Movie prime

ରାସନ କାର୍ଡ କୁ ନେଇ ଆସିଲା ବଡ ସୂଚନା ଶୀଘ୍ର ଦେଖନ୍ତୁ କଣ ଆସିଲା ନୂଆ ସୂଚନା

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି କେନ୍ଦ୍ର ସରକାର ଙ୍କ ରାସନ୍ କାର୍ଡ ବ୍ୟବସ୍ଥା ଯୋଗୁଁ ଅନେକ ଗରିବ ଶ୍ରେଣୀର ଲୋକ ମାନେ ଲାଭବାନ ହୋଇ ପାରୁଛନ୍ତି। ତାଙ୍କୁ ଅନେକ ସୁବିଧା ସୁଯୋଗ ମଧ୍ଯ ମିଳୁଛି। ହେଲେ କିଛି କିଛି ଅସାବଧାନତା ଯୋଗୁଁ ଆପଣ ମାନେ ଏହି ରାସନ୍ କାର୍ଡ ରୁ ବଞ୍ଚିତ ହୋଇ ଯିବେ। ତେବେ ଆପଣ ମାନଙ୍କୁ ସେହି ବିଷୟ ପ୍ରତି ନିଶ୍ଚିତ ଭାବରେ ଧ୍ୟାନ ଦେବା ଉଚିତ।
କାରଣ ଏଭଳି ନକରିଲେ ଆପଣ ମାନେ କୌଣସି ପ୍ରକାରର ସୁବିଧା ସୁଯୋଗ ମଧ୍ଯ ପାଇ ପାରିବେ ନାହିଁ। ଏହି ରାସନ୍ କାର୍ଡ ରେ ଏବେ ଅନେକ ବିଭ୍ରାଟ ହେଉଥିବାର ଦେଖିବାକୁ ମିଳୁଛି ଏହାର ଏକ ମାତ୍ର କାରଣ ହେଉଛି ଲୋକ ମାନେ ଏହି ରାସନ୍ କାର୍ଡ ର ନିୟମ ସମ୍ପର୍କ ରେ ସମ୍ପୂର୍ଣ ଭାବରେ ଅବଗତ ନହେବାରୁ। ଆପଣ ମାନେ ଜାଣିଛନ୍ତି କି ଯଦି ଆପଣ ବିବାହିତ ତେବେ ରାସନ କାର୍ଡ ରେ ଆପଣଙ୍କୁ ଆପଣଙ୍କ ସ୍ତ୍ରୀ ଙ୍କ ନାମ ଆଡ କରିବାକୁ ପଡିବ।
ଆପଣଙ୍କ ସ୍ତ୍ରୀ ଙ୍କ ନାମ ଆଡ କରିବା ପୁର୍ବ ରୁ ଆପଣଙ୍କୁ ସର୍ବ ପ୍ରଥମେ ଆପଣଙ୍କ ସ୍ତ୍ରୀ ଙ୍କ ଆଧାର କାର୍ଡ ମଧ୍ୟ ଅପ୍ ଡେଟ୍ କରିବାକୁ ପଡ଼ିବ। ଏବଂ ଯଦି ଆପଣ ଆପଣଙ୍କ ରାସନ କାର୍ଡ ରେ ସ୍ତ୍ରୀ ଙ୍କ ନାମ ଅପ ଡେଟ କରିଦେଇଛନ୍ତି ହେଲେ ତାଙ୍କ ଆଧାର କାର୍ଡ ଅପ୍ ଡେଟ୍ କରି ନାହାଁନ୍ତି ଅର୍ଥାତ ଆଧାର କାର୍ଡ ରୁ ତାଙ୍କ ବାପା ଙ୍କ ନାମ ପରିବର୍ତ୍ତେ ଆପଣଙ୍କ ନାମ ସଂଯୋଗ କରି ନାହାନ୍ତି ତେବେ ଏହା ତୁରନ୍ତ କରି ଦିଅନ୍ତୁ।
ଏବଂ ଯଦି ଆପଣଙ୍କ ସନ୍ତାନ ସନ୍ତତି ଅଛନ୍ତି ଓ ତାଙ୍କ ନାମ ମଧ୍ୟ ଆପଣ ଆପଣଙ୍କ ରାସନ କାର୍ଡ ରେ ସଂଯୋଗ କରିନାହାନ୍ତି ତେବେ ସର୍ବ ପ୍ରଥମେ ତାଙ୍କ ଆଧାର କାର୍ଡ କରି ତାଙ୍କ ନାମ କୁ ସେଥିରେ ସଂଯୁକ୍ତ କରନ୍ତୁ। ଏଭଳି ନହେଲେ ଆପଣଙ୍କୁ କୌଣସି ସୁବିଧା ସୁଯୋଗ ମିଳି ପାରିବ ନାହିଁ। ଓ ଯଦି ଆପଣଙ୍କ ରାସନ୍ କାର୍ଡ ନାହିଁ ତେବେ ଆପଣ ମାନେ ମଧ୍ୟ ଅନ ଲାଇନ ଆବେଦନ କରି ପାରିବେ।