ଲକ୍ଷ୍ମୀ ବସ ସୁଇପର ମୁଣ୍ଡକୁ କଲା ଦୁଇ ଫାଳ ଦେଖନ୍ତୁ ଘଟିଗଲା କେତେ ବଡ଼ ଅଘଟଣ
Aug 18, 2024, 22:52 IST
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସଡକ ଦୁ-ର୍ଘ-ଟ-ଣାକୁ ନେଇ ଆସୁଥିବା ସବୁ ଖବର ଗୁଡ଼ିକ ଆମେ ସୋସିଆଲ ମିଡ଼ିଆ ଦ୍ୱାରା ସହଜରେ ଜାଣିବାକୁ ପାଇଥାଉ। ତେବେ ବନ୍ଧୁଗଣ ବର୍ତମାନ ଏକ ସଡ଼କ ଦୁ-ର୍ଘ-ଟ-ଣାର ଖବର ସାମ୍ନାକୁ ଆସିଛି। ବଲାଙ୍ଗୀର -ବରଗଡ଼ ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡଠାରେ ଶନିବାର ଏକ ୧୦୮ ଆମ୍ବୁଲାନ୍ସ ଧକ୍କାରେ ଜଣେ ବାଇକ୍ ଚାଳକଙ୍କ ଜୀବନ ଚାଲିଯାଇଛି।
ମୃ-ତ ଯୁବକ ଜଣକ ହେଲେ ଲୋଇସିଂହା ମିର୍ଦ୍ଧାପଡ଼ାର ସୁମନ୍ତ ପଧାନ। ଦୁ-ର୍ଘ-ଟ-ଣାକୁ ନେଇ ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ମୃତକଙ୍କ ପରିବାର, ସମ୍ପର୍କୀୟ ଏବଂ ସ୍ଥାନୀୟ ଲୋକେ ଫାସଡ ଛକରେ ମୃ-ତଦେହ ରଖି ରାଜପଥ ଅବରୋଧ କରିଛନ୍ତି। ସୁମନ୍ତଙ୍କ ପରିବାରକୁ କ୍ଷତିପୂରଣ ଓ ତାଙ୍କ ଶିକ୍ଷିତ ଭଉଣୀଙ୍କୁ ସରକାରୀ ଚାକିରି ଦାବିରେ ଆନ୍ଦୋଳନକାରୀ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛନ୍ତି।
ଘଟଣାସ୍ଥଳକୁ ଜିଲା ପ୍ରଶାସନ ନ ପହଞ୍ଚିବା ଯାଏ ବିକ୍ଷୋଭ ଚାଲିବ ବୋଲି ଲୋକେ କହିଛନ୍ତି। ପ୍ରକାଶ ଯେ, ସୁମନ୍ତ ବଲାଙ୍ଗୀର ଓଏସ୍ଆରଟିସି ଲକ୍ଷ୍ମୀ ବସ୍ର ସୁଇପର ଭାବେ କାମ କରନ୍ତି। ଡ୍ୟୁଟି ସାରି ଶନିବାର ସକାଳେ ବାଇକ୍ (ଓଡି ୦୩ ଏଫ୍ ୫୬୭୩) ରେ ବଲାଙ୍ଗୀରରୁ ଘରକୁ ଫେରୁଥିଲେ। ସୁମନ୍ତ ଫାସଡ ଯାଏ ହୋଇଥିବା ବେଳେ ବିପରୀତ ଦିଗରୁ ଆସୁଥିବା ୧୦୮ ଆମ୍ବୁଲାନ୍ସ ତାଙ୍କୁ ସାମ୍ନା ପଟରୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ସୁମନ୍ତଙ୍କ ମୃ-ତ୍ୟୁ ଘଟିଥିଲା।
ସ୍ଥାନୀୟ ଲୋକେ ଦୁ-ର୍ଘ-ଟ-ଣା ଘଟାଇଥିବା ଆମ୍ବୁଲାନ୍ସକୁ ଅଟକାଇ ଡ୍ରାଇଭରଙ୍କୁ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଖବର ପାଇ ଲୋଇସିଂହା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ଉଦ୍ଧାର କରି ଥାନାକୁ ନେଇ ଯାଇଥିଲା। ଜାତୀୟ ରାଜପଥରେ ବାରମ୍ବାର ଦୁ-ର୍ଘ-ଟ-ଣା ଘଟୁଥିବାରୁ ଏବଂ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ରାଜପଥ ଅବରୋଧ କରିଛନ୍ତି। ଫଳରେ ରାଜପଥ ଉଭୟ ପାର୍ଶ୍ୱରେ ଯାନବାହନ ଅଟକି ରହିଛି। ପୋଲିସ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରୁଛି।