Movie prime

ଆଉ ୨୮ ଦିନର Validity ନୁହେଁ ଏବେ ୩୦ ଦିନର ବୈଧତା ପାଇବେ ଗ୍ରାହକ ଦେଖନ୍ତୁ କେମିତି

 
Viral News

ବର୍ଷକ ବାର ମାସ ନୁହେଁ ତେର ମାସ ଏକଥା ଟେଲିକମ କମ୍ପାନୀ ମାନେ କହୁଛନ୍ତି।ମୋବାଇଲ୍ ରିଚାର୍ଜ ରୁ ହିଁ ଏହି କଥା ସ୍ପଷ୍ଟ ହେଉଛି।ଆପଣମାନେ ପ୍ରତି ମାସିକିଆ ରିଚାର୍ଜ ରୁ ୨୮ ଦିନର ଭାଲିଡିଟି ପାଉଥିବେ।

ଯାହାଫଳରେ ପ୍ରତିବର୍ଷ ୧୩ ଥର ରିଚାର୍ଜ କରୁଛନ୍ତି।ଏହାର ଅର୍ଥ ହେଉଛି ଯେ ବର୍ଷକ ବାର ମାସ ନୁହେଁ ତେର ମାସ।ଏନେଇ ଅଭିଯୋଗ ପରେ ହସ୍ତକ୍ଷେପ କରିଛନ୍ତି ଟ୍ରାଏ ର ନିର୍ଦେଶକ।

ଟ୍ରାଇ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ଖୁବ୍ ଶୀଘ୍ର ୨୮ ଦିନକୁ ୩୦ ଦିନ କରି ଡାଟା ପ୍ୟାକ୍ ରହିଛି ତାକୁ ସାମ୍ନାକୁ ଆଣିବାକୁ।ଏହି ବିଷୟରେ ଷ୍ଟାଲିନ୍ ମିଶ୍ର କହିଛନ୍ତି ଯେ ଏସବୁ ଯାହା ହୋଇଛି ଲୋକ ମାନଙ୍କ ପାଖରୁ ଲୁଟିବା ପାଇଁ କରାଯାଇଛି।
ଏଥିରେ କିଛି ଲଜିକ୍ ନାହିଁ।ମାସକୁ ସମସ୍ତେ ୩୦ ଦିନ ହିଁ ଗଣା ଯାଇଥାଏ।କିନ୍ତୁ କେବଳ ଟେଲିକମ ଅପରେଟର ମାନଙ୍କର ଯାହାକି ଭାରତରେ ତାହା ୨୮ ଦିନ କରାଯାଇଛି।
ଏଥିପାଇଁ ଲୋକମାନେ ଅଧିକ ଥର ରିଚାର୍ଜ କରିବେ।ଏବଂ ତାଙ୍କ ପାଖରୁ ପଇସା ନେବେ।ଟେଲିକମ ଉପରେ ଯେଉଁ ଅଭିଯୋଗ କରିଥିଲେ ସେଥିପାଇଁ ଷ୍ଟାଲିନ୍ ମିଶ୍ର ଟ୍ରାଇ ଙ୍କୁ ଧନ୍ୟବାଦ ଜଣାଇଛନ୍ତି।ଟେଲିକମ କମ୍ପାନୀ ଙ୍କ ର ଏହା ହେଉଛି ଏକ ସ୍କାମ୍।
ଏହି ସ୍କାମ୍ କୁ ସମସ୍ତଙ୍କ ସାମ୍ନାକୁ ଆଣିବା ନିହାତି ଦରକାର। ଶାଳ ଭଦ୍ର ଶାସ୍ତ୍ରୀ କହିଛନ୍ତି ଯେ ସାରା ଭାରତରେ ଯେତେ ଘରୋଇ ବା ସରକାରୀ ପରିଚାଳିତ ମୋବାଇଲ୍ କମ୍ପାନୀ ଅଛନ୍ତି ତାଙ୍କର ହର୍ତା କର୍ତ୍ତା ଦଇବ ବିଧାତା।
୨୮ ଦିନ ବୈଧତା ଦେଇ ଲୋକଙ୍କୁ ରିଚାର୍ଜ କରାଇବା ଦ୍ଵାରା ବର୍ଷକୁ ବାର ମାସ ଜାଗାରେ ୧୩ ଥର ରିଚାର୍ଜ କରିବାକୁ ପଡୁଛି।ଏମିତି ଯେଉଁ ହେଉଥିଲା ବଳକା ଡାଟା ଗୁଡ଼ିକ ତାକୁ ମଧ୍ୟ ସେମାନେ ଉପଭୋଗ କରୁଥିଲେ
କଞ୍ଜୁମର୍ ପାଖରୁ ଛଡେଇ ନେଉଥିଲେ।୯୦ ଦିନର ପ୍ୟାକ୍ ରହି ତାହା ୮୪ ଦିନ ଦିଆ ଯାଉଥିଲା।ନିଶ୍ଚିନ୍ତ ଭାବରେ ଏଥିପାଇଁ ସଚେତନ ହୁଅନ୍ତୁ।ନିଜର ଅଭିଯୋଗ ସାମ୍ନାକୁ ଆଣିବା ଉଚିତ।