Movie prime

ଜିଲ୍ଲାପାଳଙ୍କ ଅଫିସରୁ ଆସିଥିଲା କିଏ...!ଆମ ଆଙ୍ଗୁଠି ନେଇ ୯୯ହଜାର ଟଙ୍କା ଚଳୁ କରିଦେଲା

 
Gg
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଅଫିସର କହି ନିରୀହ ଲୋକ ମାନଙ୍କୁ ଠକି ପଇସା ନେଇଗଲେ ଲୁଟେରା। ପାଖକୁ ଆସିଲେ ଆଉ ଆଧାର କାର୍ଡ ସହିତ ଆଙ୍ଗୁଠି ଚିହ୍ନ ଦେବାକୁ କହି ଏମିତି କରିଦେଲେ। ଗରିବ ପରିବାର କୁ ଦାଣ୍ଡ ର ଭିକାରୀ କରି ଚାଲିଗଲେ। ଯାହାକୁ ନେଇ ଏବେ ପାଗଳଙ୍କ ପରି ହେଉଛନ୍ତି ପରିବାର ଲୋକେ। ଭତ୍ତା ଟଙ୍କା ଦେବା ନାମରେ ଏକାଉଣ୍ଟ୍ କୁ ଖାଲି କରି ଲୁଟି ନେଲେ ଲୁଟେରା।
Gg
ଏପଟେ ଘରେ ପଇସା ପାଇଁ କାନ୍ଦି କାନ୍ଦି ପାଗଳଙ୍କ ପରି ସବୁ ପଇସା ଅଣ୍ଡାଳି ହେଉଛନ୍ତି ଏହି ମହିଳା ଜଣକ। ଏହି ଦୃଶ୍ୟ ଏବେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ମହିଳା ଜଣକ କାନ୍ଦି କାନ୍ଦି ତାଙ୍କର ଫୋନ କୁ ବାରମ୍ବାର ଦେଖିବାରେ ଲାଗିଛନ୍ତି। କାଳେ ତାଙ୍କର ପଇସା ଆସିଯିବ ତାକୁ ସେ ଅନେଇ ବସିଛନ୍ତି।ନିରୀହ ଲୋକଙ୍କ ନିକଟରୁ ଲୁଟୁ ଥିବା ଲୁଟେରା ଙ୍କ ପାଇଁ ଆଜି ଏହି ପରିବାର ଦାଣ୍ଡର ଭିକାରୀ ହୋଇ ଯାଇଛି।
Gg
ଆପଣ ମାନେ ସାଇବର କ୍ରାଇମ ଅନଲାଇନ ରେ ଶିକାର ହେଉଥିବା ଘଟଣା ସମ୍ପର୍କରେ ବେଶ ଭଲ ଭାବରେ ଜାଣିଥିବେ। ହେଲେ ଏବେ ଏଭଳି କିଛି ଗାଁ ଗହଳିରେ ଖୁଲମ୍ ଖୁଲା ହେଉ ଥିବାର ଦେଖିବାକୁ ମିଳିଛି। ଯାହାର ଶିକାର ହୋଇଛନ୍ତି ଜଣେ ଅସହାୟ ପରିବାର। ଯାହା ପାଖରେ ନା ଖାଇବାକୁ ଅଛି ମୁଠେ ଭାତ ନା ରହିବାକୁ ଅଛି ଗୋଟେ ଭଲ ଛପର। ତଥାପି ମଧ୍ଯ ଅମାନସିକ ଭାବରେ ଲୁଟି ଚମ୍ପଟ ମାରିଲେ ଲୁଟେରା।
ଏ ହେଉଛନ୍ତି ସୁନ୍ଦରଗଡ଼ ଜିଲ୍ଲାର, ଟାଙ୍ଗିରପାଲି ର ଏକ ନିଛାଟିଆ ଘର। ପରିବାର ଲୋକ କହିଲେ ସୁଷମା ମାଝୀ ଓ ତାଙ୍କର ବୃଦ୍ଧ ଶାଶୁ ଶଶୁର ଏବଂ ଗୋଟେ ବୋଲି ପୁଅ। ସ୍ବାମୀ ନଥିବା ବେଳେ ଘରର ରୋଜଗାରିଆ ହେଉଛନ୍ତି ଜଣେ ଏହି ସୁଷମା। ସେ ଦିନ ମଜୁରିଆ ଭାବରେ କାମ କରି ପରିବାର ପୋଷୁ ଥିଲେ। ହେଲେ ଦେଖୁ ଦେଖୁ ଆଖି ଆଗରେ ତାଙ୍କର ଝାଳ ବୁହା ଧନ ସବୁ ମାଟିରେ ମିଶିଗଲା। ଯାହାକୁ କି ସେ ଗ୍ରହଣ କରି ପାରୁ ନାହାଁନ୍ତି।

Around The Web