Movie prime

ଥରେ କରନ୍ତୁ ବ୍ୟବହାର ଏକା ଥର ବାହାରି ଆସିବ କଫ ଦେଖନ୍ତୁ କେମିତି କରିବେ ପ୍ରସ୍ତୁତ ଏହି ଉପଚାର - Health Tips

 
Viral news
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଯଦି କୌଣସି ବ୍ୟକ୍ତିର ଛାତିରେ କଫ ଜମି ଅଛି, ସେହି କାରଣରୁ ବାରମ୍ବାର ସେ ଅସୁସ୍ଥ ହେଉଛନ୍ତି, ଗଲାରେ କଫ ଜମି ଅଛି, ବାରମ୍ବାର ଏଲାର୍ଜି, ଥଣ୍ଡା ଓ କାସ ଲାଗି ରହୁଛି ତେବେ ଏହି ସବୁ ଛାତିରେ ଓ ଫୁସଫୁସରେ ଜମା ହୋଇଥିବା କଫ କାରଣରୁ ହୋଇଥାଏ।
କାରଣ କଫ ଆମକୁ ବାରମ୍ବାର ଇନଫେକସନ କରାଇଥାଏ। ସେହି କଫକୁ ବାହାର କରିବା ପାଇଁ ଆଜି ଆମେ ଆପଣଙ୍କୁ ଏକ ଘରୋଇ ଉପଚାର କହିବୁ। କଫ ଦୂର କରିବାର ଘରୋଇ ଉପଚାରକୁ ତିଆରି କରିବା ପାଇଁ ତେଜପତ୍ର ଓ ଅଦା ନିଅନ୍ତୁ। 
ପ୍ରଥମେ ୬ ଟି ତେଜପତ୍ରକୁ ଛୋଟ ଛୋଟ କରି ଛିଣ୍ଡେଇ ଦିଅନ୍ତୁ ଅଦାକୁ ଭଲରେ ଧୋଇ ତାର ଚୋପା ଛଡାଇ ଦିଅନ୍ତୁ ଓ ଛୋଟ ଛୋଟ ଆଳୁ ଚିପ୍ସ ଭଳି କାଟି ଦିଅନ୍ତୁ। ବର୍ତ୍ତମାନ ଗୋଟିଏ ପାତ୍ରକୁ ଗ୍ୟାସ ଉପରେ ବସାଇ ଏଥିରେ ପାଣି ଦିଅନ୍ତୁ।
ଆପଣ ୭ ଦିନ ପାଇଁ କରୁଛନ୍ତି ତେବେ ଆପଣ ଅଧ ଲିଟର ପାଣି ନିଅନ୍ତୁ। ଯେତେବେଳେ ପାଣି ଅଳ୍ପ ଗରମ ହୋଇଯିବ ଆପଣ ଏଥିରେ କାଟି ରଖିଥିବା ଅଦାକୁ ଦିଅନ୍ତୁ। ଓ ତେଜପତ୍ରକୁ ସଙ୍ଗେ ସଙ୍ଗେ ଧୋଇ ଏହି ପାଣିରେ ଦିଅନ୍ତୁ। କିଛି ସମୟ ପର୍ଯ୍ୟନ୍ତ ଏହି ପାଣିକୁ ଫୁଟାଇବା ପାଇଁ ଛାଡି ଦିଅନ୍ତୁ। 
ଯେତେବେଳେ ଏହି ପାଣିରେ ଫେଣ ଆସିବାକୁ ଲାଗିବ ସେହି ସମୟରେ ଆପଣ ଗ୍ୟାସକୁ କମ କରି ଏଥିରେ ୬ ଟି ଲବଙ୍ଗ ପକାନ୍ତୁ। ଯେତେବେଳେ ଆପଣ ଏହାକୁ ଗରମ କରିବେ ତେବେ ପ୍ରଥମେ ତେଜପତ୍ର ଭାସିବ, କିନ୍ତୁ ଯେତେବେଳେ ଏହା ପ୍ରସ୍ତୁତ ହୋଇଯିବ ତେବେ ତେଜପତ୍ର ତଳେ ବସିଯିବ।
ଗ୍ୟାସକୁ ବନ୍ଦ କରି ଏହାକୁ ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ। ଏହାକୁ ଏକ ପାତ୍ରରେ ଛାଣି ଏଥିରେ ଚାରି ଚାମଚ ମହୁର ପ୍ରୟୋଗ କରନ୍ତୁ। ଯଦି ଆପଣଙ୍କୁ ଡାଏବେଟିସ ଓ ସୁଗାରର ସମସ୍ୟା ଅଛି ତେବେ ଆପଣ ମହୁର ପ୍ରୟୋଗ କରନ୍ତୁ ନାହିଁ। 
ବର୍ତ୍ତମାନ ଜାଣି ନିଅନ୍ତୁ କି ଏହାକୁ କେମିତି ସେବନ କରିବେ। ଯଦି କୌଣସି ବଡ ଲୋକଙ୍କୁ ଦେଉଛନ୍ତି ତେବେ ଦୁଇ ଚାମଚ ପାଣି ସହ ଉଷୁମ ପାଣି ମିକ୍ସ କରି ପିଇବାକୁ ଦିଅନ୍ତୁ।
ଛୋଟ ପିଲାମାନଙ୍କୁ ଏକ ଚାମଚ ସହ ଉଷୁମ ପାଣି ମିକ୍ସ କରି ପିଇବାକୁ ଦିଅନ୍ତୁ। ଆପଣ ଏହାକୁ ଫ୍ରିଜରେ ସ୍ଟୋର କରି ରଖି ପାରିବେ। ସବୁବେଳେ ଏହାକୁ ସକାଳୁ ଖାଲି ପେଟରେ ସେବନ କରିବେ। ଦେଖିବେ ଆପଣଙ୍କ କଫ ସମ୍ପୂର୍ଣ ରୂପରେ ଭଲ ହୋଇଯିବ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.