Movie prime

ପାଣ୍ଡିଆନଙ୍କୁ ନେଇ ମୁଁହ ଖୋଲିଲେ ମୁଖ୍ୟମନ୍ତ୍ରୀ ଦେଖନ୍ତୁ କଣ କହିଲେ

 
Hh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ। ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଯାହା ରାଜନୀତିକୁ ନେଇ ଆସୁଛି ତାହା ସବୁ ଦେଖିଥିବେ। ବିଜେଡି ଦଳ ଏବେ ନିର୍ବାଚନ ହାରି ଯାଇଛି। ଆଉ ବିଜେପି ଦଳ ଓଡ଼ିଶାରେ ଶାସନ କରିବ ବୋଲି ଜଣାପଡିଛି। 
Hu
ତେବେ ଦୀର୍ଘ ୨୪ ବର୍ଷ ଧରି ମୁଖ୍ୟମନ୍ତ୍ରୀ ରହିବା ପରେ ନବୀନ ପଟ୍ଟନାୟକ ପ୍ରଥମ ଥର ପରାଜୟକୁ ସାମ୍ନା କରିଛନ୍ତି। ତେବେ ଏହି ପରାଜୟ ପରେ ଦେଶର ସର୍ବାଧିକ ସମୟ ମୁଖ୍ୟମନ୍ତ୍ରୀ ରହିବା ବିରଳ ରେକର୍ଡ କରିବାରୁ ବଞ୍ଚିତ ହୋଇଥିଲେ ନବୀନ। ଆଉ ୭୪ ଦିନ ପୂରଣ କରିଥିଲେ ନବୀନ ଏହି ରେକର୍ଡର ଅଧିକାରୀ ହୋଇପାରିଥାନ୍ତେ। ତେବେ ସୋସିଆଲ ମିଡ଼ିଆରେ ବିଜେପିର ବିଜୟକୁ ନେଇ ଯେତିକି ଚର୍ଚ୍ଚା ହେଉନି, ତା’ଠାରୁ କାହିଁ କେତେ ଅଧିକ ଚର୍ଚ୍ଚା ହେଉଛି ନବୀନଙ୍କୁ ନେଇ। 
Hh
ନବୀନଙ୍କ ନାମ ଆଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଲଗାଇବାକୁ ଅନେକ କୁଣ୍ଠାବୋଧ କରୁଛନ୍ତି। ଅନେକଙ୍କ ଆଖି ଛଳଛଳ ହୋଇଯାଉଛି। ବିଜେଡିର ପରାଜୟ ପରେ ନବୀନ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ କରିଥିଲେ। ଦଳମତ ନିର୍ବିଶେଷର ସମସ୍ତ ବିଜୟୀ ପ୍ରାର୍ଥୀଙ୍କୁ ସେ ଶୁଭେଚ୍ଛା ଜଣାଇବା ସହ ନିଷ୍ଠାପର ଉଦ୍ୟମ, ତ୍ୟାଗ ପାଇଁ କର୍ମୀ ଓ ନେତାଙ୍କୁ ଧନ୍ୟବାଦ ଜଣାଇଥିଲେ। ତେବେ ଏହା ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ନବୀନ ପ୍ରଥମ ଥର ମୁହାଁ ଖୋଲିଛନ୍ତି। 
ବିଜେଡି ଶାସନକୁ ଆସିବା ସମୟରେ ରାଜ୍ୟରେ ଦାରିଦ୍ର୍ୟ ସୀମାରେଖା ତଳେ ୭୦ ପ୍ରତିଶତ ଲୋକ ରହିଥିବା ବେଳେ ଏବେ ତାହା ୧୦ ପ୍ରତିଶତକୁ ହ୍ରାସ ପାଇଛି। ଓଡ଼ିଶାବାସୀଙ୍କ ବିକାଶ ପାଇଁ ବିଜେଡି ନିରନ୍ତର ପ୍ରୟାସ କରି ଆସିଛି। ଆଗକୁ ତାହା ଜାରି ରହିବ ବୋଲି ନବୀନ କହିଛନ୍ତି। ଆଜି ନବୀନଙ୍କ ଅଧ୍ୟକ୍ଷତାରେ ନବୀନ ନିବାସରେ ଏକ ବୈଠକ ବସିଥିଲା। ଏହି ଅବସରରେ ନବୀନ ସମସ୍ତ ବିଜୟୀ ପ୍ରାର୍ଥୀଙ୍କ ସହ ଆଲୋଚନା କରିବା ସହ ନିଜ ନିଜ ଅଞ୍ଚଳରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ।