Movie prime

ବାପ ରେ କି ଭୟାନକ..ଆକାଶ ରେ ଉଡିଲେ ଲୋକେ..

 
Vv
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଗତକାଲି ବ୍ରହ୍ମପୁର ଠାରୁ ଗୋପାଳପୁର , ରାମଚନ୍ଦ୍ରପୁର ଅଭିମୁଖେ ଏକ ସିଟି ବସ୍ ଯାତ୍ରୀ ମାନଙ୍କୁ ନେଇ ଯାଉଥିବା ବେଳେ ଅଧା ରାସ୍ତାରେ ଏକ ଅଘଟଣ ଘଟି ଯାଇଛି। ଏହା ସନ୍ଧ୍ୟା ୭:୨୫ ସମୟରେ ବାହାରି ଯାଉଥିଲା। ହେଲେ ହଠାତ୍ ଏକ ଢ଼ାବା ନିକଟରେ ମଇଁଷି ବସ୍ ଆଗକୁ ଚାଲି ଆସିବାରୁ ବସ୍ ଡ୍ରାଇଭର ନିଜର ଭାରସାମ୍ୟ ହରାଇ ଦେଇଥିଲେ। ସେ ନିଜ ଗାଡ଼ିକୁ ରାସ୍ତା କଡକୁ କରିବାକୁ ଚେଷ୍ଟା କରୁଥିଲା।
Bb
ସେହି ସମୟରେ ବସ୍ ଟି ବିଦ୍ୟୁତ୍ ପୋଲ କୁ ମଧ୍ୟ ପିଟି ଦେଇଥିଲା। ଯାହା ଫଳରେ କି ଅଳ୍ପକେ ବର୍ତ୍ତି ଯାଇଥିଲେ ଯାତ୍ରୀ। ଏହାପରେ ବସ୍ ଭିତରୁ ଯାତ୍ରୀ ମାନେ ପ୍ରାଣ ବିକଳରେ ବାହାରି ଯାଇଥିଲେ। ଖବର ପାଇ ଗୋପାଳପୁର ଥାନା ଅଧିକାରୀ ଶରତ କୁମାର୍ ମହଲିକା ଘଟଣା ସ୍ଥଳରେ ପହଞ୍ଚି ସିଟି ବସ୍ ର ଡ୍ରାଇଭର ଜଣକୁ ପଚରା ଉଚରା କରିଥିଲେ। ଡ୍ରାଇଭର ଙ୍କ କହିବା ଅନୁସାରେ ସେ ଗାଡ଼ି ଚଳାଇବା ବେଳେ ହଠାତ୍ ଏକ ମଇଁଷି,
Bb
ଗାଡ଼ି ଆଗକୁ ଆସି ଯାଇଥିଲା। ବସ୍ କୁ ସାଇଟ୍ କରିବାକୁ ଗଲାବେଳେ ଡ୍ରାଇଭର ଜଣକ ଭାରସାମ୍ୟ ହରାଇ ଏକ ବିଦ୍ୟୁତ୍ ପୋଲ୍ ରେ ଏହାକୁ ପିଟି ଦେଇଥିଲେ। ଅନେକ ଲୋକଙ୍କ ମଧ୍ୟ ଖଣ୍ଡିଆ ଖାବରା ହୋଇଥିବା ଜଣା ପଡ଼ିଛି। କାହାର ହାତ ଆଁଛୁଡ଼ି ହୋଇ ଛିଡି ଯାଇଥିବା ବେଳେ ଆଉ କାହାର ମୁହଁ ରେ ଗାଡିର କାଚ ଭାଙ୍ଗି ପଶି ଯାଇଛି। ଏହିପରି ପରିସ୍ଥିତି ରେ ଯାତ୍ରୀ ମାନଙ୍କୁ MKCG ମେଡିକାଲ କୁ ନିଆ ଯାଇଥିବା ଜଣା ପଡ଼ିଛି।
ଏହାପରେ କିଛି ବିଦ୍ୟୁତ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ସେଠାରୁ ବିଦ୍ୟୁତ୍ କାଟ କରି ସିଟି ବସ୍ କୁ ସେଠାରୁ ଆଡେଇ ଥିଲେ। ଯାତ୍ରୀ ମାନେ ଅଳ୍ପକେ ହିଁ ବର୍ତ୍ତି ଯାଇଥିଲେ। ଏହି ଘଟଣାରେ ଯାତ୍ରୀ ମାନେ ସୁସ୍ଥ ଥିବା ଜଣା ପଡିଛି ଆଉ କିଛି ମେଡିକାଲ ରେ ଚିକିତ୍ସିତ ହେଉଛନ୍ତି। ଏହି ଘଟଣା ସଂପର୍କରେ ଏବେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ଏଭଳି ଦୁର୍ଘଟଣା ଏବେ ପ୍ରାୟ ଅନେକ ସମୟରେ ଘଟୁ ଥିବାର ଶୁଣିବାକୁ ମିଳିଛି।