Movie prime

ଶ୍ରାବଣ ମାସରେ ଶିବ ଲିଙ୍ଗ ଉପରେ ଚଢ଼ା ଯାଇଥିବା ବେଲପତ୍ର ଖାଇଲେ ମିଳିଥାଏ ଏହି ଫଳ

 
Hh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଶିବଲିଙ୍ଗ ଉପରେ ଯେଉଁ ବେଲପତ୍ର ଚଢ଼ା ଯାଇଥାଏ ତାହାକୁ ଖାଇଲେ କେଉଁ ଫାଇଦା ହୋଇଥାଏ। ଶାସ୍ତ୍ରରେ କୁହାଯାଇଛି ଯେ ବେଲପତ୍ର ଛଅ ମାସ ପର୍ଯ୍ୟନ୍ତ ବାସୀ ହୋଇ ନଥାଏ। ମହାଦେବ ଙ୍କୁ ବେଲପତ୍ର ଚଢ଼ାଇବା ପଛରେ ଏକ କଥା ରହିଛି। ସମୁଦ୍ର ମନ୍ଥନ ସମୟରେ ବାହାରିଥିବା ବିଷକୁ ଭଗବାନ ଶିବ ପାନ କରିଥିଲେ। ଯେଉଁ କାରଣରୁ ତାଙ୍କ ଶରୀରରେ ଉତ୍ତାପ ବଢ଼ିବାକୁ ଲାଗିଥିଲା। ତେଣୁ ଜଣେ ବୈଦ୍ୟଙ୍କ ପରାମର୍ଶ କ୍ରମେ ବେଲପତ୍ର ଖାଇବାକୁ ଦେବାରୁ ମହାଦେବଙ୍କ ଶରୀର ଶୀତଳ ହୋଇଥିଲା। 
Bb
ସେବେଠାରୁ ମହାଦେବଙ୍କୁ ଅର୍ଥାତ ଶିବଲିଙ୍ଗରେ ବେଲପତ୍ର ଚଢ଼ାଇ ଜଳ ଅର୍ପଣ କରାଯାଏ। ଯେତେବେଳେ ଆପଣ ବେଲପତ୍ରକୁ ଶିବଲିଙ୍ଗରେ ଅର୍ପଣ କରୁଛନ୍ତି ସେତେବେଳେ ତାହା ଆଉ ସାଧରଣ ବେଲପତ୍ର ନଥାଏ ବରଂ ତାହା ମହାଦେବଙ୍କର ପ୍ରସାଦ ହୋଇଯାଏ ଏବଂ ତାହା ଜୀବନର ନାନା ପ୍ରକାରର ସମସ୍ୟା , ଯନ୍ତ୍ରଣା , ରୋଗ ଏବଂ ବ୍ୟାଧିକୁ ଦୂର କରିଥାଏ। ଶିବଲିଙ୍ଗରେ ଚଢ଼ା ଯାଇଥିବା ବେଲପତ୍ର ଖାଇଲେ ପିତ୍ତ , ବାତ ଏବଂ କଫ ଦୋଷ ଦୂର ହୋଇଥାଏ। 
Bb
ଯାହାଦ୍ୱାରା ଶରୀରରୁ ପାପ ମଧ୍ୟ କ୍ଷୟ ହୋଇଥାଏ। ଗୋହତ୍ୟା ଭଳି ପାପ ଲାଗିଥାଏ ଦୁଇ ମାସ ପର୍ଯ୍ୟନ୍ତ ଏହି ବେଲପତ୍ର ଖାଇଲେ ସେହି ଦୋଷ ଦୂର ହୋଇଯିବ। ପ୍ରତ୍ୟେକ ଦିନ ପାଞ୍ଚଟି ବେଲପତ୍ର ଖାଇଲେ ତାହା ଶରୀରର ତାମସିକ ଗୁଣକୁ ନଷ୍ଟ କରିଥାଏ। ଏହାଦ୍ବାରା ଶରୀର ମଧ୍ୟ ଶୁଦ୍ଧ ହୋଇଯାଏ। ବେଲପତ୍ର ଖାଇବା ଦ୍ୱାରା ଭାଗ୍ୟ ଶକ୍ତିଶାଳୀ ହୋଇଥାଏ। ଆୟୁର୍ବେଦ ଅନୁଯାୟୀ ବେଲପତ୍ର ଖାଇବା ଦ୍ୱାରା ରକ୍ତ ଶୁଦ୍ଧ ସ୍ନାନ ହୋଇଥାଏ। 
ରକ୍ତ ସମ୍ବନ୍ଧୀୟ କୌଣସି ରୋଗ ଥିଲେ ପ୍ରତ୍ୟେକ ଦିନ ପାଞ୍ଚଟି ବେଲପତ୍ର ଖାଆନ୍ତୁ। ସେହି ବେଲପତ୍ରକୁ ଏକମାସ ଖାଇବା ଦ୍ୱାରା ମନସ୍କାମନା ପୂରଣ ହେବା ସହିତ ଇଚ୍ଛା ମୃତ୍ୟୁ ମଧ୍ୟ ପ୍ରାପ୍ତ ହୋଇଥାଏ। ମନରେ ଶାନ୍ତି ଆସିବା ସହିତ ମନ ଭକ୍ତି ଆଡ଼କୁ ଅଗ୍ରସର ହୋଇଥାଏ। ଏହାକୁ ସେବନ କରିବା ଦ୍ୱାରା କୌଣସି ପ୍ରକାରର ସାଂସାରିକ ଭୋଗ ନଷ୍ଟ ହୋଇଯାଏ ଏବଂ ଜୀବନରେ ସବୁବେଳେ ଖୁସି ଭରିଯାଏ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.