Movie prime

ବାର ବନ୍ଦ ନିଷ୍ପତିକୁ ନେଇ ମୁଁହ ଖୋଲିଲେ ବାର ମାଲିକ ଖୋଲା ଖୋଲି ଦେଲେ ଉତ୍ତର

 
Gd
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ରାଜ୍ୟରେ ଆଉ ଡ୍ୟାନ୍ସବାର ଚାଲିପାରିବ ନାହିଁ। ଶିକ୍ଷାନୁଷ୍ଠାନ ଓ ଧର୍ମାନୁଷ୍ଠାନ ପାଖରେ ଥିବା ମଦ ଦୋକାନଗୁଡ଼ିକୁ ବି ବନ୍ଦ କରାଯିବ। ରାଜ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ସୂଚନାଯୋଗ୍ୟ, ମଦମୃତ୍ୟୁକୁ ନେଇ ଏବେ ଶାସକ-ବିରୋଧୀ ମୁହାଁମୁହିଁ ଅବସ୍ଥାରେ ଥିବାବେଳେ ରାଜ୍ୟ ସରକାର ଏଭଳି।
Hh
ରାଜ୍ୟ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ବିଜେପି ସରକାରଙ୍କ ଆଭିମୁଖ୍ୟ ପୂରା ସ୍ପଷ୍ଟ। ରାଜ୍ୟରେ ଡାନ୍ସ ବାର ବନ୍ଦ ନିଷ୍ପତ୍ତିର ହେଉ ପୁନଃବିଚାର। ପ୍ରେସମିଟରେ ଦାବି କରିଛି ଭୁବନେଶ୍ବର ଡାନ୍ସ ବାର ସଂଘ। ସରକାର କଥା ଠିକ୍ ଭାବେ ବୁଝୁ ନଥିବା ଅଭିଯୋଗ କରିଛନ୍ତି। ବାର ମାଲିକମାନେ ସବୁ ସର୍ତ୍ତାବଳୀ ପାଳନ କରୁଛନ୍ତି। କିନ୍ତୁ ସରକାରଙ୍କ ନିଷ୍ପତ୍ତି ସେମାନଙ୍କ ଜୀବିକା ଉପରେ କୁଠରାଘାତ ବୋଲି କହିଛନ୍ତି ବାର ମାଲିକ।
Bh
ଗତକାଲି ଡ୍ୟାନ୍ସ ବାର ବନ୍ଦ ନେଇ ନିଷ୍ପତ୍ତି ହୋଇଥିବା ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଥିଲେ। ଡ୍ୟାନ୍ସ ବାର ଓଡ଼ିଆ ଅସ୍ମିତାର ପରିଚୟ ନୁହେଁ । ତେଣୁ ଏହାକୁ ସଂପୂର୍ଣ୍ଣ ବନ୍ଦ କରାଯିବ ବୋଲି କହିଥିଲେ। ପୂର୍ବରୁ ୨୦୧୯ରେ ମଧ୍ୟ ଭୁବନେଶ୍ବରର ଅନେକ ଡ୍ୟାନ୍ସ ବାରକୁ ବନ୍ଦ କରାଯାଇଥିଲା। ଡ୍ୟାନ୍ସ ବାର ବନ୍ଦକୁ ବାର ମାଲିକ ସଂଘର ବିରୋଧ। କହିଲେ, ଖର୍ଚ୍ଚ ଟଙ୍କା ସରକାରା ଫେରସ୍ତ କଲେ କରିଦେବେ ବନ୍ଦ। 
ଏପରିକି ଡ୍ୟାନ୍ସ ବାର ବୋଲି କୌଣସି ଶବ୍ଦ ନାହିଁ ଓ ୧୭ଟି ନିୟମ ପାଳନ କଲା ପରେ ହିଁ ଅବକାରୀ ବିଭାଗ ଲାଇସେନ୍ସ ଦେଇଥିଲା। ବାର ବନ୍ଦ ଯୋଗୁଁ ଶତାଧିକ ପରିବାର ଉପାସରେ ଥିବା ବାର ମାଲିକ ସଂଘ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଏହାପରେ ବାରମାଲିକ ସଂଘ ଓଡ଼ିଶା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟ ବାର ସଂପୂର୍ଣ୍ଣ ବନ୍ଦ ନିର୍ଦ୍ଦେଶକୁ ଅଗ୍ରାହ୍ୟ କରିବା ସହ ଡ୍ୟାନ୍ସ ବାର ଖୋଲିବା ପାଇଁ ସର୍ତ୍ତ ରଖିଥିଲେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.