Movie prime

କାନ୍ଦି କାନ୍ଦି ସବୁକିଛି କହିଦେଲେ ମହିଳା ମୋର ସବୁ ଖାଇଦେଲା ପୋଷ୍ଟମାଷ୍ଟର...

 
Yy
ପୋଷ୍ଟ ଅଫିସରେ ଆପଣ ଟଙ୍କା ରଖୁଛନ୍ତି କି ତେବେ ହୋଇ ଯାଆନ୍ତୁ ସାବଧାନ। କାରଣ ଆପଣଙ୍କର ଝାଳ ବୁହା ଧନ ହୋଇ ଯାଇପାରେ ଲୁଟ। ଖାଲି ହୋଇ ଯାଇପାରେ ଆପଣଙ୍କ ଆକାଉଣ୍ଟ୍। ଏପରି କିଛି ଖବର ଏବେ ଯାଜପୁର ରୁ ସାମ୍ନା କୁ ଆସିଛି। ପରିଶ୍ରମରେ ଜମା କରିଥିବା ଧନ ହୋଇ ଯାଇଛି ଗାଏବ। ଝିଅର ବାହାଘର କେମିତି ହେବ ସେ ନେଇ ବ୍ୟକ୍ତି ଜଣକ ଚିନ୍ତାରେ। ନିଜ ପରିଶ୍ରମରେ ଭବିଷ୍ୟତ ପାଇଁ ଜମା ରଖିଥିବା,
Hh
କିଛିଟା ଟଙ୍କା ବି ଆଉ ନାହିଁ। ଟଙ୍କା ହୋଇ ଯାଇଛି ପୋଷ୍ଟ ଅଫିସରୁ ଗାଏବ। ନିଜ ସକ୍ଷମ ଅନୁସାରେ ସେ ପୋଷ୍ଟ ଅଫିସରେ ଟଙ୍କା ଜମା କରିଥିଲେ ଆଉ ଆଶା ରଖିଥିଲେ କି ସେଥିରେ ତାଙ୍କର ଝିଅ ବାହାଘର ସୁରୁଖୁରୁରେ ହୋଇ ଯିବ। ହେଲେ ଝିଅ ବାହାଘର ହେବା ପୁର୍ବରୁ ତାଙ୍କର ଟଙ୍କା କୁଆଡେ ଗଲା ଏକଥା ସେ ନିଜେ ମଧ୍ୟ ଜାଣି ପାରୁ ନାହାଁନ୍ତି। ସେହି କଷ୍ଟରେ ନିଜ ଲୁହକୁ ଅଟକାଇ ପାରୁ ନାହାଁନ୍ତି ମହିଳା ଜଣକ।
Vv
ମହିଳା ଜଣକ ଆଖିରେ ଏବେ ଆଖିଏ ଲୁହ। କିଏ ନିଜର ପିଲାଙ୍କ ଭବିଷ୍ୟତ ପାଇଁ ଟଙ୍କା ରଖେ ତ ଆଉ କିଏ ପିଲାଙ୍କ ପାଠ ପଢା ପାଇଁ ଟଙ୍କା ରଖିଥାଏ। ପ୍ରତି ମାସରେ ସୁଧ ମିଳିବା ଆଶାରେ ସେ ପ୍ରତି ମାସରେ ଟଙ୍କା ଜମା କରି ଚାଲିଥିଲେ। ହେଲେ ଏବେ ସମସ୍ତଙ୍କ ଆକାଉଣ୍ଟ ରୁ ଟଙ୍କା ହୋଇ ଯାଇଛି ଗାଏବ। ସମସ୍ତଙ୍କ ଆକାଉଣ୍ଟ ରୁ ଟଙ୍କା ନେଇ ଫେରାର ହୋଇ ଯାଇଛନ୍ତି ପୋଷ୍ଟ ଅଫିସର କର୍ମଚାରୀ। ଏହି ଘଟଣା ଟି,
ଯାଜପୁର ମୁଖ୍ୟ ଡାକ ଅଧିନସ୍ଥ ପ୍ରିତିପୁର ଉପ ଡାକଘର ର। ଏଠାରେ ଏକ ବଡ଼ ଧରଣର ଠକେଇ ର ଅଭିଯୋଗ ହୋଇଛି। ଲୋକମାନେ ଲକ୍ଷ ଲକ୍ଷ ଟଙ୍କା ଜମା କରିଥିଲେ। ମାତ୍ର ପୋଷ୍ଟ ମାଷ୍ଟର ଟଙ୍କା କୁ ଖାତାରେ ଜମା କରି ନଥିଲେ। ଏବେ ଜମାକାରୀଙ୍କ ଠାରୁ ବିଭିନ୍ନ ବାହାନା କରି ତାଙ୍କ ଠାରୁ ଖାତା ନେଇ ଏବେ ତାଙ୍କର ଟଙ୍କା ଲୁଟି ନେଇ ଯାଇଛନ୍ତି। ଏହାକୁ ନେଇ ଏବେ ପୋଷ୍ଟ ମାଷ୍ଟର ଙ୍କ ନାମରେ ଏଭଳି ସଙ୍ଗୀନ ଅଭିଯୋଗ ହୋଇଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.