Movie prime

ବାପା ମାଙ୍କ ଠାରୁ ଏତିକି ଅଧିକ ଟଙ୍କା ପାଇଲେ ଅଂଶୁମାନଙ୍କ ପତ୍ନୀ

 
Gg
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଗତବର୍ଷ ସିଆରଚୀନରେ ସହିଦ୍ ହେଇଥିବା କ୍ୟାପଟେନ ଅଂଶୁମାନ୍ ସିଂହକୁ ପ୍ରଦାନ କରାଯାଉଥିଲା ମାରଣାତ୍ୱର୍ କୀର୍ତ୍ତି ସମ୍ମାନ ଚକ୍ର। ଗତ ଜୁଲାଇ ୫ ତାରିଖରେ କ୍ୟାପଟେନ ଅଂଶୁମାନଙ୍କ ପତ୍ନୀ ଓ ମାଆ ରାଷ୍ଟ୍ରପତିଙ୍କ ହାତରୁ ଏହି ସମ୍ମାନ ଗ୍ରହଣ କରିଥିଲେ। ଆଉ ସେହି ସମୟରେ ନିଜ ସ୍ଵାମୀଙ୍କର ବୀରତ୍ୱର କଥା ଶୁଣି କୋହ ସମ୍ଭାଳି ପାରିନଥିଲେ ସହିଦ୍ ଯବାନଙ୍କ ପତ୍ନୀ ସ୍ମୃତି। ତାଙ୍କ ଆଖିରେ ଭରି ଯାଇଥିଲା ଲୁହ। କୀର୍ତ୍ତି ସମ୍ମାନ ଚକ୍ର ଗ୍ରହଣ କଲାବେଳେ ସେ କାନ୍ଦି ପକାଇଥିଲେ। ଯାହାକୁ ଦେଖି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଆଖିରେ ମଧ୍ୟ ଦେଖା ଦେଇଥିଲା ଲୁହ। ଆଉ ଏହି ଦୃଶ୍ୟକୁ ଦେଖୁଥିବା ଦେଶବାସୀ ମଧ୍ୟ ଦୁଃଖରେ ମିର୍ୟମାଣ ହେଇପଡିଥିଲେ। 
Bb
ସହିଦ୍ ଅଂଶୁମାନଙ୍କ ପାରିବାରିକ ବିବାଦ ନୂଆ ଏକ ମୋଡ଼ ନେଇଛି। ସହାୟତା ରାଶିକୁ ନେଇ ଉଠିଥିବା ବିବାଦ ଏବେ ସମାଧାନ ହେଇଛି। ମିଳିଥିବା ସହାୟତା ରାଶିକୁ ବାପା ମା ସ୍ତ୍ରୀଙ୍କ ଭିତରେ ସମାନ ଭାବରେ ବାଣ୍ଟି ଦିଆଯାଇଛି। ୧୯ ଜୁଲାଇ ୨୦୨୩ରେ ସିଆରଚୀନରେ ଥିବା ସେନା ଟେଣ୍ଡରେ ନିଆଁରେ ସହିଦ୍ ହେଇଥିବା କ୍ୟାପଟେନ ଅଂଶୁମାନଙ୍କ ପରିବାରକୁ ଆର୍ମି ଗ୍ରୁପ ବୀମା ପାଣ୍ଠିରୁ ଏକ କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ଏହି ରାଶି ଅଂଶୁମାନଙ୍କ ବାପା ମାଆ ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ ସମାନ ଭାବରେ ବାଣ୍ଟି ଦିଆଯାଇଛି। 
Bb
ଯେତେବେଳେ ସହିଦଙ୍କ ପତ୍ନୀ ସ୍ମୃତି ସିଂହଙ୍କ ବିରୋଧରେ ଅଂଶୁମାନଙ୍କ ବାପା ମା ସଙ୍ଗୀନ ଅଭିଯୋଗ ଆଣିଥିଲେ କହିଥିଲେ ଯେ, "ସେମାନଙ୍କ ବୋହୂ ପୁଅର ମୃ-ତ୍ୟୁ ପରେ ପୁଅକୁ ଦିଆଯାଇଥିବା କୀର୍ତ୍ତିଚକ୍ରକୁ ଛୁଇଁବାକୁ ମଧ୍ୟ ଅନୁମତି ଦେଇନଥିଲା। ପୁଅ ଚାଲିଗଲା ପରେ ସବୁକିଛି ନେଇ ବାପଘରକୁ ଚାଲି ଯାଇଥିଲେ। ଏମିତିକି ଅଂଶୁମାନଙ୍କର ଫୋଟ ଆଲବମ ଡ୍ରେସ ଏବଂ ଅନ୍ୟାନ୍ୟ ସ୍ମୃତି ସହିତ ସରକାର ଦେଇଥିବା କୀର୍ତ୍ତିଚକ୍ର ସମ୍ମାନକୁ ମଧ୍ୟ ବାପା ଘରକୁ ନେଇଯାଇଥିଲେ ଅଂଶମାନଙ୍କ ସ୍ତ୍ରୀ। ପୁଅର ବିରତ୍ୱ ପାଇଁ ସରକାର ଦେଇଥିବା କୀର୍ତ୍ତିଚକ୍ର ମେଡାଲକୁ ଗୋଟେଥର ବି ଛୁଇଁବାକୁ ସୁଯୋଗ ଦେଲେନି ସ୍ମୃତି ସିଂହ"। ଏଭଳି କିଛି ସଙ୍ଗୀନ ଅଭିଯୋଗ ଆଣିଥିଲେ ସହିଦ୍ ଅଂଶୁମାନଙ୍କ ବାପା ମା। 
ଏହି ଘଟଣାକୁ ନେଇ ସବୁଆଡେ ଚର୍ଚ୍ଚା ହେଉଥିବା ବେଳେ ସେପଟେ ସେନା ସୂତ୍ରରୁ ପ୍ରକାଶ ପାଇଛି ଯେ, ଆର୍ମି ଗ୍ରୁପ ବୀମା ପାଣ୍ଠିରୁ ସହାୟତା ରାଶି ବାବଦକୁ ମୋଟ ଏକ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏହି ରାଶିକୁ ଉଭୟ ପକ୍ଷଙ୍କ ମଧ୍ୟରେ ଅଧା ଅଧା ବଣ୍ଟା ଯାଇଛି। ବାପା ମାଙ୍କୁ ୫୦ ଲକ୍ଷ ଟଙ୍କା ଓ ପତ୍ନୀ ସ୍ମୃତିଙ୍କୁ ୫୦ ଲକ୍ଷ ଟଙ୍କା ଦିଆଯାଇଛି। ଏହା ବ୍ୟତୀତ ୟୁପିଏସ ସରକାର ମଧ୍ୟ ପରିବାରକୁ ୫୦ ଲକ୍ଷ ଟଙ୍କା ଦେଇଥିବା ବେଳେ ଏଥି ମଧ୍ୟରୁ ବାପା ମାଙ୍କୁ ୧୫ ଲକ୍ଷ ଟଙ୍କା ଓ ପତ୍ନୀ ସ୍ମୃତିକୁ ୩୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ତଥାପି ଏଥିରେ ଅଂଶୁମାନଙ୍କ ବାପା ମା ଖୁସି ନଥିବାର ଜଣାପଡିଛି।