ମାଡ଼ି ଆସୁଛି ପ୍ରବଳ ବର୍ଷା ପବନ ସାବଧାନ ରୁହନ୍ତୁ ଏହିସବୁ ଜିଲ୍ଲା ନହେଲେ ପରେ ହଇରାଣ ହେବେ
Aug 4, 2024, 18:31 IST
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ବନ୍ଧୁଗଣ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଲୁଚିଯିବ ଖରା ମାଡି ଆସିବ ମେଘ୍। ମାଡ଼ି ଆସୁଛି ଆଉ ଏକ ବଡ ଲଘୁଚାପ। ଆସନ୍ତା କିଛିଦିନ ହେବ ଆକାଶ ମେଘାଚ୍ଛନ୍ନ ରହୁଥିବା ବେଳେ ଏବେ ଆକାଶରେ ଖରା ଦେଖିବାକୁ ମିଳିଛି। ପାଣିପାଗରେ ଆସିଛି ପରିବର୍ତ୍ତନ।
କମିଛି ବର୍ଷା ଆଉ ଦେଖାଦେଇଛି ଖରା। କିନ୍ତୁ ୪୮ ଘଣ୍ଟା ଭିତରେ ଲୁଚିଯିବ ଖରା ମାଡ଼ି ଆସିବ ମେଘ। କାରଣ ଆସନ୍ତା ୪୮ ଘଣ୍ଟା ଭିତରେ ପୁଣି ମାଡି ଆସୁଛି ଆଉ ଏକ ବଡ ଲଘୁଚାପ। ଏବେ କମିଛି ବର୍ଷା। ପୁଣି ୬ ତାରିଖରୁ ବଢିବ ବର୍ଷାର ପରିମାଣ। ବର୍ତ୍ତମାନ ସକ୍ରୀୟ ରହିଛି ମୌସୁମୀ। ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ବର୍ଷା ଜାରି ରହିବ। ଆଜିଠୁ ବର୍ଷାର ପରିମାଣ କମିବ ଉତ୍ତର ଓ ଦକ୍ଷିଣ ଓଡ଼ିଶାର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ଜାରି ରହିବ।
ମାତ୍ର ୬ ତାରିଖ ପରଠାରୁ ବଦଳିଯିବ ପୁରା ପାଗ। ଆଉ ତୁହାକୁ ତୁହା କାଚିବ ବର୍ଷା। ଆକାଶରେ କଳାହାଣ୍ଡିଆ ମେଘ ଦେଖାଯିବା ସହ ପ୍ରବଳରୁ ଅତିପ୍ରବଳ ବର୍ଷାରେ ବୁଡ଼ିଯିବ ଅଧା ଓଡ଼ିଶା। ୬ରୁ ପୁଣି ବଢ଼ିବାକୁ ଯାଉଛି ବର୍ଷାର ପରିମାଣ। ଆଗାମୀ ୭ ତାରିଖ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟର ସମ୍ଭାବନା ଥିବା ବେଳେ ଏହା ପ୍ରଭାବରେ ବର୍ଷାର ବିସ୍ତୃତି ବଢିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
ପରେ ଏହା ଲଘୁଚାପର ରୂପ ନେଇ ପରେ ବୋଲି ମଧ୍ୟ ଆକଳନ କରିଛି ପାଣିପାଗ ବିଭାଗ। ତେବେ ଗତ ୨୪ ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ହାଲୁକାରୁ ମଧ୍ୟମଧରଣର ବର୍ଷା ସହ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେଇଛି। ପିପିଲିରେ ସର୍ବାଧିକ ୧୦୯ ମିଲି ମିଟର ବର୍ଷା ରେକର୍ଡ ହେଇଛି। ଅନ୍ୟ ପଟେ ଚଳିତ ମୌସୁମୀ ଋତୁରେ ରାଜ୍ୟରେ ଜୁନ ୧ରୁ ଏପର୍ଯ୍ୟନ୍ତ ୫୩୩.୦ ମିଲି ମିଟର ବର୍ଷା ରେକର୍ଡ ହେଇଛି।