Movie prime

ଚିନ୍ତା ଦୂର କରେ ଶୀତ ଦିନିଆ ଖରା ଦେଖନ୍ତୁ କେମିତି

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଶୀତ ଦିନେ ପ୍ରାୟତଃ ଲୋକ ମାନେ ଖରାରେ ବସିବା ପାଇଁ ଖୁବ୍ ପଶନ୍ଦ କରିଥାଆନ୍ତି। ପ୍ରଚଣ୍ତ ଶୀତ ରୁ ରକ୍ଷା ପାଇବା ପାଇଁ ଲୋକ ମାନେ ଖରା ର ପ୍ରଶ୍ରୟ ନେଇ ଥାଆନ୍ତି।
ଆଜି ଆମେ ଜାଣିବା ଏହି ଖରା ରୁ ଆମ ଶରୀର କୁ କଣ ଉପକାରିତା ମିଳି ଥାଏ। ଶୀତ ଦିନ ରେ କଅଁଳ ଖରା ରେ ରହିବା ଦ୍ବାରା ଏହା ସ୍ବାସ୍ଥ୍ୟ ପାଇଁ ବେଶ ଲାଭ ଦାୟକ ହୋଇଥାଏ।
ଶୀତ ଦିନରେ ମାତ୍ର ଦଶ ମିନିଟ ଖରାରେ ରହିବା ଦ୍ବାରା ପ୍ରଜ୍ୟାପ୍ତ ପରିମାଣରେ ଭିଟାମିନ- D ମିଳିଥାଏ। ସେହି ଭଳି ସୁସ୍ଥ ରହିବାକୁ ହେଲେ ଖରା ଦିନେ କିଛି ସମୟ ପାଇଁ ଶୀତ ଦିନେ କଅଁଳ ଖରାରେ ବସନ୍ତୁ।
ଶୀତ ଦିନିଆ ଖରା ସ୍ବାସ୍ଥ୍ୟ ପାଇଁ ଉପକାରୀ ଅଟେ। ଏହା ମସ୍ତିଷ୍କ ଉପରେ ମଧ୍ୟ ଖୁବ ଭଲ ପ୍ରଭାବ ପକାଇ ଥାଏ। ଭିଟାମିନ -D ର ଅଭାବ ଦ୍ବାରା ମସ୍ତିଷ୍କ ର ଠିକ ଭାବରେ ବିକାଶ ହୋଇ ପାରି ନଥାଏ।
ଯୁବପିଢୀ ଙ୍କ କ୍ଷେତ୍ରରେ ଭିଟାମିନ -D ର ଅଭାବ ହେବା ଦ୍ୱାରା ମାନସିକ ଦୁଶ୍ଚିନ୍ତା ପ୍ରବଳ ଦେଖା ଯାଇ ଥାଏ। ମାତ୍ର ସକାଳ ସମୟରେ ଏହି କଅଁଳ ଖରାରେ ବସିଲେ ମସ୍ତିଷ୍କ ର ସିରା ପ୍ରସିରା ସଠିକ୍ ଭାବରେ କାମ କରିଥାଏ।
ଫଳରେ ମନ ମସ୍ତିଷ୍କ ଶାନ୍ତ ମଧ୍ୟ ରହିଥାଏ। ଏହା ଦ୍ବାରା ଚିନ୍ତା ମଧ୍ଯ ଦୁର ହୋଇଥାଏ। ଏବଂ ସେତେବେଳେ ମଧ୍ଯ ହାଲିଆ ଅନୁଭବ ହୋଇ ନଥାଏ। କାର୍ଯ୍ୟ କରିବାକୁ ଆଗ୍ରହ ମଧ୍ଯ ଆସେ।
ଦଶ ମିନିଟ ଖରାରେ ରହିବା ଦ୍ବାରା ଦିନ ଯାକର ଥକା ପଣ ଦୁର ହେବା ସହ ଏକ ନୁଆ ଉର୍ଜା ମଧ୍ୟ ମିଳି ଥାଏ। ଏହା ସହ ମେଲାଟନିନ ହର୍ମନ ନିର୍ଗତ ହେବାରୁ ଭଲ ନିଦ ମଧ୍ଯ ହୋଇଥାଏ।
ସକାଳ ଖରା ମନ ଓ ମସ୍ତିଷ୍କ କୁ ଶାନ୍ତ ରଖିବା ସହ ମଣିଷ କୁ ସୁସ୍ଥ ରଖିବାରେ ବେଶ ସହାୟକ ମଧ୍ଯ ହୋଇଥାଏ। ତେବେ ନିଶ୍ଚିତ ଭାବରେ ଆପଣ ଖରାରେ ବସନ୍ତୁ।