Movie prime

+୩ ଛାତ୍ରୀ ଙ୍କ କିଡନୀ ରୋଗ ଭଲ କରିବାକୁ କଲେଜ ରେ ଭିଡ଼ିଲେ ଅଣ୍ଟା ବିକିଲେ ଚା ଦେଖନ୍ତୁ Exclusive

 
Special Report
ଜଣେ ଯୁକ୍ତ ତିନି ର ଛାତ୍ରୀ କିଡନୀ ରୋଗ ରେ ପୀଡିତ ଅଛନ୍ତି।ଚିକିତ୍ସା ପାଇଁ ଏବେ ଅର୍ଥ ସାଜିଛି ବାଧକ।ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟ ର ଯୁକ୍ତ ତିନି ଶ୍ରେଣୀ ରେ ପଢୁଥିବା ଶେଷ ବର୍ଷ ଛାତ୍ରୀ ହେଉଛନ୍ତି ପ୍ରିୟଦର୍ଶିନୀ ସାହୁ।
ଗତ ଦୁଇ ବର୍ଷ ହେବ କିଡନୀ ରୋଗରେ ପୀଡିତ ହୋଇ ବର୍ତ୍ତମାନ ଢେଙ୍କାନାଳ ଜିଲ୍ଲା ଡାକ୍ତରଖାନା ରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ମା ତାଙ୍କୁ ଗୋଟିଏ କିଡନୀ ଦେବାକୁ ଇଚ୍ଛୁକ ଅଛନ୍ତି।
କିନ୍ତୁ କିଡନୀ ପାଇଁ ଅର୍ଥ ସାଜିଛି ବାଧକ।ତାଙ୍କ ବାପା ଜଣେ ହେଉଛନ୍ତି ଦିନ ମଜୁରିଆ।କିଡନୀ ପ୍ରତିରୋପଣ ପାଇଁ ତିରିଶି ରୁ ୪୦ ଲକ୍ଷ ଟଙ୍କା ଦରକାର।ଯାହାକି କେହି ଜଣେ ଦିନ ମଜୁରିଆ ପକ୍ଷେ ଯୋଗାଡ କରିବା ସମ୍ଭବ ନୁହେଁ।
ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ରେ ମାତ୍ର ୧୦ ଲକ୍ଷ ଟଙ୍କା ରହିଛି। ଆଜି ସେ ପଢୁଥିବା ମହା ବିଦ୍ୟାଳୟ ର ସ୍କାଉଟ୍ ଓ ଗାଇଡ ରୋଗର ଅନ୍ୟ ସହପାଠୀମାନେ ଏକ ଉପାୟ ରେ ପଇସା ସଂଗଠନ କରି ସାହାର୍ଯ୍ୟ କରିବାକୁ ପ୍ରୟାସ କରିଛନ୍ତି।
ଏଥିପାଇଁ ସେମାନେ ଚା ବିକ୍ରି କରୁଛନ୍ତି।ମହା ବିଦ୍ୟାଳୟ ର ଶିକ୍ଷକ,ଶିକ୍ଷୟତ୍ରୀ ମାନେ ଓ ଛାତ୍ରଛାତ୍ରୀ ମାନେ ଏଥିରେ ସହଯୋଗ କରୁଛନ୍ତି।ସେମାନେ ଜନ ସାଧାରଣ ଙ୍କୁ ଏଭଳି ଅସୁବିଧାରେ ସାହାଯ୍ୟ ର ହାତ ବଢେଇବା କୁ ଅନୁରୋଧ କରିଛନ୍ତି।
ଜଣେ ଛାତ୍ରୀ ଗଣମାଧ୍ୟମ ସାମ୍ନାରେ କହିଛନ୍ତି ଯେ ତାଙ୍କ ବାପା ହେଉଛନ୍ତି ଜଣେ ଦିନ ମଜୁରିଆ।ପ୍ରିୟଦର୍ଶିନୀ ତାଙ୍କର ବଡ଼ ଦିଦି ହେବେ।ତାଙ୍କ କିଡନୀ ରୋଗରୁ ସେ କିପରି ଭଲ ହୋଇଯିବେ ସେଥିପାଇଁ ପ୍ରୟାସ କରିଛନ୍ତି।
ସେଥିପାଇଁ ତାଙ୍କୁ ଅର୍ଥ ଦରକାର।କାରଣ ଏତେ ଟଙ୍କା କେହି ସାହାର୍ଯ୍ୟ କରି ପାରିବେ ନାହିଁ। ତେଣୁ ଛୋଟ ଉପାୟରେ ତାଙ୍କୁ ସାହାର୍ଯ୍ୟ କରିବାକୁ ଚାହୁଁଛନ୍ତି।ପୁଣିଥରେ ଭଲ ହୋଇ ସେମାନଙ୍କ ସହିତ ମିଶି ପାରିବେ।
ଏହି ଖବରଟି ବର୍ତ୍ତମାନ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ପ୍ରିୟଦର୍ଶିନୀ ବହୁତ ଜଲ୍ଦୀ ଭଲ ହୋଇ ଯାଆନ୍ତୁ ବୋଲି ପ୍ରାର୍ଥନା କରୁଛନ୍ତି।