Movie prime

ମୁଁହର ସୌନ୍ଦର୍ଯ୍ୟ ବୃଦ୍ଧି କରେ ଗ୍ଲିସରିନ ଦେଖନ୍ତୁ କେମିତି

 
Viral News

ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଯୁବତୀମାନେ ତାଙ୍କ ତ୍ୱଚା କିପରି ସୁନ୍ଦର ଦେଖାଯିବ ସେନେଇ ଚିନ୍ତିତ ହୋଇପଡ଼ନ୍ତି।

ଯେଉଁ ଝିଅମାନଙ୍କର ତ୍ୱଚା ରୁକ୍ଷ ସେମାନେ କମ ବୟସ୍କ ହୋଇଥିଲେ ମଧ୍ୟ ଅଧିକ ବୟସ୍କ ଭଳି ଦେଖାଯାନ୍ତି। ତେଣୁ ସେମାନଙ୍କୁ ଅଧିକ ସମସ୍ୟା ଭୋଗିବାକୁ ପଡ଼ିଥାଏ। ତ୍ୱଚାର ରୁକ୍ଷତା ଯୋଗୁ ମୁହଁ ଫାଟିବା ପରି ସମସ୍ୟା ସୃଷ୍ଟି ହୁଏ।

ଶୀତଦିନେ ତ୍ୱଚା ରୁକ୍ଷ ହୋଇଯିବା ଅଧିକାଂଶଙ୍କ ପାଇଁ ଏକ ବଡ଼ ସମସ୍ୟା। ଏମିତିରେ ଗ୍ଲିସେରିନ୍‌ ବ୍ୟବହାର ସବୁଠୁ ଭଲ। ଏହାକୁ ମଶ୍ଚରାଇଜର ଭାବେ ବ୍ୟବହାର କଲେ ତ୍ୱଚା ନରମ ଏବଂ ଚିକଣ ରହିଥାଏ।
ଗ୍ଲିସେରିନ କୁ କେବେ ସିଧସଳଖ ବ୍ୟବହାର କରନ୍ତୁ ନାହିଁ। ଏହାକୁ ଗୋଲାପ ଜଳ କିମ୍ବା ମିନେରାଲ ୱାଟର ରେ ବ୍ୟବହାର କରନ୍ତୁ।  
ଗ୍ଲିସେରିନକୁ ବ୍ୟବହାର କରିବା ପୂର୍ବରୁ ମୁହଁକୁ ଭଲ ଭାବରେ ମୁହଁ କୁ ଧୋଇନିଅନ୍ତୁ। ତାପରେ ତୁଳା ରେ କିଛି ବୁନ୍ଧା ଗ୍ଲିସେରିନ ନେଇ ମୁହଁ ରେ ମାସଜ୍ କରନ୍ତୁ। ଆଉ ତାପରେ କିଛି ସମୟ ରଖିଲା ପରେ ମୁହଁ କୁ ସାଧା ପାଣି ରେ ଧୋଇ ନିଅନ୍ତୁ।
ଫଳରେ ତ୍ଵଚା କୋମଳ ରହିବ। ୧୦୦ମିଲି. ଗ୍ଲିସେରିନ୍‌ ସହିତ ୩-୪ଟି ଲେମ୍ବୁ ରସ, ୧୦୦ ମିଲି. ଗୋଲାପ ଜଳ ମିଶାଇ ମଶ୍ଚରାଇଜର ପ୍ରସ୍ତୁତ କରନ୍ତୁ। 
ଗାଧୋଇ ସାରିବା ପରେ ଏବଂ ଶୋଇବା ପୂର୍ବରୁ ଏହାକୁ ଲଗାନ୍ତୁ, ତ୍ୱଚାର ରୁକ୍ଷପଣ ଦୂର ହୋଇଯିବ। ଏହା ଛଡ଼ା ଯଦି ମୁହଁ ବାରମ୍ବାର ଶୁଷ୍କ ହୋଇଯାଇଛି ତେବେ ଅଧଚମଚ ଗ୍ଲିସେରିନ ସହିତ ଏକ ଚାମଚ ଗୋଲାପ ଜଳ ଓ ଏକ ଚାମଚ ମିଲକ୍ ପାଉଡର ମିଶାନ୍ତୁ।
ଏହାପରେ ଭଲ ଭାବରେ ମୁହଁରେ ଲଗାଇ ୫ ମିନିଟ୍ ପରେ ଭଲ ଭାବରେ ମୁହଁକୁ ଧୋଇଦିଅନ୍ତୁ। ଯାହାଦ୍ବାରା ମୁହଁ ରୁକ୍ଷ ଓ ଶୁଷ୍କ ହେବାରୁ ରକ୍ଷା ପାଇବ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.