Movie prime

ଆଉ ନାହାନ୍ତି ବିଶ୍ଵର ସବୁଠାରୁ ବଡ଼ ବଡି ବିଲଡର ଦେଖନ୍ତୁ ଆସିଲା ବଡ଼ ଦୁଃଖ ଖବର

 
Gg
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆଜିକାଲି ଦୁନିଆରେ ସମସ୍ତେ ସୁନ୍ଦର ଦେଖାଯିବା ପାଇଁ ଅନେକ ପ୍ରକାର ଉପାୟ ଆପଣାଉଛନ୍ତି। ଲୋକେ ସୁନ୍ଦର ଫିଟନେସ ସହ ବଡି ବିଲ୍ଡି କରି କମ୍ପିଟିସନରେ ଜିତିବା ପାଇଁ ମଧ୍ୟ ଲକ୍ଷ୍ୟ ରଖୁଛନ୍ତି। ସେଥିପାଇଁ ଜିମ ଯିବାକୁ ପସନ୍ଦ କରୁଛନ୍ତି ଯୁବପିଢି। ବର୍ତ୍ତମାନ ଯୁବ ପିଢିଙ୍କ ପ୍ରଥମ ପସନ୍ଦ ହେଉଛି ବଡି ବିଲ୍ଡିଂକରି ବିଭିନ୍ନ କମ୍ପିଟିସନର ଟାଇଟଲ ଟ୍ୟାଗକୁ ଜୟ କରିବା। ତେବେ ଅନେକ ଲୋକ ଫିଟନେସ୍ ପାଇଁ ପ୍ରତିଦିନ ବ୍ୟାୟାମ କରନ୍ତି। 
Hh
କୁହାଯାଏ ଯେ ଏହା ହୃଦୟ ଏବଂ ମନକୁ ସୁସ୍ଥ ରଖେ। କିନ୍ତୁ ବେଳେବେଳେ ସୁପର ଫିଟ୍ ଥିବା ଲୋକଙ୍କ ହଠାତ୍ ମୃତ୍ୟୁ ଆଶ୍ଚର୍ଯ୍ୟ ସମସ୍ତଙ୍କୁ କରିଦିଏ। ବେଲା ଋଷରୁ ମଧ୍ୟ ଏଭଳି ମାମଲା ସାମ୍ନାକୁ ଆସିଛି। ଇଲିଆ ଗୋଲେମ ୟେଫିମଚିକ- ବିଶ୍ବର ସବୁଠୁ ଶକ୍ତିଶାଳୀ ବଡି ବିଲଡରଙ୍କ ପରଲୋକ ଘଟିଛି। ୩୬ ବର୍ଷୀୟ ଇଲିଆ ଗୋଲେମ ହୃତଘାତରେ ପ୍ରାଣ ହରାଇଛନ୍ତି। ଗତ ୧୧ ସେପ୍ଟେମ୍ବରରେ ସେ ଏତେ କମ୍ ବର୍ଷ ବୟସରେ ପ୍ରାଣ ହରାଇଛନ୍ତି। ନିଜ ପତ୍ନୀଙ୍କ ପ୍ରୟାସ ପରେ ବି ସେ ତାଙ୍କର ପ୍ରାଣ ରକ୍ଷା କରି ପାରି ନାହାନ୍ତି।
Bb
ସୂଚନା ମୁତାବକ, ନିଜର ସୁଢୁଳ ଶରୀର ଓ ଫିଟନେସ ପାଇଁ ସେ ବେଶ୍ ପରିଚିତ ଥିଲେ। ନିଜର ଫିଟନେସ ପାଇଁ ଇଲିଆ ଅନେକ ଲୋକଙ୍କ ପ୍ରେରଣା ସାଜିଥିଲେ। ସୋସିଆଲ ମିଡିଆରେ ମଧ୍ୟ ତାଙ୍କର ବହୁ ପ୍ରଶଂସକ ରହିଥିଲେ। ତେବେ ବନ୍ଧୁଗଣ ଇଲିଆ ଗୋଲେମ ୟେଫିମଚିକଙ୍କୁ ଦୁନିଆର ସବୁଠୁ ‘ରାକ୍ଷସୀ ବଡି ବିଲଡର’ ଆଖ୍ୟା ମିଳିଛି। ମାତ୍ର ଫିଟନେସ କାରଣରୁ ହିଁ ସେ ଏବେ ପ୍ରାଣ ହରାଇ ସାରିଛନ୍ତି। ଗତ ୬ ତାରିଖରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। 
ମାତ୍ର ୧୧ ତାରିଖରେ ତାଙ୍କର ହୃତଘାତରେ ମୃତ୍ୟୁ ହୋଇଛି। ଇଲିଆଙ୍କ ଓଜନ ପ୍ରାୟ ୩୪୦ ପାଉଣ୍ଡ ଥିଲା। ଦିନରେ ସେ ୭ ଥର ଖାଇବା ଖାଇ ନିଜର କାୟା ବିସ୍ତାର କରିଥିଲେ। ପ୍ରାୟ ୧୬,୫୦୦ କ୍ୟାଲୋରୀ ସେ ସେବନ କରିଥିଲେ। ଏଥିରେ ୨.୫ କିଲୋଗ୍ରାମ ଷ୍ଚେକ ଓ ୧୦୮ ପିସ ସୁଶି ସାମିଲ ଥିଲା। ଇଲିଆଙ୍କ ଶରୀରର ପ୍ରାୟ ୬ ଫୁଟ ୧ ଇଞ୍ଚ ଲମ୍ବା ଥିଲା। ତାଙ୍କର ଛାତିର ଆକାର ପ୍ରାୟ ୬୧ ଇଞ୍ଚ ଏବଂ ବାଇସେପ୍ସ ୨୫ ଇଞ୍ଚ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.