Movie prime

୨୪ ଘଣ୍ଟାରେ ପୁଣି ବଢ଼ିଗଲା ଏତେ ସୁନା ଦର ଦେଖନ୍ତୁ ଆସିଲା ବହୁତ୍ ବଡ଼ ଖବର

 
Ff
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ବନ୍ଧୁଗଣ ବଜେଟରେ ଘୋଷଣା ପରେ ସୁନାଦରରେ ଜବରଦୋସ୍ତ ହ୍ରାସ ଦେଖିବାକୁ ମିଳିଥିଲା। ଜୁଲାଇ ୨୨ରେ ସୁନାଦର ୭୨ ହଜାର ଉପରେ ରହିଥିଲା। ମାତ୍ର ତାପରେ ସୁନାଦର ଖସି ଥିଲା। 
Gg
ସୁନା ଓ ରୂପା ଦର ଉପରେ କଷ୍ଟମଶ୍ଲୁକ ହ୍ରାସ କରିବାକୁ ସରକାର ବଜେଟରେ ଘୋଷଣା କରିଥିବାରୁ, ଏହି ମୂଲ୍ୟବାନ ଧାତୁର ମୂଲ୍ୟ ହ୍ରାସ ପାଇ ଏକାଥରେ ୪ ହଜାରରୁ ଅଧିକ ଟଙ୍କା ହ୍ରାସ ପାଇଥିଲା। ଗତ ୨୫ ତାରିଖରେ ରାଜଧାନୀ ଭୁବନେଶ୍ୱରେ ୨୨ କ୍ୟାରେଟ ସୁନାଦର ୬୪ ହଜାର ୯୫୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ ସୁନାଦର ୭୦ ହଜାର ୮୬୦ ଟଙ୍କା ହେଇଥିଲା। ସେହିପରି ଗତ ୨୬ ତାରିଖରେ ୨୨ କ୍ୟାରେଟ ସୁନାଦର ୬୪ ହଜାର ୪୦୦ ଟଙ୍କାରେ ପହଞ୍ଚି ୨୪ କ୍ୟାରେଟ ସୁନାଦର ୬୯ ହଜାର ୮୨୦ ଟଙ୍କା ହେଇଥିଲା। 
Fg
ସେହିପରି ଗତକାଲି ମଧ୍ୟ ରାଜଧାନୀ ଭୁବନେଶ୍ୱରେ ୨୨ କ୍ୟାରେଟ ସୁନାଦର ୬୩ ହଜାରକୁ ଖସି ଆସିଥିବା ବେଳେ ୨୪ କ୍ୟାରେଟ ସୁନାଦର ୬୮ ହଜାର ୭୩୦ ଟଙ୍କା ହେଇଥିଲା। ଏହି ଖବର ପାଇବା ପରେ ସୁନା ଦୋକାନରେ ଲାଗିଥିଲା ଭିଡ। ସୁନାଦର କମି ଥିବାରୁ ଆଗକୁ ଆସୁଥିବା ଉତ୍ସବକୁ ନେଇ ରାଜଧାନୀ ବାସୀ ଖୁବ୍ ଖୁସି ଥିବା ବେଳେ ସୁନା କିଣିବା ପାଇଁ ଦୋକାନରେ ଭିଡ ଜମାଇଥିଲେ। ବିଶେଷକରି ସୁନାରେ କମିଥିବା ଦାମକୁ ନେଇ ଲୋକ ଅନେକ ପ୍ରଭାବିତ ହେଇଥିଲେ। ଆଉ ଆବଶ୍ୟକ ଅନୁସାରେ ସୁନା କିଣି ନେଉଥିବା ଦେଖିବାକୁ ମିଳିଥିଲା। 
କିନ୍ତୁ ଏସବୁ ଭିତରେ ଆଜି ପୁଣି ସୁନା ପ୍ରେମୀଙ୍କୁ ଲାଗିଛି ଜୋରଦାର ଝଟକା। ୨୪ ଘଣ୍ଟା ମଧ୍ୟରେ ମାହାଙ୍ଗା ହେଇଯାଇଛି ସୁନା। ଯଦି ଦେଖିବା ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନାଦର ୧୦ ଗ୍ରାମ ପ୍ରତି ୬୯ ହଜାର ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ ସୁନା ଗ୍ରାମ ପିଛା ୬୩ ହଜାର ୨୫୦ ଟଙ୍କା ରହିଛି। ସେହିପରି ଭୁବନେଶ୍ଵରରେ ୨୨ କ୍ୟାରେଟ ସୁନାଦର ୬୩ ହଜାର ୨୫୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ ସୁନାଦର ୬୯ ହଜାର ହେଇଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.