Movie prime

Inspiration ସାଜିଥିଲା ନାଲିବତୀ ଗାଡ଼ି ଗରିବ ଚାଷୀ ଘର ଝିଅ ହେଲା IAS

 
Hh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ଏକ ଭିଡିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଆପଣ ମାନେ ଜାଣିଥିବେ କି ଦୃଢ଼ ଇଛା ଶକ୍ତି ହେଉଛି ସଫଳତାର ମାପ କାଠି। ଯାହାକୁ ପ୍ରମାଣ କରି ଦେଖାଇଛନ୍ତି ବାଲେଶ୍ଵର ଜିଲା, ଜଳେଶ୍ଵର ବ୍ଲକ ଅନ୍ତର୍ଗତ ଗୋବର୍ଦ୍ଧନ ପୁର ଗ୍ରାମର ଗରୀବ ଚାଷୀ ପରିବାରର ଝିଅ। ତାଙ୍କର ନାମ ହେଉଛି ସ୍ମୃତି ରେଖା। ଯିଏକି ୨୦୨୨ ରେ ହେଇଥିବା ସିଭିଲ ସର୍ଭିସ ପରୀକ୍ଷାରେ,
Gg
୩୯୯ ରାଙ୍କ ହାସଲ କରି ନିଜ ଗାଁ ତଥା ଜଳେଶ୍ଵର ବ୍ଲକ ପାଇଁ ଗୌରବ ଆଣି ଦେଇଛନ୍ତି। ସେ ଏହାର ଶ୍ରେୟ ତାଙ୍କର ବାପା ଓ ମାଆ ଏବଂ ସମସ୍ତ ପରିବାର ଲୋକଙ୍କୁ ଦେଇଛନ୍ତି ବୋଲି କହିଥିଲେ। ସେ ଯେହେତୁ ହାଇ ସ୍କୁଲ ରେ ବିଜ୍ଞାନ ଶିକ୍ଷକ ଭାବରେ କାମ କରୁଥିଲେ ତା ବାଦ ରେ ତାଙ୍କୁ ଯେତିକି ସମୟ ମିଳିଥିଲା ୭ ରୁ ଆଠ ଘଣ୍ଟା ପରିଶ୍ରମ କରୁଥିଲେ। ଭଦ୍ରକ ଜିଲ୍ଲାରେ ଚାନ୍ଦବାଲି ବ୍ଲକ ରେ ଦଳମଣ୍ଡ ସରକାରୀ ବିଦ୍ୟାଳୟରେ ଶିକ୍ଷୟତ୍ରୀ ଥିଲେ।
Hh
ସେଠାରେ ସେ ପିଲା ମାନଙ୍କୁ ବିଜ୍ଞାନ ପଢ଼ାଉ ଥିଲେ। ଯେତେବେଳେ ସେ ଅଷ୍ଟମ ଶ୍ରେଣୀରେ ପଢୁଥିଲେ ସେତେବେଳୁ ତାଙ୍କର ଇଚ୍ଛା ଥିଲା କି ସେ ସିଭିଲ ସର୍ଭିସ ରେ ଚାକିରୀ କରିବେ ବୋଲି। ପିଲା ବେଳର ସ୍ଵପ୍ନ ଏବେ ତାଙ୍କର ପୂର୍ଣ୍ଣ ହୋଇଛି। ଆଉ ନାଲିବତି ଗାଡି ହିଁ ତାଙ୍କର ସବୁଠାରୁ ବଡ ପ୍ରେରଣା ଥିଲା। ପ୍ରଥମେ ସେ ଭାବିଥିଲେ କି ସେ ବିଦ୍ୟାଳୟ ରେ ପାଠ ପଢ଼ାଇ କେବଳ କେତେଟା ପିଲାଙ୍କ ଭବିଷ୍ୟତ ଗଢି ପାରିବେ ବୋଲି।
ମାତ୍ର ଏବେ ସେ ଯେଉଁ ଚାକିରୀ ପାଇଛନ୍ତି ସେଥିରେ ସେ ଅନେକ ଲୋକ ମାନଙ୍କର ସେବା କରି ପାରିବେ। ଏହାକୁ ନେଇ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ସୋସିଆଲ ମିଡ଼ିଆ ରେ ଏବେ ଏହି ଘଟଣା ଖୁବ ଭାଇରାଲ ହେବାରେ ଲାଗିଛି। ଏହା ନିଶ୍ଚିତ ଭାବରେ ଏକ ଖୁବ ଗର୍ବର ଘଟଣା ଅଟେ। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ୟ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.