Movie prime

2023 ରେ ଆସିବେ ଅନୁଭବ ମହାନ୍ତି ଦେଖନ୍ତୁ ବ୍ରଜରାଜ ମୁଭି ତରଫରୁ ଏହିପରି ଚାଲିଛି ଯୋଜନା

 
Special report
ଫିଲ୍ମ୍ ପ୍ରଯୋଜକ ସଞ୍ଜୟ ନାୟକ ସାକ୍ଷାତକାର ରେ କହିଛନ୍ତି ଆପଣମାନେ ଜାଣିଥିବେ ଓଡ଼ିଆ ଇଣ୍ଡଷ୍ଟ୍ରି ବହୁତ ଖରାପ ରେ ଚାଲିଥିଲା।ଦର୍ଶକ ମାନେ ଚଳଚ୍ଚିତ୍ର ଦେଖିବାକୁ ପସନ୍ଦ କରିଲେ ନା ହିଁ। ହଲ୍ କୁ ଫିଲ୍ମ୍ ଦେଖିବା ପାଇଁ ଆସିଲେ ନାହିଁ।
କିନ୍ତୁ ବର୍ତ୍ତମାନ ଦମନ ଚଳଚ୍ଚିତ୍ର ଆସିବା ଦିନଠାରୁ ଦର୍ଶକ ମାନେ ପୁଣିଥରେ ଆଗ ଭଳି ଚଳଚ୍ଚିତ୍ର ଦେଖିବାକୁ ହଲ୍ କୁ ଆସୁଛନ୍ତି।ଏବଂ ବହୁତ ଭଲ ହୋଇଛି ବୋଲି କହୁଛନ୍ତି।ସେହିପରି ପ୍ରତୀକ୍ଷା ଚଳଚ୍ଚିତ୍ର ମଧ୍ୟ ବହୁତ ଭଲ ହୋଇଛି।
ଏହିଭଳି ଚଳଚ୍ଚିତ୍ର ହେବା ଦିନଠାରୁ ଦର୍ଶକ ମାନଙ୍କ ଚଳଚ୍ଚିତ୍ର ଦେଖିବାକୁ ଆଗ୍ରହ ଲାଗୁଛି। ଏହା ବହୁତ ଭଲ ଲକ୍ଷଣ।୨୦୨୨ ଶେଷ ଆଡକୁ ସବୁକିଛି ଭଲ ହୋଇଛି,ତେଣୁ ୨୦୨୩ ରେ ମଧ୍ୟ ସବୁକିଛି ଭଲ ହେବ ବୋଲି ପ୍ରଯୋଜକ ସଞ୍ଜୟ କହିଛନ୍ତି।
ଆଉ ଗୋଟିଏ ଖୁସି ଖବର ଦେଇଛନ୍ତି ଯେ ୨୦୨୩ ରେ ବ୍ରଜରାଜ ବ୍ୟାନର ରେ ଆସିବାକୁ ଯାଉଛି।ଭଲ ଅଭିନେତା ଆଉ ଅଭିନେତ୍ରୀ ଙ୍କୁ ନେଇ,ଆଉ ଭଲ କାହାଣୀ ନେଇ ଆସୁଛି।
ଏହି ଚଳଚ୍ଚିତ୍ରଟି ତ୍ରେଣ୍ଡ୍ ମଧ୍ୟ କରିବ ବୋଲି ଆଶା ରଖିଛନ୍ତି।ପ୍ରଯୋଜକ ସଞ୍ଜୟ କହିଛନ୍ତି ଯେ ଅଭିନେତା ଅନୁଭବ ହେଉଛନ୍ତି ତାଙ୍କର ସିଂହ ଟୋକା।ସେ ବର୍ତ୍ତମାନ ଲଭ୍ ଇନ୍ ଲଣ୍ଡନ ଚଳଚ୍ଚିତ୍ର ରେ ବ୍ୟସ୍ତ ଅଛନ୍ତି।
ଆଗକୁ ଆହୁରି ଅନେକ ଚଳଚ୍ଚିତ୍ର କରିବେ।ତିନି ରୁ ଚାରି ବର୍ଷ ହୋଇଗଲାଣି ଅନୁଭବ କୌଣସି ଚଳଚ୍ଚିତ୍ର ରେ କାମ କରି ନାହାନ୍ତି। ସେଥିପାଇଁ ୨୦୨୩ ରେ ଅଭିନେତା ଅନୁଭବ ଙ୍କ ର ତିନୋଟି ଚଳଚ୍ଚିତ୍ର ରିଲିଜ ହେବ।
ଦର୍ଶକ ମାନେ ଏହାଶୁଣି ବହୁତ ଖୁସି ହୋଇଛନ୍ତି।ଅଭିନେତା ବାବୁଶାନ୍ ଓ ଅନୁଭବ କାମ କରିବେ ମାନେ ଓଡ଼ିଆ ଇଣ୍ଡଷ୍ଟ୍ରି ବହୁତ ଆଗକୁ ଯିବ।ବ୍ରଜରାଜ ଚଳଚ୍ଚିତ୍ର ଟି ର କାହାଣୀ ପ୍ରଯୋଜକ ସଞ୍ଜୟ ନାୟକ ଲେଖୁଛନ୍ତି।
କିନ୍ତୁ ଏହି ଚଳଚ୍ଚିତ୍ର ରେ ଅଭିନେତା ଅନୁଭବ ଅଭିନୟ କରି ପାରନ୍ତି ନଚେତ୍ ଅଭିନେତା ବାବୁଶାନ୍ ମଧ୍ୟ କରିପାରନ୍ତି।ଏହାଶୁଣି ବ୍ରଜରାଜ ଚଳଚ୍ଚିତ୍ର ଦେଖିବା ପାଇଁ ସମସ୍ତେ ଆଗ୍ରହ ଅଛନ୍ତି।