Movie prime

ଆଜିଠାରୁ ୪ଦିନ ପ୍ରବଳ ଖରା ଦେଖନ୍ତୁ ଆସିଲା ବଡ ଖବର ଏହିଦିନ ମାନଙ୍କରେ ବାହାରନ୍ତୁନି ଘରୁ ନହେଲେ ହଇରାଣ ହେବେ

 
Hb
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ବନ୍ଧୁଗଣ ଆଜି ଠାରୁ ୪ ଦିନ ଜଳିବ ପୁରା ଓଡ଼ିଶା। ଧିରେ ଧିରେ ଖରା ବଢିବାରେ ଲାଗିଛି। ରାଜ୍ୟର ସବୁଆଡେ ଗୁଳୁଗୁଳି ସହିତ ଅସହ୍ୟ ତାତି ଦେଖିବାକୁ ମିଳୁଛି। 
Gh
ବନ୍ଧୁଗଣ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଜାଳିବ ପ୍ରଚଣ୍ଡ ଖରା। ଆଜି ସକାଳ ସାଢ଼େ ୮ ସୁଦ୍ଧା ୩୦ ଡିଗ୍ରୀ ଉପରେ ରହିଛି ୧୦ ସହର ତାପମାତ୍ରା। ରାଜଧାନୀ ଭୁବନେଶ୍ୱରରେ ସବୁଠୁ ଅଧିକ ୩୨.୬ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ପାରାଦୀପ, ପୁରୀ ଓ କେନ୍ଦୁଝରରେ ୩୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। 
ଗତକାଲି ୧୦ଟି ସହରରେ ପାରଦ ୩୯ ଡିଗ୍ରୀ ଟପିଥିଲା। ୪୦.୫ ଡିଗ୍ରୀ ସହ ପାରଳାଖେମୁଣ୍ଡି ଥିଲା ରାଜ୍ୟର ସବୁଠୁ ଉତ୍ତପ୍ତ ସହର। ତେବେ ଆସନ୍ତା ୪ ଦିନ ଯାଏଁ ତାତିରୁ ନିସ୍ତାର ମିଳିବ ନାହିଁ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। 
୧୭ ଠାରୁ ୨୦ ତାରିଖ ଭିତରେ ୪୩ ଡିଗ୍ରୀ ପର୍ଯ୍ୟନ୍ତ ସର୍ବୋଚ୍ଚ ତାପମାତ୍ରା ରେକର୍ଡ ହୋଇପାରେ ବୋଲ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସୂଚନା ଅନୁସାରେ ଗତକିଛି ଦିନ ଧରି ପାଗରେ ପରିବର୍ତ୍ତନ ଯୋଗୁଁ ଖରା, ତାତିରୁ ଲୋକଙ୍କୁ ଆଶ୍ଵସ୍ତି ମିଳିଥିଲା।
Bb
ପଶ୍ଚିମା ଝଡ଼ ପ୍ରଭାବ ଅପସରି ଯାଇଥିବାବେଳେ ଉତ୍ତର ଓଡ଼ିଶାରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ୧୫ ଓ ୧୬ ତାରିଖ ପାଇଁ ପାଣିପାଗ ବିଭାଗ ପକ୍ଷରୁ ହିଟ୍‌ ୱେଭ୍‌ ୱାର୍ଣ୍ଣିଂ ଜାରି କରାଯାଇଛି। ଉପକୂଳ ଓଡ଼ିଶାର ଜଗତସିଂହପୁର, ଗଞ୍ଜାମ ଭଳି ଜିଲ୍ଲାରେ ଅଧିକ ଗୁଳିଗୁଳି ଅନୁଭୂତ ହେବ। 
ଅଧିକାଂଶ ସ୍ଥାନରେ ଏନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର। ଏଥିପାଇଁ ୫ ଜିଲ୍ଲାକୁ ୟୋଲ ୱାର୍ଣ୍ଣିଂ ଜାରି କରାଯାଇଛି। କଟକ, ଭଦ୍ରକ, ନୟାଗଡ, ଢେଙ୍କାନାଳ, ଯାଜପୁରକୁ ୟୋଲ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର।
ଗ୍ରୀଷ୍ମ ପ୍ରଭାବକୁ ଆଖି ଆଗରେ ରଖି ଲୋକଙ୍କୁ ସତର୍କ କରିଛି ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର। ଜରୁରୀ ନଥିଲେ ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ବାହାରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି। ୨୨ରୁ ରାଜ୍ୟ ବାସିଙ୍କୁ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିବ ବୋଲି କୁହାଯାଉଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.