Movie prime

୧୫୦ ଏକର ଜମିରେ ୭୨୧ ଫୁଟ ଉଚ୍ଚରେ ହେବ ଅଷ୍ଟ୍ରେଲିଆ ରେ ବିଶାଳ ରାମ ମନ୍ଦିର !! ଦେଖନ୍ତୁ ହେଲା ପ୍ରକଳ୍ପ ଆରମ୍ଭ

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁ ପ୍ରକାରର, ସବୁ ଦେଶ ବିଦେଶର ଏବଂ ସବୁ ଅଞ୍ଚଳର ଖବର ପାଇପାରିବେ ।
Special Report
ଏବେ ଖବର ଆସିଛି କି ବିଶ୍ଵର ସବୁଠାରୁ ଉଚ୍ଚ ରାମ ମନ୍ଦିର ତିଆରି ହେବ । ଅଷ୍ଟ୍ରେଲିଆରେ ନିର୍ମାଣ ହେବ ବିଶ୍ଵର ସବୁଠୁ ଉଚ୍ଚ ରାମ ମନ୍ଦିର । ଏହି ମନ୍ଦିର ପାଇଁ ଶହ ଶହ କୋଟି ଟଙ୍କା ଖର୍ଚ୍ଚ ହେବ ।
ଏହି ମନ୍ଦିର ପାଇଁ ୬୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସୂଚନା ମିଳିଛି । ୧୫୦ ଏକର ଜମିରେ ଏହି ମନ୍ଦିର କରାଯିବ ଆଉ ଏହାସହ ଏହି ମନ୍ଦିରର ଉଚ୍ଚତା ୭୨୧ ଫୁଟ ହେବ । ଯାହାକି ଅଯୋଧ୍ୟାରେ ହୋଇଥିବା ରାମ ମନ୍ଦିର ଠାରୁ ବଡ ଅଟେ ।
Special Report
ଅଯୋଧ୍ୟା ରାମ ମନ୍ଦିରକୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି । ଅଯୋଧ୍ୟା ରାମ ମନ୍ଦିର ବହୁତ ସୁନ୍ଦର ହୋଇଛି ସେଥିପାଇଁ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ଏହା କଳ୍ପନା ଠାରୁ ଅଧିକ ସୁନ୍ଦର ହୋଇଛି । 
ଜାନୁଆରୀ ୨୨ ତାରିଖରେ ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ ଆଉ ଏହାପରେ ଭଗବାନଙ୍କୁ ଦର୍ଶନ କରିପାରିବେ ଭକ୍ତ । ଆଉ ଏବେ ସୂଚନା ମିଳିଛି କି ଅଷ୍ଟ୍ରେଲିଆର ପର୍ଥ ସହରରେ ବିରାଟ ରାମ ମନ୍ଦିର ହେବାକୁ ଯାଉଛି ।
Special Report
ଏହି ରାମ ମନ୍ଦିର ବିଶ୍ଵର ସବୁଠାରୁ ବଡ ହେବ ବୋଲି ଶୁଣିବାକୁ ମିଳୁଛି । ଅଷ୍ଟ୍ରେଲିଆର ପର୍ଥ ସହରରେ ରାମ ମନ୍ଦିର ଶ୍ରୀରାମ ବୈଦିକ ଏବଂ ସାଂସ୍କୃତିକ ଟ୍ରଷ୍ଟ ଦ୍ଵାରା ନିର୍ମାଣ କରାଯିବ । 
ଶ୍ରୀସିତାରାମ ଟ୍ରଷ୍ଟର ଡେପୁଟି ଡକ୍ଟର ହରେନ୍ଦ୍ର ରାଣା ରାମ ମନ୍ଦିର ୧୫୦ ଏକର ଜମିରେ ହେବ ବୋଲି କହିଛନ୍ତି । ଏହାସହ ସେ ୬୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ମଧ୍ୟ କହିଛନ୍ତି । ଏହି ଟ୍ରଷ୍ଟର ଅଧ୍ୟକ୍ଷ ଅଷ୍ଟ୍ରେଲିଆରେ ୩୫ ବର୍ଷ ହେଲା ବାସ କରୁଛନ୍ତି ।
ଏବେ ଆଉ ଏକ ଭବ୍ୟ ରାମ ମନ୍ଦିର ଅଷ୍ଟ୍ରେଲିଆରେ ନିର୍ମାଣ କରାଯିବ ଯାହା ବିଶ୍ଵର ସବୁଠାରୁ ବଡ ହେବ । ଅଯୋଧ୍ୟାରେ ହୋଉଥିବା ରାମ ମନ୍ଦିର ଠାରୁ ଏହାର ଉଚ୍ଚତା ଅଧିକ ହେବ ବୋଲି ଜଣାପଡିଛି ।