Movie prime

ଏମ୍ସ କମାଇବ ମୋଟାପଣ ଦେଖନ୍ତୁ ୧୯୪ ଓଜନ ରୁ କେମିତି ବାଜି ମାରିବେ କୃଷ୍ଣଚନ୍ଦ୍ର

 
Special report
ଆପଣମାନେ ଜାଣିଥିବେ ଯେ ଶରୀର କିଭଳି ସୁସ୍ଥ ରଖିବେ ସମସ୍ତେ ଅନେକ ବାଧାବିଘ୍ନ ଦେଇ ଗତି କରୁଛନ୍ତି।ସବୁଠାରୁ ବଡ଼ ସମସ୍ୟା ହେଉଛି ମୋଟାପଣ।
ଅନେକ ଲୋକମାନେ ଅଛନ୍ତି ଯେଉଁମାନେ କି ମୋଟାପଣ ସମସ୍ୟା ସାମ୍ନା କରିବା ସତ୍ତ୍ୱେ ମଧ୍ୟ ଅନେକ ଚେଷ୍ଟା କରି ସେମାନେ ମୋଟାପଣ କୁ କମାଇ ପାରୁ ନାହାଁନ୍ତି।
ତେଣୁ ଏମ୍ସ ରେ ଏପରି କିଛି ସୁବିଧା ଉପଲବ୍ଧ ରହିଛି ଯାହାଦ୍ଵାରା ମୋଟାପଣ କୁ କମାଇ ପୂର୍ଣ୍ଣ ଅବସ୍ଥା କୁ ଫେରି ଆସିବ ସେନେଇ ବ୍ୟବସ୍ଥା ହୋଇଛି।
ଛତ୍ରପୁର ରୁ ଜଣେ ବ୍ୟକ୍ତି ଏମ୍ସ ହସ୍ପିଟାଲ କୁ ଆସିଛନ୍ତି।ବ୍ୟକ୍ତି ଜଣଙ୍କ ଙ୍କ ନାମ ହେଉଛି କୃଷ୍ଣ ଚନ୍ଦ୍ର।କୃଷ୍ଣ ଚନ୍ଦ୍ର ବର୍ତମାନ ଓଜନ ୧୯୪ କେଜି ଅଛନ୍ତି।ସେ କହିଛନ୍ତି ଯେ ଜଣେ ଡାକ୍ତର ଙ୍କ ବାଇଟ ଦେଖିଥିଲେ।ସେ ସର୍ଜରୀ କରୁଛନ୍ତି ବୋଲି ଜାଣିଲେ।
କୃଷ୍ଣ ଚନ୍ଦ୍ର ଡାକ୍ତର ଙ୍କ ସହିତ ମୋଟାପଣ ବିଷୟରେ ସବୁ କଥା କହିଥିଲେ।ଡାକ୍ତର ଜଣଙ୍କ ତାଙ୍କୁ ଆଶ୍ୱାସନା ଦେଇଥିଲେ।କୃଷ୍ଣ ଦାସ ଡାକ୍ତର ଙ୍କ ଉପରେ ଭରସା କରି ଆସିଛନ୍ତି।
ପାଞ୍ଚ ବର୍ଷ ଭିତରେ ତାଙ୍କର ଓଜନ ବଢ଼ି ଯାଇଛି।ପାଞ୍ଚ ବର୍ଷ ପୂର୍ବରୁ ତାଙ୍କର ଓଜନ ୧୨୦ ରହିଥିଲା।ପ୍ରୋଟିନ ପାଉଡର ଖାଉଥିଲେ ଏବଂ ଅନ୍ୟାନ୍ୟ ଖାଦ୍ୟ ଖାଇଲେ ତାଙ୍କର ଓଜନ ପାଞ୍ଚ ବର୍ଷ ଭିତରେ ପାଖାପାଖି ୮୦ କୋଳି ଓଜନ ବଢ଼ି ଯାଇଛି।
ବହୁତ କିଛି ଅସୁବିଧା ହେଉଛି।ବାଟରେ ଯିବା ଆସିବା କରି ପାରୁ ନାହାଁନ୍ତି,କିଛି କାମ ପଡ଼ିଲେ ବି କରି ପାରୁ ନାହାଁନ୍ତି।ଦୋକାନ ଯାଇ କିଛି କିଣି ଆଣିବାକୁ ଚାହିଁଲେ ଯାଇ ପାରୁ ନାହାଁନ୍ତି।ଖାଇବା, ପିଇବା, ଆଉ ଉଠିବା ବସିବା ସବୁ ଅସୁବିଧା ହେଉଛି।
ସେ ଗାଡ଼ି ବିଜନେସ କରୁଛନ୍ତି।ଯାହା ଦରକାର ହେଉଛି ତାଙ୍କ ସାନ ଭାଇ ସାହାର୍ଯ୍ୟ କରୁଛନ୍ତି।ଡାକ୍ତର କହିଛନ୍ତି ଯେ ଛ ମାସ ଭିତରେ ପୁଣିଥରେ ପୁରୁଣା ଭଳି ସେ ହୋଇଯିବେ।ମୋଟାପଣ ପାଇଁ ତାଙ୍କ ସ୍ତ୍ରୀ ଆଉ ପିଲା ବହୁତ ରାଗି ଥାନ୍ତି।
ତାଙ୍କ ଓଜନ କମିଗଲେ ଘରେ ଆଉ ସେ ବହୁତ ଖୁସି ହେବେ।ଡାକ୍ତର ଙ୍କ ଉପରେ ତାଙ୍କର ଭରସା ଅଛି।ପାଞ୍ଚ ବର୍ଷ ତଳେ ସେ ଯେପରି ଖୁସିରେ ଥିଲେ ପୁଣିଥରେ ସେ ଖୁସି ଫେରି ଆସିବ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.