ସ୍ତ୍ରୀ, ପୁଅକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା

ସ୍ତ୍ରୀ, ପୁଅକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା । ବ୍ରହ୍ମପୁର ଚମାଖଣ୍ଡି ଥାନା କୋଟବଗଡ଼ ଗାଁରେ ଅଭାବନୀୟ ଘଟଣା ଘଟିଛି। ୧୦ ମାସ ପୁଅର ଗଳା ଚିପିବା ପରେ ସ୍ତ୍ରୀର ତଣ୍ଟି କାଟିଲା ସ୍ୱାମୀ

ଉଭୟଙ୍କୁ ହତ୍ୟା ପରେ ନିଜ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛି । ପାରିବାରିକ କଳହରୁ ଏପରି ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି।

ତେବେ ପରିବାର ରେ ପ୍ରତିଦିନ କଳହ ଜାରି ରହିଥିଲା ଆଉ ଏମିତି ଅଶାନ୍ତି ସହ୍ୟ କରି ନ ପାରି ସେ ନିଜକୁ ଶେଷ କରିବା ସହ ନିଜ ପରିବାର କୁ ଶେଷ କରିଦେଇଛି

ତେବେ ଏହି ଘଟଣା ଗାଆଁ ରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ଆଉ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି

Leave a Reply

Your email address will not be published. Required fields are marked *