Movie prime

କାହିଁକି ହୁଏ ପେଟ ଯନ୍ତ୍ରଣା ଦେଖନ୍ତୁ ଏହାର କାରଣ ଏବଂ ଜାଣନ୍ତୁ ଏହାର ତୁରନ୍ତ ଉପଚାର

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଆଧୁନିକ ଜୀବନ ଶୈଳୀ, କମ୍ ଶାରୀରିକ ପରିଶ୍ରମ, ଚିନ୍ତା ଆଦି ଯୋଗୁ ଏବେ ପେଟ ରୋଗ ଅଧିକାଂଶ ବ୍ୟକ୍ତିଙ୍କ ଠାରେ ଦେଖିବାକୁ ମିଳୁଛି। ପେଟରେ ଯନ୍ତ୍ରଣା ହେଉଛି। କିନ୍ତୁ ପେଟ ଯନ୍ତ୍ରଣାର ରୋଗ ସମାନ ନୁହେଁ।
କିଛି କ୍ଷେତ୍ରରେ ପେଟରେ ଯନ୍ତ୍ରଣା ବିିଭିନ୍ନ ରୋଗ ପାଇଁ ହୋଇଥାଏ। କିନ୍ତୁ କିଛି କ୍ଷେତ୍ରରେ କୌଣସି କାରଣ ନଥାଏ ମଧ୍ୟ ପେଟ ଯନ୍ତ୍ରଣା ହୋଇଥାଏ।
କିନ୍ତୁ କେଉଁ ରୋଗ ପାଇଁ ପେଟରେ ପେନ ହେଉଛି ତା’ର ପ୍ରକୃତ କାରଣ ନ ଜାଣି ମନଇଛା ମେଡିସିନ ଆଣି ଖାଇଲେ ଏହା ରୋଗକୁ ଅଧିକ ବଢାଇ ଦେଇଥାଏ।
କାହିଁକି ହୁଏ ପେଟ ଯନ୍ତ୍ରଣା ?
୧. ପେଟ ଯେତିକି ପରିମାଣରେ ଶର୍ଯ୍ୟ କରିବ ତା’ଠୁ ଅଧିକ ଚାପ ଉପରେ ପଡିଲେ।
୨. ପେଟରେ ରୋଗପ୍ରତିରୋଧ ଶକ୍ତି କମିଗଲେ।
୩. ପେଟ ଭିତରେ କିଛି ଏସିଡ୍ ଅଧିକ ତିଆରି ହେଲେ। 
୪. ପେଟରେ ଅତ୍ୟଧିକ ଗ୍ୟାସ୍ ସୃଷ୍ଟି ହେଲେ।
୫. ଅଧିକ ପରିମାଣରେ ମଦ, ସିଗାରେଟ ଖାଇଲେ।
୬. ଅଧିକ ପରିମାଣରେ ଜଙ୍କ୍ ଫୁଟ୍ ଅବା ଫାଷ୍ଟ ଫୁଡ ଖାଇଲେ।
୭. ଖାଦ୍ୟ ନଳୀରେ କୌଣସି ସ୍ଥାନରେ ଖାଦ୍ୟ ଲାଗି ରହିଲେ।
ପେଟ ଯନ୍ତ୍ରଣା କେଉଁ ରୋଗ ସୂଚାଏ ?
୧. ପେଟରେ ଅଲସର ରହିଲେ ରୋଗୀଙ୍କୁ କଳା ଝାଡ଼ା, ବାନ୍ତି ରକ୍ତ ବାନ୍ତି ହୋଇଥାଏ।
୨. ରୋଗୀ କିଛି ଖାଇପାରେନି, ଯାହା ଖାଇଲେ ବାନ୍ତି ହୁଏ।
୩. ପେଟରେ କଣା ହୋଇଯାଏ, ଆପେଣ୍ଡିକ୍ସ, ଷ୍ଟୋନ ହୋଇଥାଏ। 
୪. ପାନକ୍ରିଏସ୍ ଅବା ଅଗ୍ମାଶୟ କ୍ୟାନସର ହୋଇଥାଏ, ଅଗ୍ନାଶୟ ଫୁଲିଯାଏ।
୫. ଆପେଣ୍ଡିକ୍ସ, ଜଣ୍ଡିସ୍, ପେଟରେ ଘା’, ଭଳି ରୋଗ ହୋଇଥାଏ।
୬. କଳା ଝାଡା, ରକ୍ତ ବାନ୍ତି, ଆଦୌ ଝାଡା ହେଉନି, ପେଟ ଫୁଲିକି ରୁହେ।
ପେଟ ଯନ୍ତ୍ରଣା’ର ଚିକିତ୍ସା କ’ଣ ?
୧. ଶରୀରରୁ ଝାଳ ନବହିବା ପର୍ଯ୍ୟନ୍ତ ପ୍ରତିଦିନ ୪୦ ମିନିଟ୍ ଶ୍ରୀଘ୍ର ଶୀଘ୍ର ଚାଲିବା।
୨. ଜଙ୍କଫୁଡ ତଥା ଫାଷ୍ଟଫୁଡ ଖାଇବା ବନ୍ଦ କରିବା।
୩. ଏକା ସମୟରେ ଅଧିକ ନଖାଇ, କମ କମ କରି ଅଧିକ ଥର ଖାଇବା।
୪. ଖାଦ୍ୟକୁ ସଙ୍ଗେ ସଙ୍ଗେ ନଗିଳି ଚୋବେଇ ଚୋବେଇ ଖାଇବା।
୫. ଖାଦ୍ୟରେ ପନିପରିବା ଅଧିକ ସାମିଲ କରିବା।
୬. ତେଲରେ ଛଣା ଯାଇଥିବା ଖାଦ୍ୟ ଅବା ତେଲଭାଜି ଖାଦ୍ୟ କମ୍ ଖାଇବା।
୭. ଯୋଗ କରିବା ଏହା ଦ୍ୱାରା ରୋଗୀଙ୍କ ରୋଗକୁ ନେଇ ଅନାବଶ୍ୟକ ଚିନ୍ତା କମିଯାଇଥାଏ। ଯାହା ଦ୍ୱାରା ୫୦% ରୋଗ କମିଯାଇଥାଏ।  
୮. ପେଟରେ ସପ୍ତାହ ଧରି ଯନ୍ତ୍ରଣା ହେଲେ ଡାକ୍ତରଙ୍କ ପରାମର୍ଶ ନେବା ଦରକାର।
୯. ଯନ୍ତ୍ରଣା ସହ ବାନ୍ତି ହେଲେ ତେବେ ଏଣ୍ଡୋସ୍ପପି କରିବାକୁ କୁହାଯାଇଥାଏ। 
୧୦.ଅଧିକ ଯନ୍ତ୍ରଣା ହେଉଥିଲେ ଅଲଟ୍ରାସାଉଣ୍ଡ କରାଯାଇଥାଏ
ଅଲଟ୍ରାସାଉଣ୍ଡରେ ନଜଣାପଡିଲେ ପେଟ ସ୍କାନିଂ କରାଯାଏ। 
୧୧. ରକ୍ତର ବିଭିନ୍ନ ପରୀକ୍ଷା ଏବଂ ଲିଭର ଫଙ୍କସନ ଟେଷ୍ଟ ହୋଇଥାଏ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.