Movie prime

ଶୀତଦିନେ ଏମିତି ନିଅନ୍ତୁ ଚର୍ମର ଯତ୍ନ ଦେଖନ୍ତୁ କେମିତି ନେବେ

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ ।
ସୋସିଆଲ ମିଡିଆରେ ଆପଣମାନେ ଅନେକ ପ୍ରକାରର ସ୍ବାସ୍ଥ୍ୟ ସମ୍ବନ୍ଧୀୟ କଥା, ଏବଂ ଅନେକ ପ୍ରକାରର ରୋଗ ଆଉ ତାର ନିରାକରଣ ବିଷୟରେ ଡାକ୍ତରମାନେ ଅନେକ କଥା କହିଥାନ୍ତି ।
ଅନେକ ଡାକ୍ତର ଏହି ରୋଗ ସମ୍ବନ୍ଧରେ କହିଛନ୍ତି । ଏବେ ଏହି ଭିଡିଓରେ ଆପଣମାନେ ଚର୍ମ ରୋଗ ହେଉଥିଲେ କିପରି ଏହାକୁ ନିରାକରଣ କରିବେ । 
ଅଥବା ଶୀତ ଦିନେ କିପରି ଚର୍ମର ଯତ୍ନ ନେବ ସେହି ବିଷୟରେ ଚର୍ମ ରୋଗ ବିଶେଷଜ୍ଞ ଡକ୍ଟର ସତ୍ୟଦର୍ଶୀ ପଟ୍ଟନାୟକ କହିଛନ୍ତି ।
ସେ କହିଛନ୍ତି ଶୀତ ଦିନେ ପିଲାମାନେ ଗାଧୁଆ ଠିକସେ କରନ୍ତି ନାହିଁ । ଶୀତଦିନେ ଚର୍ମ ଶୁଖି ଯାଇଥାଏ । ଶୁଖିଯିବା ପରେ ଦେହରେ ବିଭିନ୍ନ ପ୍ରକାରର ଚର୍ମ ରୋଗ ଦେଖା ଦେଇଥାଏ ।
ଶୀତଦିନେ ମୁଣ୍ଡରେ ରୁପି ହୁଏ । ପିଲାମାନେ ଗାଧୋଇବାକୁ ପସନ୍ଦ କରନ୍ତି ନାହିଁ । ସେଥିପାଇଁ ତାଙ୍କ ଦେହରେ ଚର୍ମ ରୋଗ ଅଧିକ ହୋଇଥାଏ ।
ଏହି ଚର୍ମ ରୋଗ ଜଣକୁ ହେଲେ ଆଉ ଜଣଙ୍କୁ ହୋଇଥାଏ । ଏହି ଶୀତଦିନେ ଗାଧୋଇବା ପୂର୍ବରୁ ନଡ଼ିଆ ତେଲ ବା ରାଶି ତେଲରେ ଶରୀରକୁ ପ୍ରଥମେ ଭଲରେ ମାଲିସ କରିବେ ।
ତାପରେ ଗାଧୋଇବେ । ଶୀତଦିନେ ସବୁଜ ପନିପରିବା, ବିଭିନ୍ନ ପ୍ରକାରର ଫଳ ଯଥା ସେପଟା, ଅଁଳା କୋଳି ଆଦି ଖାଇବା ଉଚିତ୍ । ଏହି ଶୀତଦିନରେ ବାହାରେ ମିଳୁଥିବା ଖାଦ୍ୟ, ତେଲ ଛଣା ଜିନିଷ ଯଥା ବରା, ପିଆଜି ଆଦି ଖାଇବା ଉଚିତ୍ ନୁହେଁ ।
ବାହାରେ ମିଳୁଥିବା ବିରୀୟାନି ଆଦି ମଧ୍ୟ ଏହି ଶୀତଦିନରେ ଖାଇବା ଉଚିତ୍ ନୁହେଁ । ଏହି ଶୀତଦିନରେ ଇଟିଲି, ସବୁଜ ପରିବା ଆଦି ଖାଇବା ଉଚିତ୍ । ଏହି ଶୀତଦିନରେ ସାବୁନ ବେଶି ଲଗାଇବା ଅନୁଚିତ୍ ।
ଗ୍ଲେଶରିନ ସାବୁନ ଲଗାଇବା ଉଚିତ୍ । ଶୀତଦିନେ ପରିଷ୍କାର ପରିଚ୍ଛନ୍ନ ରହିବା ଉଚିତ୍ । ଲୁଗାପଟା ଭଲରେ ସଫା କରି ସୁଖାଇବା ଉଚିତ୍ । ଆଉ ଏହି ଶୀତଦିନେ ମୁହଁରେ ଧଳା ଛଉ ଦେଖାଯାଏ ।
ଏହା ଅତି ବାଇଗଣୀ ରଶ୍ମୀ ଦ୍ଵାରା ହୋଇଥାଏ । ଏହି ଶୀତଦିନେ ଚର୍ମ ରୋଗ ବା ଫଙ୍ଗଲ ଆଦି ହେଲେ ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସା କରିବା ଉଚିତ୍ ।