Movie prime

ରତ୍ନ ଭଣ୍ଡାରକୁ ନେଇ ଚାଲିଥିବା ଗୁଜବ ସମ୍ପର୍କରେ ମୁଁହ ଖୋଲି କହିଦେଲେ ସବୁ ସତ

 
Yy
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ପୁରୀ ରତ୍ନଭଣ୍ଡାରରେ ସାପ ଥିବା ନେଇ ଅନେକ ଗୁଜବ କଥା ଶୁଣିବାକୁ ମିଳୁଥିଲା। କିନ୍ତୁ ଯେତେବଳେ ରତ୍ନଭଣ୍ଡାର ଖୋଲାଗଲା ସେତେବେଳେ ଗୋଟେ ବି ସାପ ଦେଖିବାକୁ ମିଳିନଥିଲା। ତେବେ ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ତା ଭିତରେ ସାପ ଥିଲା ବୋଲି କାହିଁକି ଗୁଜବ ଶୁଣିବାକୁ ମିଳୁଥିଲା ତାକୁ ନେଇ ବାରମ୍ବାର ଚର୍ଚ୍ଚା ହେଉଛି । ତେବେ ବହୁ ପ୍ରତିକ୍ଷାର ଅନ୍ତ ଘଟି ଆଜି ଖୋଲାଯାଇଥିଲା ରତ୍ନଭଣ୍ଡାର । 
Yy
କିନ୍ତୁ ଦେଖିବାକୁ ମିଳିନଥିଲା ଗୋଟାଏବି ସାପ ଏହାସହ ୨୦୧୮ ମସିହାରେ ରତ୍ନଭଣ୍ଡାର ଖୋଲିବା ନେଇ ଯେଉଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା ସେଥିରେ ରତ୍ନଭଣ୍ଡାର ଭିତରେ ସାପ ଥିବା ନେଇ ଜୋରଦାର ଚର୍ଚ୍ଚା ହେଉଥିଲା । ହେଲେ ଆଜି ୧୫ ଜଣିଆ କମିଟି ସଦସ୍ୟମାନେ ରତ୍ନଭଣ୍ଡାରର ପ୍ରଥମ ଗୃହକୁ ପ୍ରବେଶ କରି ଫେରିଛନ୍ତି । ସେମାନେ ବାହାରକୁ ଆସିବା ପରେ ସ୍ପଷ୍ଟ ଭାବରେ କହିଛନ୍ତି ରତ୍ନଭଣ୍ଡାର ଭିତରେ କୌଣସି ସାପ ନାହିଁ ।
Gg
ଏନେଇ ବିଶ୍ୱନାଥ ରଥ କହିଛନ୍ତି, ଭିତର ରତ୍ନଭଣ୍ଡାରର ତାଲା କାଟି ଭିତରେ ପ୍ରବେଶ କରିଥିଲେ ମଧ୍ୟ ସମୟ ଅଭାବରୁ ସେଠାରେ କ’ଣ ରହିଛି ତାହା ସ୍ପଷ୍ଟ ହୋଇନାହିଁ। ଭିତର ଓ ବାହାର ରତ୍ନଭଣ୍ଡାର ଭିତରେ ନୂଆ ତାଲା ପକାଯାଇଛି। ବାହୁଡା ଓ ସୁନାବେଶ ପରେ ପୁଣି ଦିନେ ଭିତର ରତ୍ନଭଣ୍ଡାର ଖୋଲି ସେଠାରେ ଥିବା ସାମଗ୍ରୀକୁ ସ୍ଥାନାନ୍ତର କରାଯିବ। ସେହିପରି ଭିତର ଅବସ୍ଥା ଦେଖିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି।  
ଟ୍ରେଜେରିରୁ ଯେଉଁ ଚାବି ଆସିଥିଲା, ସେଥିରେ ତାଲା ଖୋଲି ପାରି ନ ଥିଲା। ଫଳରେ ଏସ୍‌ଓପି ଅନୁସାରେ ତାଲା ଭଙ୍ଗାଯାଇ ଭିତର ରତ୍ନଭଣ୍ଡାର ଖୋଲା ଯାଇଥିଲା। ବାହାର ରତ୍ନଭଣ୍ଡାର ଅଳଙ୍କାର ଚାଙ୍ଗଡା ଘର ଏବଂ ଫୁଲ ଘରେ ହୋଇଥିବା ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତର କରାଯିବା ପରେ ତାହାକୁ ସିଲ୍‌ କରାଯାଇଛି। ଭିତର ରତ୍ନଭଣ୍ଡାର ସିନ୍ଦୁକରେ ସୁନା ରହିଛି। ରଥଯାତ୍ରା ପରେ ତାହା ଗଣନା ହେବ ବୋଲି ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.