Movie prime

କିଛି ଏମିତି ଉପାୟ ଆପଣେଇ ଗ୍ୟଷ୍ଟିକକୁ ସବୁଦିନ ପାଇଁ କରନ୍ତୁ ନା ଦେଖନ୍ତୁ କେମିତି

 
Viral news
ଡାକ୍ତର ଶିବ ପ୍ରସାଦ ସେନାପତି ଗ୍ୟାଷ୍ଟିକ୍ ସମସ୍ୟାର କାରଣ ଓ ନିରାକରଣ ବିଷୟରେ ସମସ୍ତଙ୍କୁ ସୂଚନା ଦେଇଛନ୍ତି।ସାଧାରଣ ଲୋକମାନେ ଉପର ପେଟର ଯେ କୌଣସି ସମସ୍ୟା କୁ ଗ୍ୟାଷ୍ଟିକ୍ ହେଉଛି ବୋଲି ଭାବି ଡାକ୍ତର ଙ୍କ ପାଖକୁ ଯାଇଥାନ୍ତି।
ଲୋକମାନେ ହସ୍ପିଟାଲ୍ କୁ ଗଲେ କହିଥାନ୍ତି ଯେ କାହାର ପେଟରେ, ଛାତିରେ ଜଲା ପୋଡ଼ା ହେଉଛି।ଆଉ କିଛି ଲୋକ କହିଥାନ୍ତି ଛାତିରେ ହାଲକା ଯନ୍ତ୍ରଣା ଅନୁଭବ କରୁଛନ୍ତି। 
ପେଟ ଫମ୍ପାଉଛି ବୋଲି ମଧ୍ୟ କହୁଛନ୍ତି।ଅଳ୍ପ ଟିକେ ଖାଇ ସାରିବା ପରେ ପେଟ ଫୁଲି ଯାଉଛି।ଭୋକ ହେଉନାହିଁ ବୋଲି ରୋଗୀ ମାନେ କହିଥାନ୍ତି।ବଦହଜମି ହୋଇଥାଏ।ବାନ୍ତି ଆଉ ଆମ୍ବିଳା ହାକୁଟି ହୋଇଥାଏ।
ଗ୍ୟାଷ୍ଟିକ୍ ହେବାର ମୁଖ୍ୟ ଆଉ ପ୍ରଥମ କାରଣ ହେଉଛି ଏକ ବ୍ୟାକ୍ଟେରିଆ।ଏହା ଦୂଷିତ ଖାଦ୍ୟ, ପାନୀୟ ମାଧ୍ୟମରେ ଆମ ଶରୀର ମଧ୍ୟକୁ ପ୍ରବେଶ କରିଥାଏ। ପାକସ୍ଥଳୀ ରେ କ୍ଷତ ସୃଷ୍ଟି କରିଥାଏ। ଯାହାକୁ ulcer ବୋଲି କୁହାଯାଇଥାଏ।
ଏହାର ଦ୍ଵିତୀୟ କାରଣ ହେଉଛି ଅଧିକ ତେଲ ମସଲା ଯୁକ୍ତ ଖାଦ୍ୟ, ଫାଷ୍ଟ ଫୁଡ଼, ଛଣା ଛଣି,ଚାଇନିଜ୍ ଫୁଡ ଏଭଳି ଖାଦ୍ୟ ଖାଇବା ଦ୍ବାରା ଗ୍ୟାଷ୍ଟିକ୍ ହୋଇଥାଏ।କିଛି ଲୋକଙ୍କର ଗରମ କ୍ଷୀର ପିଇବା ଦ୍ଵାରା ଗ୍ୟାଷ୍ ସମସ୍ୟା ଦେଖା ଦେଇଥାଏ।
ଆପଣମାନେ ଯଦି ବହୁତ ମାତ୍ରାରେ ଚା ଆଉ କଫି ପିଇବେ ତାହେଲେ ବି ଗ୍ୟାଷ୍ଟିକ୍ ହୋଇଥାଏ।ଆଉ ଗୋଟିଏ ମୁଖ୍ୟ କାରଣ ହେଉଛି ଉପବାସ ରହିବା।ଯେଉଁମାନେ ପତଳା ହେବା ପାଇଁ ମଧ୍ୟ ବେଳେ ବେଳେ ଉପାସ ରହି ଯାଇଥାନ୍ତି।
ତେଣୁ ଏପରି କରିଲେ ମଧ୍ୟ ଗ୍ୟାଷ୍ଟିକ୍ ହୋଇଥାଏ।ନିନ୍ଦ୍ରା ହିନତା ଥିଲେ ମଧ୍ୟ ହୋଇଥାଏ।ଗ୍ୟାଷ୍ଟିକ୍ ଭଳି ସମସ୍ୟା ଯଦି ଦୀର୍ଘ ଦିନ ଧରି ଲାଗି ରହିଛି ମେଡିସିନ ଖାଇଲେ ମଧ୍ୟ କମି ନଥାଏ ତାହେଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।
ଏହାର ନିରାକରଣ ହେଉଛି ଯେ ନିୟମିତ କିଛି ନା କିଛି ବ୍ୟାୟାମ କରନ୍ତୁ।ଦିନକୁ ୩୦ ମିନିଟ୍ ର ବ୍ୟାୟାମ କରିବା ନିହାତି ଆବଶ୍ୟକ।ଦ୍ଵିତୀୟ ହେଉଛି ଉପବାସ କରନ୍ତୁ ନାହିଁ କି ଏକାଥରେ ଅଧିକ ଖାଇବା ଖାଆନ୍ତୁ ନାହିଁ। ଅଳ୍ପ ଅଳ୍ପ କରି ପାଞ୍ଚ ରୁ ଛ ଥର ଖାଦ୍ୟ ଗ୍ରହଣ କରନ୍ତୁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.