Movie prime

ଯୁବ ପୀଢ଼ି ଙ୍କୁ ଅଚାନକ କାହିଁକି ଆସେ ହୃଦଘାତ୍ ଦେଖନ୍ତୁ ପୂରା ଭିଡିଓ ଆଉ ଜାଣନ୍ତୁ ନିଜକୁ କିପରି କରିବେ ରକ୍ଷା

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ସଡ଼କ ଦୁର୍ଘଟଣା ବ୍ୟତୀତ ଯଦି ଅଧିକ କିଏ ଜୀବନ ନେଉଥାଏ ତାହା ହେଉଛି ହୃ-ଦ-ଘାତ। ଏହି ହୃ-ଦ-ଘାତ ରେ ମଧ୍ଯ ୨୦ ରୁ ୮୦ ବର୍ଷର ଲୋକ ମାନଙ୍କ ଜୀବନ ମଧ୍ଯ ଯିବାରେ ଲାଗିଛି।
ଆଜି ଆମେ ଜାଣିବା କି ହୃ-ଦ-ଘାତ କଣ? ଏହା କିଭଳି ହୋଇଥାଏ? ଏବଂ ଏହାର ନିରାକରଣ କଣ? ଏହି ସଂପର୍କ ରେ କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ମୃଣ୍ମୟ ମହାନ୍ତି।
ଯେତେବେଳେ କିଛି ରକ୍ତ ନଳୀ ରେ ରକ୍ତ ଜମାଟ ବାନ୍ଧି ଯାଏ ଓ ସେଥିପାଇଁ ହାର୍ଟ କୁ ଏହା ସଠିକ୍ ଭାବରେ ରକ୍ତ ଯୋଗାଇ ପାରି ନଥାଏ ସେତେବେଳେ ହାର୍ଟ ର ସେହି ଏରିଆ ଗୁଡିକ ରକ୍ତ ଅଭାବ ରୁ ଶୁଖି ଯାଇଥାଏ ତାହାକୁ ସାଧାରଣତଃ ଆମେ ହାର୍ଟ ଅଟାକ୍ ବା ହୃ-ଦ-ଘାତ ବୋଲି କହିଥାଉ
। ଆଗରୁ ଏହା ପ୍ରାୟତଃ ବୟସ୍କ ବ୍ୟକ୍ତି ମାନଙ୍କ ନିକଟରେ ଦେଖା ଯାଉଥିଲା ବର୍ତ୍ତମାନ୍ ଏହା ଯୁବାବସ୍ଥାରେ ଥିବା ପିଲା ମାନଙ୍କ ନିକଟରେ ଦେଖା ଯାଉ ଅଛି।
ଯେଉଁ ପିଲା ମାନଙ୍କ ନିକଟରେ ଏହି ହୃ-ଦ-ଘାତ ଦେଖା ଦେଉଛି ସେମାନଙ୍କ ବୋଧ ହୁଏ ଡାଇବେଟିସ ସମସ୍ୟା ଥାଇ ପାରେ ନଚେତ୍ ସେମାନେ ଅତ୍ୟଧିକ ସ୍ମୋକିଂ ବା ଧ୍ରୁମ୍ରପାନ ମଧ୍ୟ କରିଥାଇ ପାରନ୍ତି।
ଏଭଳି ଅନେକ କାରଣ ରହିଛି ଯଦ୍ୱାରା କି ହାର୍ଟ ଅଟାକ୍ ହୋଇଥାଏ। ଏହାକୁ ଦୁରି କାରଣ କରିବାକୁ ହେଲେ ପିଲା ବେଳୁ ହିଁ ଏକ proper diet ରେ ରହିବାକୁ ହେବ। ଚର୍ବି ଯୁକ୍ତ ଖାଦ୍ୟ ଖାଇବା ଉଚିତ ନୁହେଁ ଏହା ଖାଇବା ଦ୍ୱାରା ନଳୀ ରେ ଜମାଟ ବାନ୍ଧି ଯାଇଥାଏ।
ଆଜି କାଲି ମଧ୍ୟ ସମସ୍ତେ ସାଇକେଲ ଚଳାଉ ନାହାଁନ୍ତି କେବଳ ସେମାନେ ବାଇକ୍ ହିଁ ଚଳାଉଛନ୍ତି। କିଛି କଠିନ ପରିଶ୍ରମ ମଧ୍ଯ କରୁ ନାହାଁନ୍ତି ଏବଂ ସେମାନେ ସକାଳୁ exercise ମଧ୍ୟ କରୁ ନାହାଁନ୍ତି।
ପ୍ରତିଦିନ exercise ସହ diet ରେ ରହିଲେ ଠିକ ଭାବରେ ଖାଇବା ଖାଇଲେ ଆଉ ହୃ-ଦ-ଘାତ ଭଳି ସମସ୍ୟା ଦେଖା ଯିବ ନାହିଁ ବୋଲି ଡ଼ାକ୍ତର ମୃଣ୍ମୟ ମହାନ୍ତି କହିଛନ୍ତି। ଏବଂ ଏହା ପିଲା ବେଳୁ କରିବା ଉଚିତ ଅଟେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.