Movie prime

କହିଲେ ଟଙ୍କା ଆସିବ ଟିକେ ଫୋନ୍ ଦେଖେଇଲ..ପରେ ଗର୍ଭବତୀ ଙ୍କୁ ଏମିତି ଲୁଟିନେଲେ

 
Hh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ମାତିଛନ୍ତି ସାଇବର ଠକ। ଗର୍ଭବତୀଙ୍କଠୁ ୬୦ ହଜାର ଠକେଇ। ଏନେଇ ଗର୍ଭବତୀ ଜଣକ ଗଣମାଧ୍ୟମ ଆଗରେ କହିଛନ୍ତି ଯେ, ତାଙ୍କ ପାଖକୁ ଏକ ଅଜଣା ନମ୍ବରରୁ କଲ୍ ଆସିଥିଲା। ଆଉ ତାଙ୍କୁ ଆପଣ ମମତା ମହାନ୍ତି କହୁଛନ୍ତି ବୋଲି ପଚାରିଥିଲେ। ପରେ ଗର୍ଭବତୀ ମହିଳା ଜଣକ ସେ ମମତା ମହାନ୍ତି ବୋଲି କହିଥିଲେ। ଏହାପରେ ଆଶା ଦିଦି ଲାଇନ୍ ରେ ଅଛନ୍ତି ବୋଲି କହି ତାଙ୍କୁ ଆଶା ଦିଦିଙ୍କ ସହିତ କଥା ହେବା ପାଇଁ ଦେଇଥିଲେ। 
Gg
ତାପରେ ସେହି ଆଶା ଦିଦି ମମତା ମହାନ୍ତିଙ୍କୁ ଛତୁଆ ଆଉ ଠିକ୍ ସମୟରେ ଛୁଆଙ୍କୁ ଏଞ୍ଜେକ୍ସନ୍ ମିଳୁଛି କି ନାହିଁ ବୋଲି ପଚାରି ଥିଲେ। ଏହାପରେ ମମତା ମହାନ୍ତିଙ୍କୁ ଛୁଆ ର ପ୍ରଥମ କିସ୍ତି କେତେ ଟଙ୍କା ଆସିଥିଲା ବୋଲି ପଚାରି ଥିଲେ। ଆଉ ଦ୍ଵିତୀୟ କିସ୍ତି ଆସିଛି ନା ନାହିଁ ବୋଲି ମମତାଙ୍କୁ ପଚାରିଥିଲେ। ଏବଂ ବାକି ଥିବା କିସ୍ତି ଦିଆ ଯିବ ବୋଲି କହିଥିଲେ ମମତା ମହାନ୍ତିଙ୍କୁ। ଏହାପରେ ମମତାଙ୍କୁ ହ୍ୱାଟସପ୍ ରେ ହାଏ ମେସେଜ କରୁଛୁ ବୋଲି କହିଥିଲେ। 
Gg
କିଛି ସମୟ ପରେ ତାଙ୍କୁ ଭିଡିଓ କଲ୍ ମଧ୍ୟ କରିଥିଲେ। ଆଉ ଭିଡିଓ କଲ୍ ରେ କିଛି ଫଟୋ ଆସୁନାହିଁ ବୋଲି ମମତା ତାଙ୍କୁ ପଚାରିଥିଲେ। ହେଲେ ସେମାନେ ମମତାଙ୍କୁ ସେହିପରି କିଛି ଆସିବ ନାହିଁ ବୋଲି କହି ଫାଙ୍କି ଦେଇଥିଲେ। ତାପରେ ତାଙ୍କୁ ଏକ ନମ୍ବର ଦେଇ କହିଥିଲେ ଯେ, ଫୋନ୍ ପେ କୁ ଯାଇ ୧୭୬୧ ନମ୍ୱର୍ କୁ ଦାବିବା ପାଇଁ। ଫଳରେ ଆପଣଙ୍କ ସେହି ବାକି ଥିବା ପଇସା ଆସିଯିବ କହି ବୋଲି କହିଥିଲେ ସେମାନେ। 
ଏପରି ମମତା ମହାନ୍ତି କରିସାରିବା ପରେ ସେ ତାଙ୍କ ଫୋନପେ କୁ ଯାଇ ପଇସା ଦେଖିଥିଲେ। କିନ୍ତୁ ତାଙ୍କ ଆକାଉଣ୍ଟ ରେ କିଛି ପଇସା ନାହିଁ ସବୁ ପଇସା କଟି ଯାଇଛି ବୋଲି ସେ ଦେଖିବାକୁ ପାଇଥିଲେ। ଏହାପରେ ସଙ୍ଗେ ସଙ୍ଗେ ସେହି ନମ୍ବର କୁ ମମତା ମହାନ୍ତି କଲ କରିଥିଲେ। ହେଲେ ସେହି ନମ୍ବର ଆଉ ଲାଗିନଥିଲା। ଏହାପରେ ମମତା ମହାନ୍ତି ଥାନାକୁ ଯାଇ ତାଙ୍କ ସହ ହେଇଥିବା ଠକେଇ ବିଷୟରେ ଜଣାଇଥିଲେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.