୁ କେମିତି ଛଡ଼ାଇବେ ଶୀତ

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ଏବେ ସୋସିଆଲ ମିଡିଆରେ ଏମିତି କିଛି ଖବର ଜାଣିବାକୁ ପାଉଛନ୍ତି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ମାଣ୍ଡିଆ ଦେହ ପାଇଁ ଭଲ ଅଟେ । ମାଣ୍ଡିଆ ଖାଇଲେ ପେଟ ଥଣ୍ଡା ରୁହେ । ଓଡ଼ିଶାର ମାଣ୍ଡିଆକୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି । ଆଗରୁ ଲୋକମାନେ କହୁଥିଲେ କି ଆଦିବାସୀମାନେ କେବଳ ଏହି ମାଣ୍ଡିଆ ଖାଇଥାନ୍ତି ।
ମାଣ୍ଡିଆ ଦେହ ପାଇଁ ବହୁତ ହିତକାରକ ଅଟେ । ମାଣ୍ଡିଆ ଉପରେ ଅନେକ ତଥ୍ୟ ଅଛି । ସରସ ମେଳାରେ ମାଣ୍ଡିଆରେ ତିଆରି ଅନେକ ଜିନିଷ ଦେଖିବାକୁ ମିଳିଥିଲା । ମାଣ୍ଡିଆରେ ଚା ମଧ୍ୟ ତିଆରି କରାଯାଉଛି ।
କୋରାପୁଟରୁ କିଛି ମହିଳାମାନେ ଆସିଛନ୍ତି ସେମାନେ ମାଣ୍ଡିଆ ନେଇ ଆସିଛନ୍ତି । ମାଣ୍ଡିଆ ଜାତୀୟ ଅନେକ ଜିନିଷ ସେ ତିଆରି କରିଛନ୍ତି । ଆପଣମାନେ ଅମୂଲରେ ଚା ପିଇଥିବେ, କ୍ଷୀରରେ ଚା ପିଇଥିବେ ବା ନାଲି ଚା ପିଇଥିବେ । କିନ୍ତୁ ଏହି ମେଳାରେ ମାଣ୍ଡିଆ ଚା ପ୍ରସ୍ତୁତ କରିଛନ୍ତି ।
ମାଣ୍ଡିଆ ଚାରେ ଆଇରନ ଆଉ ମେନେରାଲ ଅଛି । ମାଣ୍ଡିଆ ଚା ପିଇଲେ ଏହା ତଣ୍ଟି ପାଖରେ ଯାହା ଅସୁବିଧା ଥିବ ବା ଇନଫେକସନ୍ ଥିବ ତାହା ଦୂର ହୋଇଯିବ । କରୋନା ସମୟରେ ଏହା ବହୁତ ସରକାରୀ କାମ କରିଥାଏ ।
ଡାଇବେଟିସ ରୋଗୀ ଏହା ଖାଇଲେ ଭଲ ହୋଇଥାଏ । ମାଣ୍ଡିଆ ଚା, ମାଣ୍ଡିଆ ପକୁଡ଼ି, ମାଣ୍ଡିଆ ସୁପ୍, ମାଣ୍ଡିଆ ଇଟିଲି ଆଉ ମାଣ୍ଡିଆ ବରା ବି ସେମାନେ ଆଣିଛନ୍ତି ।
ମାଣ୍ଡିଆରେ କେକ୍, ପୋଡପିଠା ଆଦି ଅନେକ କରିହେବ । ୮୦ ଟା ଗାଁକୁ ନେଇ ଏକ ଗ୍ରୁପ କରିଛନ୍ତି ବୋଲି ସେହି ସରସ ମେଳାକୁ ଆସିଥିବା ମହିଳା କହିଛନ୍ତି ।
SHG ଗ୍ରୁପ କରି ସେ ପିଜି ଗ୍ରୁପ କରିଛନ୍ତି । ମାଣ୍ଡିଆ ହେଉଛି ଆମ ଓଡ଼ିଶାର ଖଣି । ଏହା ଆମ ସାଂସ୍କୃତିକ ଖାଦ୍ୟ ଅଟେ । ସମସ୍ତେ କିପରି ସ୍ୱାସ୍ଥ୍ୟକର ଖାଦ୍ୟକୁ ଆପଣାଇବେ ସେଥିପାଇଁ ଏହାକୁ ସାରା ମେଳାରେ ରଖାଯାଇଛି ।
ଏହା ସ୍ବାସ୍ଥ୍ୟ ପାଇଁ ବହୁତ ଭଲ ଅଟେ । ମାଣ୍ଡିଆରେ ଅନେକ ଜିନିଷ ତିଆରି ହୋଇଥାଏ । ମାଣ୍ଡିଆ ଚା ସହିତ ମାଣ୍ଡିଆ ପକୁଡ଼ି ଆଉ ବରା ବହୁତ ଭଲ ଲାଗିବ ।
ମାଣ୍ଡିଆ ଚା କିପରି ପ୍ରସ୍ତୁତ ହୁଏ ସେହି ଯୁବତୀ ଜଣକ ଏହି ଭିଡିଓରେ କହିଛନ୍ତି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ହେଉଛି ।