Movie prime

ମାଡ଼ି ଆସୁଛି ପ୍ରବଳ ବର୍ଷା ସାବଧାନ ରୁହ ଏହିସବୁ ଜିଲ୍ଲା ଦେଖନ୍ତୁ ଆସିଲା ବହୁତ୍ ବଡ଼ ଖବର

 
Gg
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ପୁଣି ଦାନା ବାନ୍ଧିଲାଣି ଆଉ ଏକ ଘୂର୍ଣ୍ଣିବଳୟ। ୨୩ ମଧ୍ୟରେ ନେବ ଭୟଙ୍କର ରୂପ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ଉପକୂଳରେ ପହଞ୍ଚିବ। ମାଡ଼ି ଆସୁଛି ଗୋଟେ ପରେ ଗୋଟେ ଲଘୁଚାପ। ସାରା ରାଜ୍ୟରେ ବନ୍ୟା ବିପଦ କମିନଥିବା ବେଳେ ପୁଣି ଚିନ୍ତା ବଢାଇଲାଣି ଦାନା ବାନ୍ଧୁଥିବା ଲଘୁଚାପ। ନଦୀର ଜଳସ୍ତର କମିଛି କିନ୍ତୁ କମୁନି ଲଘୁଚାପ। ଏତେ ସବୁ ପରେ ବି ପୁଣି ମାଡ଼ି ଆସୁଛି ଆଉ ଏକ ଘୂର୍ଣ୍ଣିବଳୟ ଯାହାକି ଖୁବଶୀଘ୍ର ଲଘୁଚାପରେ ସୃଷ୍ଟି ହେବାର ସମ୍ଭାବନା ରହିଛି। 
Gg
ତେଣୁ କିଛିକିଛି ସ୍ଥାନକୁ ଆଗୁଆ ଚେତାବନୀ ଦେଲାଣି ପାଣିପାଗ ବିଭାଗ। ସବୁକିଛି ଆଗକୁ ପ୍ରସ୍ତୁତ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଉତ୍ତର- ପୂର୍ବ ବଙ୍ଗୋପସାଗରରେ ଆସନ୍ତା ୨୨, ୨୩ ତାରିଖ ବେଳକୁ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି। ଏହା ପ୍ରଭାବରେ ୨୩ରୁ ଓଡ଼ିଶାରେ ବର୍ଷା ଆରମ୍ଭ ହେବ। ଅତି କମ୍‌ରେ ୪୮ ଘଣ୍ଟା ବର୍ଷିବ। ପ୍ରାକ୍‌ ଆକଳନ ଅନୁସାରେ ଏହା ସାରା ରାଜ୍ୟରେ ପ୍ରବଳ ବର୍ଷା କରାଇପାରେ। ଅବପାତ ନହେଲେ ବର୍ଷା ପରିମାଣ କମିବ। ଏଭଳି କିଛି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। 
Hh
ତେବେ ଲଘୁଚାପ ସୃଷ୍ଟି ହେବା ପରେ ତାହା ୪୮ ଘଣ୍ଟା ଭିତରେ ପାରାଦୀପ ପାଖାପାଖି ଓଡ଼ିଶା ଉପକୂଳରେ ପହଞ୍ଚିବ। ପରବର୍ତ୍ତୀ ୧୨ରୁ ୨୪ ଘଣ୍ଟା ଭିତରେ ପ୍ରାୟତଃ ସମ୍ବଲପୁର ପାଖ ଦେଇ ଛତିଶଗଡ଼ ଓ ମଧ୍ୟପ୍ରଦେଶ ଆଡ଼କୁ ମୁହାଁଇପାରେ। ଯଦି ଘନୀଭୂତ ହୋଇ ଅବପାତରେ ପରିଣତ ହେବ, ତେବେ ସମୁଦ୍ରରେ ଅଧିକ ୨୪ ଘଣ୍ଟା ରହିପାରେ। ଯାହା ପ୍ରଭାବରେ ପ୍ରବଳ ବର୍ଷାରେ ଭିଜିବ ଓଡିଶା। 
ତେବେ ଲଗାତାର ଦୁଇଦିନ ହେବ ବର୍ଷାର ପରିମାଣ କମିଥିବା ବେକେ ପୁଣି ଲଘୁଚାପ ନେଇ ଆସୁଛି ବଡ ବର୍ଷା। ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେବେ କିଛିକିଛି ସ୍ଥାନରେ ପ୍ରବଳ ବର୍ଷା ହେବା ସହିତ ବିଜୁଳି ଘଡଘଡି ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ମାତ୍ର ଆସନ୍ତା ୨୨ ତାରିଖରୁ ରାଜ୍ୟରେ ପୁଣି ବର୍ଷାର ପରିମାଣ ବଢିବ ଯାହାକି ଏହିସବୁ ଜିଲ୍ଲା ପାଇଁ ବିପଦ ଆଣିପାରେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.