Movie prime

ସୁଭଦ୍ରା ଯୋଜନାକୁ ନେଇ ମୁଁହ ଖୋଲିଲେ ଶୋଫିଆ ଫିର୍ଦୋସ ଦେଖନ୍ତୁ କଣ କହିଲେ

 
Hh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ରାଜ୍ୟ ସରକାର ଆଜି ସୁଭଦ୍ରା ଯୋଜନାର ଏସଓପି ଘୋଷଣା କରିଛନ୍ତି। ଗତକାଲି ରାଜ୍ୟ କ୍ୟାବିନେଟରେ ସୁଭଦ୍ରା ଯୋଜନା ଗାଇଡଲାଇନକୁ ମଞ୍ଜୁରୀ ମିଳିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବିଧାନସଭାରେ ଏହାକୁ ନେଇ ବିସ୍ତୃତ ସୂଚନା ଦେଇଛନ୍ତି। ଏହି ଯୋଜନାରେ ୨୧ ବର୍ଷ ରୁ ୬୦ ବର୍ଷରୁ କମ ବୟସ ମଧ୍ୟର ମହିଳାଙ୍କୁ ସାମିଲ କରାଯିବ। 
Bb
ପ୍ରତ୍ୟେକ ହିତାଧିକାରୀଙ୍କୁ ରାକ୍ଷୀ ପୂର୍ଣ୍ଣିମା ଓ ଆନ୍ତର୍ଜାତିକ ମହିଳା ଦିବସରେ ୫ହଜାର ଟଙ୍କା ଲେଖାଏଁ ବାର୍ଷିକ ୧୦ହଜାର ଟଙ୍କା ପ୍ରଦାନ କରାଯିବ । ୫ବର୍ଷରେ ଜଣେ ଯୋଗ୍ୟ ମହିଳା ହିତାଧିକାରୀ ମୋଟ ୫୦ହଜାର ଟଙ୍କା ପାଇବେ । ସହାୟତା ପ୍ରଦାନରେ ସ୍ୱଚ୍ଛତା ଆଣିବା ପାଇଁ ଆଧାର ପେମେଂଟ ବ୍ରିଜ୍ ସିଷ୍ଟମ ମାଧ୍ୟମରେ ଯୋଗ୍ୟ ହିତାଧିକାରୀଙ୍କ ଡିବିଟି ବ୍ୟାଙ୍କ ଆକାଉଣ୍ଟାକୁ ସିଧାସଳଖ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯିବ । 
Gg
ଏହାସହିତ ହିତାଧିକାରୀମାନଙ୍କୁ ‘ସୁଭ୍ରଦା’ ଡେବିଟ୍ କାର୍ଡ ମଧ୍ୟ ପ୍ରଦାନ କରାଯିବ। ତେବେ ଏହି ଯୋଜନାକୁ ନେଇ ବିଜେପି ସରକାରକୁ ଆସିବା ପୂର୍ବରୁ ଯାହା ଘୋଷଣା କରିଥିଲା ଏବେ ତାହାର ପ୍ରତିଫଳନ ହେଉନି। ଯାହାକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ। ସୋଫିଆ କହିଛନ୍ତି ରାଜ୍ୟ ସରକାର ଖରା ବେଳେ ମହିଳା ମାନଙ୍କୁ ସ୍ୱପ୍ନ ଦେଖାଇ ଠକି ଦେଲେ। 
ସୁଭଦ୍ରା ଯୋଜନାକୁ ନେଇ ଆସି ଆସିଥିବା ଏସଓପିରୁ ଏହା ସ୍ପଷ୍ଟ ହୋଇଛି ଯେ ବର୍ଷକୁ ଦୁଇଟି କିସ୍ତିରେ ୧୦ ହଜାର ମିଳିବ। ଅର୍ଥାତ ମାସକୁ ୮୩୩ ଟଙ୍କା। କେଉଁ ମହିଳା ମାସକୁ ୮୩୩ ଟଙ୍କା ପାଇ ସ୍ୱାବଲମ୍ବି ଓ ଲକ୍ଷପତି ହେବେ? ଯେଉଁ ପରିବାରରେ ଦୁଇରୁ ତିନି ଜଣ ମହିଳା ଥିବେ, ସେଠାରେ ମହିଳାଙ୍କ ପିଛା ୨୦୦ ରୁ ୩୦୦ ଟଙ୍କା ରହିବ। ଏଥିରେ ସେମାନେ ସ୍ବାବଲମ୍ବି କେମିତି ହେବେ। ବିଜେପି ସରକାର କେବଳ ଭୋଟ ପାଇଁ ମହିଳାଙ୍କୁ ସ୍ବପ୍ନ ଦେଖାଇ ପ୍ରତାରିତ କରିଛନ୍ତି ବୋଲି କହିଛନ୍ତି ସୋଫିଆ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.