Movie prime

ବ୍ୟାଙ୍କକୁ ହଠାତ୍ ଧାଇଁ ଆସିଲେ ଶହ ଶହ ଲୋକେ ଡରିଗଲେ ବ୍ୟାଙ୍କ୍ କର୍ମଚାରୀ ଦେଖନ୍ତୁ କଣ ହେଲା ଏମିତି

 
Vv
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟରେ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। 
Vb
ବନ୍ଧୁଗଣ ସୁଭଦ୍ରା ଟଙ୍କା ପାଇଁ ବ୍ୟାଙ୍କରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି। ନିଜ ଜୀବନକୁ ବାଜି ଲଗାଇ ଲାଇନରେ ଠିଆ ହେଇଛନ୍ତି ମହିଳା ମାନେ। ଏଭଳି ଭିଡ଼ ଦେଖି ବ୍ୟାଙ୍କ୍ କର୍ମଚାରୀ ମାନେ ଡରିଗଲେ। ବ୍ୟାଙ୍କରେ ହଠାତ ଏତେ ଲୋକ ଦେଖି ଆଶ୍ଚର୍ଯ୍ୟ ହେଇଗଲେ ବ୍ୟାଙ୍କ କର୍ମଚାରୀ। ଲୋକ ମାନେ ସୁଭଦ୍ରା ଯୋଜନା ଟଙ୍କା ଆକାଉଣ୍ଟକୁ ଆସିଛି କି ନାହିଁ ଚେକ୍ କରିବା ପାଇଁ ବ୍ୟାଙ୍କରେ ଭିଡ଼ି ଜମାଇଛି। 
Vv
ଆଉ କିଛି ଲୋକ ବ୍ୟାଙ୍କରୁ ସୁଭଦ୍ରା ଟଙ୍କା ଉଠେଇବା ପାଇଁ ବ୍ୟାଙ୍କ ଯାଇଥିବାର ଦେଖିବାକୁ ମିଳିଛି। ହଠାତ ଏତେ ଲୋକଙ୍କୁ ବ୍ୟାଙ୍କ୍ କର୍ମଚାରୀ ଦେଖି ଆଶ୍ଚର୍ଯ୍ୟ ହେଇଗଲେ। ସୁଭଦ୍ରା ଯୋଜନାରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ଗଲା ପରେ ବ୍ୟାଙ୍କରେ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ଆପଣ ମାନେ ଭିଡିଓଟିରେ ଦେଖି ପାରୁଥିବେ କେମିତି ବ୍ୟାଙ୍କ ଆଗରେ ଲୋକଙ୍କ ଭିଡ ଜମିଛି। ଏହି ଦୃଶ୍ୟ ହେଉଛି ଇଣ୍ଡିଆନ ୟୁନିୟନ୍ ବ୍ୟାଙ୍କର। 
ଯାଜପୁର ଜିଲ୍ଲା ବରି ବ୍ଲକ ବାଲିଆପାଳ ଛକରେ ଥିବା ବ୍ୟାଙ୍କରେ ଆଜି ସକାଳ ୭ଟାରୁ ଆସି ଏଭଳି ଧାଡ଼ି ଲଗାଇ ଛିଡ଼ା ହେଇଛନ୍ତି। ସୁଭଦ୍ରା ଯୋଜନା ଟଙ୍କା ବ୍ୟାଙ୍କକୁ ଆସିଛି କି ଆସିନି ତାହା ଜାଣିବା ପାଇଁ ଧାଡ଼ି ଲାଗିଛି ବ୍ୟାଙ୍କ୍ ଆଗରେ। ଆଉ ଯାହାର ଟଙ୍କା ଆସିଛି ତାକୁ ଉଠାଇବା ପାଇଁ ବ୍ୟାଙ୍କ ଆଗରେ ଲାଗିଛି ବଡ ଲାଇନ। ବ୍ୟାଙ୍କରେ ଏତେ ସଂଖ୍ୟାରେ ଲୋକ ଦେଖି ବ୍ୟାଙ୍କରେ କାମ ହେବ କେମିତି ସେ ନେଇ ବ୍ୟାଙ୍କ କର୍ମଚାରୀ ଚିନ୍ତାରେ ପଡିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.