Movie prime

ଘର ପାଖରେ ଥିଲେ ଏହି ଗଛ କେବେ ହେବନାହିଁ ଟଙ୍କାର ଅଭାବ ଦେଖନ୍ତୁ ଆଉ ଜାଣନ୍ତୁ ଏହି ଚମତ୍କାରୀ ଗଛର ନାଁ କଣ

 
Hh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଅଶ୍ଵସ୍ତ ଗଛକୁ ଅନେକ ଲୋକ ଭୟ କରନ୍ତି। ଅନେକ ଲୋକ କୁହନ୍ତି ଅଶ୍ଵସ୍ତ ଗଛରେ ଭୂତ ପ୍ରେତ ରୁହନ୍ତି। ଆଉ କେତେକ ଲୋକ ଅଶ୍ୱସ୍ତ ଗଛକୁ ପୂଜା କରନ୍ତି। ଏବଂ ଅଶ୍ବସ୍ତ ଗଛର ପରିକ୍ରମା ମଧ୍ୟ କରିଥାନ୍ତି। ଅଶ୍ୱସ୍ତ ଗଛକୁ ଶନିବାର ବ୍ୟତୀତ ଆଉ କୌଣସି ଦିନ ଛୁଇଁବା ଉଚିତ ନୁହେଁ।
ବିଶେଷ କରି ରବିବାର ଦିନ ଅଶ୍ୱସ୍ତ ଗଛକୁ ଛୁଇଁବା ଉଚିତ ନୁହେଁ। କାରଣ ସେହି ଅଶ୍ୱସ୍ତ ଗଛରେ ଅଲକ୍ଷ୍ମି ବାସ କରିଥାନ୍ତି। ଏବଂ ତାଙ୍କର ପ୍ରଭାଵ ରବିବାର ଦିନ ଅଧିକ ରହିଥାଏ। ପୂର୍ବପୁରୁଷ ମାନେ କହିଛନ୍ତି ଅଶ୍ୱସ୍ତ ଗଛ ପାଖକୁ ଯିବା ଠିକ୍ ନୁହେଁ। 
Nh
ଧର୍ମଶାସ୍ତ୍ରରେ ବା ଭାଗବତ ଗୀତରେ ବର୍ଣ୍ଣିତ ଅଛି ଯେ, ଅଶ୍ୱସ୍ତ ଗଛର ମୂଳରେ ବ୍ରହ୍ମା ଏବଂ ଦେହରେ ବିଷ୍ଣୁ ଆଉ ଶାଖା ମାନଙ୍କରେ ଶିବ ବାସ କରିଥାନ୍ତି। ଏବଂ ପତ୍ର ମାନଙ୍କରେ ସମସ୍ତ ଦେବଦେବୀ ବାସ କରିଥାନ୍ତି। ବିଶେଷକରି ଶନିବାର ଦିନ ଏହି ଅଶ୍ୱସ୍ତ ଗଛରେ ଶନିଦେବ ବାସ କରୁଥାଆନ୍ତି।
ଏହି ଶନିବାର ଦିନ ଅଶ୍ୱସ୍ତ ଗଛକୁ ପୂଜା କରିବା ଅର୍ଥାତ୍ ସାକ୍ଷାତ ଲକ୍ଷ୍ମୀନାରାୟଣଙ୍କୁ ପୂଜା କରିବା ସହିତ ସମାନ ହୋଇଥାଏ। ପ୍ରତିଦିନ ଅଶ୍ବସ୍ତ ଗଛକୁ ପୂଜା କଲେ ସମସ୍ତ ଦେବଦେବୀଙ୍କର କୃପା ମିଳିଥାଏ। ତେଣୁ ହିନ୍ଦୁ ଶାସ୍ତ୍ରଧର୍ମରେ ବର୍ଣ୍ଣିତ ଅଛି ଯେ କେବେବି ଅଶ୍ବସ୍ତ ଗଛକୁ କାଟିବା ଉଚିତ୍ ନୁହେଁ। ଏହା କଲେ ମହାପାପ ଲାଗିଥାଏ। 
ଅଶ୍ବସ୍ତ ଗଛ ମୂଳରେ ପ୍ରତିଦିନ ଜଳ ଅର୍ପଣ କଲେ ଏବଂ ଅଶ୍ୱସ୍ତ ଗଛ ଚାରିପଟେ ପରିକ୍ରମା କଲେ ସମସ୍ତ ଆର୍ଥିକ ସଙ୍କଟ ଦୂର ହୋଇଥାଏ। ଧନର ବୃଦ୍ଧି ଘଟିଥାଏ। ଜୀବନରେ ଉନ୍ନତି ଆସିଥାଏ। ବିଶେଷକରି ଶନିବାର ଦିନ ଅମାବାସ୍ୟା ଥିଲେ ଶନିଦେବଙ୍କର ଅନେକ କୃପା ମିଳିଥାଏ। ଏବଂ ପୂର୍ଣ୍ଣିମା ହୋଇଥିଲେ ମାତା ଲକ୍ଷ୍ମୀଙ୍କର ମଧ୍ୟ ଅନେକ କୃପା ମିଳିଥାଏ।
Hg
ଯଦି କାହାର ଶନିଦଶା ମହାଦଶା ଚାଲୁଥିଲେ ଶନିବାର ଦିନ ସୋରିଷ ତେଲର ମାଟି ଦୀପଟିଏ ଜାଳନ୍ତୁ। ଏବଂ କିଛି ରାଶି ଅଶ୍ୱସ୍ତ ଗଛ ମୂଳରେ ଅର୍ପଣ କରନ୍ତି। ଏହି ବିଧି କଲେ ଶନିଦେବ ପ୍ରସନ୍ନ ହେଇଥାନ୍ତି। କାର୍ତ୍ତିକ ମାସ ଦିନ ଘିଅର ଦୀପ ଜାଳିବା ଉଚିତ ଅଟେ। କାରଣ କାର୍ତ୍ତିକ ମାସରେ ଘିଅ ଦୀପ ଅଶ୍ୱସ୍ତ ଗଛ ମୂଳରେ ଜାଳିଲେ ବିଷ୍ଣୁଙ୍କର କୃପା ଲାଭ ହେଇଥାଏ। 
ଅମାବାସ୍ୟା ତିଥି ଦିନ ଏହି ଅଶ୍ୱସ୍ତ ଗଛ ମୂଳରେ ୧୦୮ ଥର ପରିକ୍ରମା କରନ୍ତି ତେବେ ଅନେକ ପ୍ରକାର କୃପା ମିଳିବା ସହିତ ସମସ୍ତ ପ୍ରକାରର ସମସ୍ୟା ଦୂର ହୋଇଥାଏ। ପୂର୍ଣ୍ଣିମା ଦିନ ଯଦି ଅଶ୍ୱସ୍ତ ଗଛ ମୂଳରେ ଫୁଲଫଳ ଦୀପଧୂପ ସହିତ ଜଳ ଅର୍ପଣ କରନ୍ତି ତେବେ ମାତା ଲକ୍ଷ୍ମୀଙ୍କର କୃପା ମିଳିଥାଏ। ସେହି ମନୁଷ୍ୟ ସଦାସୁଖି ହୋଇଥାଏ।
ଅଶ୍ୱସ୍ତ ଗଛ ମୂଳରେ ଗାଈ କ୍ଷୀର , ଗଙ୍ଗା ଜଳ ବା ଶୁଦ୍ଧ ଜଳ ଅର୍ପଣ କରିବା ଉଚିତ। ଚନ୍ଦନର ଟିକା ଦେବା ଉଚିତ। ସନ୍ଧ୍ୟା ପରେ ବା ସୂର୍ଯ୍ୟାସ୍ତ ପରେ ଅଶ୍ୱସ୍ତ ଗଛ ମୂଳକୁ ଯିବା ଉଚିତ ନୁହେଁ। ଶନିବାର ଦିନ ଯଦି ଏକ ଲୋଟା ପାଣିରେ କିଛି ଚିନି,ଗୁଡ଼, ସୋରିଷ ତେଲ ଏବଂ ରାଶି ଅଶ୍ୱସ୍ତ ଗଛ ମୂଳରେ ଅର୍ପଣ କରନ୍ତି। ଏବଂ ଅର୍ପଣ କରିବା ପରେ ସେହି ଗଛର ଏକ ପତ୍ରକୁ ଆଣି ପାଖରେ ରଖନ୍ତି ତେବେ ଧନର ବର୍ଷା ହେଇଥାଏ।