Movie prime

ଖାଇବାକୁ ନପାଇ ସବୁଦିନ ପାଇଁ ଦୁନିଆ ଛାଡିଦେଲା ମା ଦେଖନ୍ତୁ କୁନି ଝିଅ ଜଣଙ୍କ କେମିତି ମୁଣ୍ଡ ଆଉଁସି ଉଠାଉଛନ୍ତି

 
Gg
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ସୋସିଆଲ ମିଡିଆ ଦ୍ଵାରା ଗାଁ ସହର ଏବଂ ସବୁ ଅଞ୍ଚଳର ଖବର ଆପଣଙ୍କ ପାଖରେ ପହଞ୍ଚି ପାରୁଛି । ଏବେ ଏଭଳି କିଛି ଖବର ଆସୁଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହ ଅନେକ କିଛି କଥା ଭାବିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଜଣେ ମାଆ ସହିତ ଏଭଳି ଘଟଣା ଘଟିଛି ଯାହା ଜାଣିଲେ ଦୁଃଖ ପ୍ରକାଶ କରିବେ । ମାଆ ଜଣକ ଆଉ ଏହି ଦୁନିଆରେ ନାହିଁ । ସବୁଦିନ ପାଇଁ ମାଆ ଚାଲି ଯାଇଛି । ଅନାହାରରେ ଚାଲିଗଲା ମାଆର ଜୀବନ ।  Bb
ଖାଇବାକୁ ନ ପାଇ ଆଜି ମାଆ ଜଣକ ତାର ଛୁଆକୁ ଛାଡି ସବୁଦିନ ପାଇଁ ଆରପାରିକୁ ଚାଲି ଯାଇଛି । ଏବେ ଏହି କୁନି ଝିଅଟି କିଛି ଜାଣି ପାରୁନାହିଁ । ମାଆର ମୃତ୍ୟୁ କଣ ସେ ଜାଣି ପାରୁନାହିଁ । କେତେବେଳୁ ଯେ ଅସହାୟ ବିଧବା ମାଆ ପ୍ରାଣ ହରାଇ ସାରିଲାଣି କିନ୍ତୁ ତାର କୁନି ଝିଅ ତାହା ଜାଣି ପାରୁନାହିଁ । ଏହି କୁନି ଝିଅର ବୟସ ମାତ୍ର ୭ ବର୍ଷ । ଦୁନିଆ ବିଷୟରେ ଏହି ଝିଅ କଣ ବା ଜାଣିଛି । ତାର ବାପା ପୂର୍ବରୁ ତାଙ୍କୁ ଛାଡି ଆରପାରିକୁ ଚାଲି ଯାଇଥିଲେ । ଆଉ ଏବେ ତାର ମାଆ ଚାଲି ଯାଇଛି । 
Gg
ଏହି କୁନି ଝିଅ ଏବେ ଏକୁଟିଆ ହୋଇଯାଇଛି । କେତେବେଳେ ଘର ଭିତରେ ରହୁଛି ତ ଆଉ କେତେବେଳେ ଘରୁ ବାହାରକୁ ଆସୁଛି । ଏଭଳି ହୃଦୟ ବିଦାରକ ଘଟଣା କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ମୁକୁନ୍ଦପୁର ଗ୍ରାମରେ ଦେଖିବାକୁ ମିଳିଥିଲା । ଏହି କୁନି ଝିଅର ମାଆ ଅନାହାରରେ ଅର୍ଥାତ୍ ଖାଇବାକୁ ନପାଇ ଏବଂ ତାଙ୍କ ସ୍ବାସ୍ଥ୍ୟ ଖରାପ ଥିବାରୁ ସେ ଚିକିତ୍ସା ନ ପାଇବାରୁ ମୃ-ତ୍ୟୁବରଣ କରିଥିଲେ । ତାଙ୍କର ଅବସ୍ଥା ଗୁରୁତର ହୋଇଯାଇଥିଲା । ପ୍ରଶାସନ ତାଙ୍କୁ ରନ୍ଧା ଖାଇବା ସହ ଡାକ୍ତର ସେବା ଦେଉଥିଲା ।
କେବଳ ପ୍ରଶାସନ ତାର କର୍ତ୍ତବ୍ୟ ପାଳନ କରୁଥିଲା । ବାପା ମୃ-ତ୍ୟୁବରଣ କରିବା ପରେ ଆରତୀ ନିଜ ଏବଂ ତାଙ୍କ ଝିଅ ସାଇପଡିଶାଙ୍କ ଠାରୁ ମାଗି କରି ଖାଉଥିଲେ । ଆଉ ତାଙ୍କର ଦେହ ଖରାପ ହୋଇଗଲା । ସେ ଶଯ୍ୟାଶାୟୀ ହୋଇ ଯାଇଥିଲେ । ତାଙ୍କ ସାଇପଡିଶା ଅନେକ ଚେଷ୍ଟା ପରେ ଏହି କଥା ପ୍ରଶାସନ ଏବଂ ଜନ ପ୍ରତିନିଧିଙ୍କୁ ଜଣାଇଥିଲେ । କିନ୍ତୁ ପ୍ରଶାସନର ଅବହେଳା ପାଇଁ ତାଙ୍କୁ ସାଲେପୁର ବୃଦ୍ଧାଶ୍ରମକୁ ନିଆ ଯାଇପାରିଲା ନାହିଁ । ଯଦି ସେ ସେଠାକୁ ଯାଇଥାନ୍ତେ ହୁଏତ ବଞ୍ଚି ଯାଇଥାନ୍ତେ । ଏବେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି କରିଛି ।