Movie prime

ଲାଗିଥିଲା ମେସିନ ସତ ଓଗାଳିବ ସଞ୍ଜୟ ଦେଖନ୍ତୁ କିଏ କିଏ ଥିଲେ ସାମିଲ ସବୁ କହିବ ସତ

 
Bb
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ କୋଲକାତା ଡାକ୍ତରୀ ଛାତ୍ରୀଙ୍କୁ ଦୁ-ଷ୍କ-ର୍ମ ଓ ହ-ତ୍ୟା ଘଟଣାରେ ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ। ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଶୁଣାଣି କରିବେ ୩ ଜଣିଆ ଖଣ୍ଡପୀଠ। ଦୁଇଦିନ ତଳେ ମାମଲାରେ ନିଜ ଆଡୁ ହସ୍ତକ୍ଷେପ କରି ଶୁଣାଣି ପାଇଁ ନିଷ୍ପତ୍ତି ନେଇଥିଲେ ସୁପ୍ରିମକୋର୍ଟ। ସେପଟେ ଏହି ମାମଲାରେ ଗିରଫ ଅଭିଯୁକ୍ତ ସଞ୍ଜୟ ରାୟର ଆଜି ହୋଇପାରେ ପଲିଗ୍ରାଫ୍ ବା ଲାଇ ଡିଟେକ୍ସନ ଟେଷ୍ଟ। ସିବିଆଇକୁ ଏଥିପାଇଁ କୋଲକତା ହାଇକୋର୍ଟ ଅନୁମତି ଦେଇଛନ୍ତି। କୋଲକାତାରେ ଡେରା ପକାଇଛି ସେଣ୍ଟ୍ରାଲ ଫରେନ୍ସିକ୍ ସାଇନ୍ସ ଲାବୋରେଟୋରିର ୫ ଜଣିଆ ଟିମ୍। ସେପଟେ ମୃ-ତ ଡାକ୍ତରୀ ଛାତ୍ରୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ମିଳିଛି ଛାତିଥରା ତଥ୍ୟ। 
Bb
ତାଙ୍କ ଶରୀର ସାରା ୧୬ଟି କ୍ଷତ ଥିବା ଜଣାପଡିଛି। ସେ ରାତିସାରା ଅଭିଯୁକ୍ତ ସହ ଖୁବ୍ ଲଢ଼ିଥିଲେ ନିଜ ଜୀବନ ବଞ୍ଚାଇବା ପାଇଁ। ଫଳରେ ଶରୀର ପ୍ରାୟ ସବୁ ଭାଗରେ ଆଘାତ ଲାଗିଥିଲା। ଏମିତି କୌଣସି ଅଂଶ ନଥିଲା ଯେଉଁଠି ଆଘାତ ଲାଗିନି, ଯେଉଁଠି କ୍ଷତ ପହଞ୍ଚିନି। ପୋଷ୍ଟମର୍ଟମ ଓ ପରେ ସମ୍ପୂର୍ଣ୍ଣ ଅଟୋପ୍ସି ରିପୋର୍ଟରେ ଛାତି ଦୋହଲାଇଲା ଭଳି ତଥ୍ୟ ଏବେ ସାମ୍ନାକୁ ଆସିଛି। ଟ୍ରେନିଙ୍କ ଶରୀରରେ ୧୪ଟି କ୍ଷତ ଚିହ୍ନ ରହିଛି। ମୁଣ୍ଡ, ବେକ, ମୁହଁ, ଦୁଇ ବାହୁ ଏବଂ ଗୁପ୍ତାଙ୍ଗରେ ଗଭୀର ଆଘାତ ଲାଗିଛି। 
Hh
ଶ୍ୱାସରୁଦ୍ଧ ହୋଇ ତାଙ୍କ ମୃ-ତ୍ୟୁ ହୋଇଥିବା ପୂର୍ବରୁ ଜଣାପଡ଼ିଥିଲା। ଏବେ ଅଟୋପ୍ସି ରିପୋର୍ଟରୁ ଜଣାପଡ଼ିଛି ଯେ ମୁହଁ ଭିତରେ ବି ଆଘାତ ଲାଗିଥିଲା ଏହି ଖବର ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ସେପଟେ କୋଲକାତାରେ ଟ୍ରେନି ଡାକ୍ତରଙ୍କୁ ଦୁ-ଷ୍କ-ର୍ମ ଓ ହତ୍ୟା ଘଟଣା ପରେ ଡାକ୍ତରଙ୍କ ସୁରକ୍ଷା ଲାଗି ଦେଶବ୍ୟାପୀ ଆନ୍ଦୋଳନ ପରେ ବଢ଼ିଲା ଦେଶରେ କେନ୍ଦ୍ର ସରକାରଙ୍କ ଅଧିନରେ ପରିଚାଳିତ ସମସ୍ତ ଡାକ୍ତରଖାନାରେ ସୁରକ୍ଷା ବ୍ୟବସ୍ଥା। 
ସବୁ କେନ୍ଦ୍ରୀୟ ମେଡିକାଲ ଗୁଡ଼ିକରେ ୨୫ ପ୍ରତିଶତ ଅଧିକ ସୁରକ୍ଷା ବ୍ୟବସ୍ଥା ବଢାଇବା ନିଷ୍ପତ୍ତିକୁ ମଞ୍ଜୁରୀ ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ। ଏବେ ପ୍ରଚଳିତ ଥିବା ଷ୍ଟାଣ୍ଡାର୍ଡ ସୁରକ୍ଷା ବ୍ୟବସ୍ଥା ସହ ବ୍ୟକ୍ତିଗତ ଆବଶ୍ୟକତା କ୍ଷେତ୍ରରେ ମାର୍ଶାଲମାନଙ୍କୁ ବି ନିଯୁକ୍ତି ମିଳିବାର ବ୍ୟବସ୍ଥା ହୋଇଛି। କୋଲକାତା ଘଟଣା ପରେ ମେଡିକାଲରେ ଡ଼ାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ଲାଗି ଆନ୍ଦୋଳନ ଏବେ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରାଯାଇ ଆସୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.