Movie prime

ରାତି ଅଧରେ କାହିଁକି ଏହିପରିବାରକୁ ଗାଁ ରୁ କାଢିଦେଲେ ଗାଁ ଲୋକେ ଦେଖନ୍ତୁ ସାମ୍ନାକୁ ଆସିଲା ଲଜ୍ୟା ଜନକ ଘଟଣା

 
Hh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି
ଏକ ଘଟଣା ବିଷୟରେ ଜାଣିପାରିବେ ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଭୟରେ ଥରୁଛନ୍ତି ଏହି ପରିବାର । ଏହି ପରିବାର ଲୋକେ ଗାଁରେ ପାଦ ଥୋଇଲେ ତାଙ୍କ ପାଇଁ ଅଛି ବିପଦ । ଏହି ପରିବାର ଲୋକଙ୍କୁ ଗାଁ ଲୋକ ଗାଁ ରୁ ତଡ଼ି ଦେଇଛନ୍ତି । 
Bb
ଏହି ପରିବାର ଗାଁରୁ ବାହାରିବାର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଯେଉଁ ଗାଁରେ ଜନ୍ମ ହୋଇଥିଲେ ଆଉ ଛୋଟ ରୁ ବଡ ହୋଇଥିଲେ ଏହି ପରିବାର । ସେମାନେ ଆଜି ଜନ୍ମ ମାଟି ଛାଡ଼ି ଦେଇଛନ୍ତି । ଏମାନଙ୍କୁ ଆଜି ଗାଁ ଲୋକେ ଗାଁ ରୁ ବାହାର କରି ଦେଇଛନ୍ତି ।
ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ହଡମ୍ବା ଥାନା ଅନ୍ତର୍ଗତ ଗରଡମା ପଞ୍ଚାୟତ ରାଜଖମାର ଗାଁରେ । ରାଜଖମାର ଗାଁରେ ସନ୍ୟାସୀ ଦଳପତି ତାଙ୍କ ପରିବାର ସହିତ ରହୁଥିଲେ । ଏବେ ଏହି ପରିବାର ନିଜ ଗାଁ ଛାଡ଼ି ଅନ୍ୟ ଗାଁରେ ରହୁଛନ୍ତି।
ଏହି ପରିବାର ଲୋକେ ଅଭିଯୋଗ ଆଣିଛନ୍ତି କି ତାଙ୍କ ଗାଁରେ ତାଙ୍କ ଜୀବନ ପ୍ରତି ବିପଦ ରହିଛି । ଏହି ପରିବାର ଲୋକଙ୍କୁ ଗାଁ ଲୋକ ଧମକ ଦେଉଛନ୍ତି । ତାଙ୍କୁ ଜୀବନରୁ ମାରି ଦେବେ ବୋଲି କହୁଛନ୍ତି । ଗୁଣି ଗାରେଡ଼ି ସନ୍ଦେହରେ ଏହି ପରିବାରକୁ ଗାଁ ଲୋକ ଗାଁରୁ ତଡି ଦେଇଛନ୍ତି ।
Gh
ଏହି ଗାଁ ଲୋକେ ତାଙ୍କୁ ଗାଁ ଭିତରକୁ ଆଉ ଛାଡିବେ ନାହିଁ । ଏବେ ୫ ପ୍ରାଣୀଙ୍କୁ ନେଇ ଏହି ପରିବାର ନିଜ ଘର ଥାଉ ଥାଉ ବେସାହାରା ହୋଇ ପଡ଼ିଛି । ଏହି ପରିବାର ଏବେ ହଡମ୍ବା ଥାନାରେ ଏନେଇ ଲିଖିତ ଅଭିଯୋଗ କରିଛନ୍ତି ।
ଗ୍ରାମବାସୀଙ୍କ ନିଷ୍ପତ୍ତି କ୍ରମେ ୨୦ ତାରିଖ ଦିନ ଗ୍ରାମ ନିକଟ ଜଙ୍ଗଲରେ ବୈଠକ କରାଯାଇଥିଲା । ଉକ୍ତ ବୈଠକକୁ ସନ୍ନ୍ୟାସୀଙ୍କୁ ଡକା ଯାଇଥିଲା କିନ୍ତୁ ସେ ଭୟରେ ସେଠାକୁ ଯାଇନଥିଲେ । ଏହାପରେ ଗାଁର କିଛି ଯୁବକ ତାଙ୍କ ପରିବାରକୁ ମାରିଦେବେ ବୋଲି କହିଥିଲେ ।
ଆଉ ଏବେ ଏହି ଘଟଣା ପରେ ତାଙ୍କୁ ମାରିଦେବା ଭୟରେ ସନ୍ନ୍ୟାସୀ ତାଙ୍କ ଦୁଇ ଝିଅ ଆଉ ବୃଦ୍ଧ ବାପା ଏବଂ ସ୍ତ୍ରୀକୁ ନେଇ ଅନ୍ୟତ୍ର ଗାଁକୁ ଆସି ଯାଇଛନ୍ତି । ଗାଁ ଲୋକମାନେ ତାଙ୍କ ନାଁରେ ଆଣିଥିବା ଅଭିଯୋଗ ମିଥ୍ୟା ବୋଲି ସେ କହିଛନ୍ତି । ଏବେ ଏହି ଘଟଣାକୁ ନେଇ ସନ୍ନ୍ୟାସୀ ଏବଂ ତାଙ୍କ ପରିବାର ନ୍ୟାୟ ଦାବି କରିଛନ୍ତି ।