Movie prime
ଯଦି ଆପଣଙ୍କୁ କେହି ପ୍ରକୃତରେ ପ୍ରେମ କରେ ଜାଣନ୍ତୁ ଏହି ୭ ଟି ଉପାୟ ଦ୍ଵାରା
 
Vital Video
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ପାଇପାରିବେ । ଯାହା ଆପଣଙ୍କ କାମରେ ବି ଲାଗିପାରେ। ଆଉ ଏହି ଭିଡିଓ ସବୁ ଆପଣମାନେ ଦେଖିକରି କିଛି କଥା ବିଷୟରେ ଜାଣିପାରିବେ । 
ଏହି ଭିଡିଓରେ ଆପଣଙ୍କୁ ସତରେ ଯଦି କିଏ ଭଲ ପାଉଥିବ ବା ପ୍ରେମ କରୁଥିବ ତାହେଲେ ଆପଣ କେମିତି ଜାଣିବେ । ଏହାକୁ ଜାଣିବା ପାଇଁ ୭ଟି ଉପାୟ ଅଛି । ଆଉ ଆଜି ଆମେ ଏହି ଉପାୟ କଣ ସେହି ବିଷୟରେ ଜାଣିବା । ବେଳେବେଳେ କିଛି ଲୋକ ଆପଣଙ୍କୁ ପ୍ରେମ କରିଥାନ୍ତି ଆଉ ଆପଣ ଏହାକୁ ଜାଣି ପାରନ୍ତି ନାହିଁ । ଆଉ ଶେଷରେ ଜାଣିଲା ବେଳକୁ ଆଉ କିଛି ନଥାଏ ।
୭ଟି ଉପାୟ -
୧) କରୁଥିବା କାର୍ଯ୍ୟଟି ମଜାଦାର ନଥିଲେ ମଧ୍ୟ ସେମାନେ ଆପଣଙ୍କ ସହିତ ମଜା କରିବେ । ଅର୍ଥାତ୍ ଆପଣଙ୍କୁ ଯିଏ ଭଲ ପାଉଥିବ ମଜା ନଥିବା କାମକୁ ସେ ମଜା ଆସୁଛି ବୋଲି କହିବ। ସେହି ବ୍ୟକ୍ତି ପ୍ରତି ଧ୍ୟାନ ଦିଅନ୍ତୁ ଯିଏ ଆପଣଙ୍କୁ ହସାଇବା ପାଇଁ ସର୍ବଦା ଚେଷ୍ଟା କରିଥାଏ ।
୨) ଯିଏ ତୁମକୁ ଅଧିକ ପ୍ରେମ କରେ ସେ ତୁମକୁ ଚାହିଁ ରହିଥାଏ । ଯେତେବେଳେ କେହି ତମକୁ ପ୍ରେମ କରେ ସେ ଅଧିକ ସମୟ ପାଇଁ ତୁମ ଆଖିକୁ ଚାହିଁ ରହିବେ । ସେମାନେ ତୁମ ସହିତ ସବୁବେଳେ ରହିବାକୁ ଚାହିଁବେ । 
୩) ଯିଏ ଆପଣଙ୍କୁ ଭଲପାଇବ ସିଏ ଆପଣଙ୍କର ଧ୍ୟାନ ରଖିବ । ଆଉ ଲୋକମାନେ ତାହାକୁ ଗୁରୁତ୍ବ ଦିଅନ୍ତି ଯାହାକୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଭାବନ୍ତି । ସମସ୍ତ କାର୍ଯ୍ୟକୁ ପଛରେ ପକାଇ ଆପଣଙ୍କୁ ଯିଏ ସତରେ ଭଲପାଉଥିବ ସେ ସର୍ବଦା ସମୟ ଆଉ ଧ୍ୟାନ ଦେବ ।
୪) ଯିଏ ଆପଣଙ୍କୁ ଭଲ ପାଉଥିବ ସେ ସର୍ବଦା ଆପଣଙ୍କର ଭଲ ଏବଂ ଖରାପ ସମୟରେ ଆପଣଙ୍କୁ ସହାନୁଭୂତି ଦେବ । ତୁମର ଯନ୍ତ୍ରଣା ସେମାନଙ୍କ ଯନ୍ତ୍ରଣା ବୋଲି ସେମାନେ ଭାବନ୍ତି ।  
୫) ଯିଏ ଆପଣଙ୍କୁ ଭଲପାଇବ ସେ ଛୋଟ ଛୋଟ କଥା ମନେରଖିବ । ତୁମର ଜନ୍ମଦିନ, ତୁମର ପ୍ରିୟ ରଙ୍ଗ କଣ ସବୁ ମନେରଖନ୍ତି । ଆଉ ସେସବୁକୁ ପୂରଣ କରନ୍ତି ଯାହା ଅର୍ଥପୂର୍ଣ୍ଣ । 
୬) ନିଜର ବିଶ୍ବାସୀ ଲୋକଙ୍କ ସହିତ ଆପଣଙ୍କର ପରିଚିତ କରାନ୍ତି, ବିଶେଷକରି ସେମାନଙ୍କ ପାଇଁ ଯିଏ ଅଧିକ ଗୁରୁତ୍ୱପୂର୍ଣ୍ଣ । ଯେପରିକି ସେମାନଙ୍କ ପରିବାର ଏବଂ ସର୍ବୋତ୍ତମ ବନ୍ଧୁ । 
୭) ଯିଏ ଆପଣଙ୍କୁ ଭଲପାଏ ସେ ସବୁବେଳେ ଭବିଷ୍ୟତ ବିଷୟରେ ଉଲ୍ଲେଖ କରେ । ଯିଏ ଆପଣଙ୍କୁ ଭଲପାଇବ ସେ ସବୁବେଳେ ଆମେ ବୋଲି କହିବ ମୁଁ କହିବ ନାହିଁ ।